ରାଜ୍ୟରେ ପ୍ରବଳ ଝଡ଼ବର୍ଷା 

ଭୁବନେଶ୍ୱର :

୧୪ ଜିଲ୍ଲାକୁ ଅରେଞ୍ଜ ଓ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
ଆଗାମୀ ୩ ଘଣ୍ଟା ବିଜୁଳି, ଘଡ଼ଘଡ଼ି ସହ ହାଲୁକା ବର୍ଷା ସମ୍ଭାବନା
ଗଂଜାମ, ଗଜପତି, ରାୟଗଡ଼ା, ପୁରୀ, ବୌଦ୍ଧକୁ ଅରେଞ୍ଜ ୱାର୍ଣ୍ଣିଂ-ଅନୁଗୁଳ, କଟକ, ଖୋର୍ଦ୍ଧା, ନୟାଗଡ଼ ଓ କନ୍ଧମାଳ ଜିଲ୍ଲାକୁ ୱାର୍ଣ୍ଣିଂ
ଯାଜପୁର, ବରଗଡ଼, ମୟୂରଭଂଜ, କେନ୍ଦୁଝରକୁ ମଧ୍ୟ ଅରେଞ୍ଜ ୱାର୍ଣ୍ଣିଂ

ଝାଡ଼ଖଣ୍ଡ, ଓଡ଼ିଶା ଏବଂ ଆନ୍ଧ୍ର ଉପକୂଳରେ ସୃଷ୍ଟି ହୋଇଥିବା ଟ୍ରପ୍‌ଲାଇନ ଯୋଗୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ଝଡ଼ବର୍ଷା ହୋଇଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂଚନା ଅନୁଯାୟୀ, ହୀରାକୁଦରେ ୩୦.୬ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ସମ୍ବଲପୁର ୧୭.୪, ସୁନ୍ଦରଗଡ଼ ୧୭.୪, ଝାରସୁଗୁଡ଼ା ୨୪.୨, ଚାନ୍ଦବାଲି ୯.୨, ପାରାଦୀପ ୯.୬, ଅନୁଗୋଳ ୧୦, ଭୁବନେଶ୍ୱର ୭.୧, ତାଳଚେର ୧୫, ଦାରିଙ୍ଗବାଡ଼ି ୨୬, ପାରଳାଖେମୁଣ୍ଡି ୮

ଯାଜପୁର ୮, ଟିଟିଲାଗଡ଼ ୨ ଏବଂ କଟକରେ ୬.୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ବୁଧବାର ମଧ୍ୟ କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, ଗଜପତି, ରାୟଗଡ଼ା, କୋରାପୁଟ ଜିଲାରେ ଘଡ଼ଘଡ଼ି ସହ ବର୍ଷା ହେବ। ଏହି ସବୁ ଜିଲା ପାଇଁ ଅରେଞ୍ଜ ଓ୍ବାର୍ନିିଂ ଜାରି କରାଯାଇଛି।

ଏହି ସମୟରେ ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, ଢେଙ୍କାନାଳ, ବୌଦ୍ଧ, ମାଲକାନଗିରି, ନବରଙ୍ଗପୁର ଏବଂ କେନ୍ଦୁଝର ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଝଡ଼ବର୍ଷା ହେବ। ଘଣ୍ଟା ପ୍ରତି ୩୦ରୁ ୪୦ କି.ମି. ବେଗରେ ପବନ ବୋହିବା ସମ୍ଭାବନା ରହିଛି। ରବି ଫସଲ ଉପରେ ଏହାର ପ୍ରଭାବ ପଡ଼ିବା ସମ୍ଭାବନା ରହିଛି।

Leave A Reply

Your email address will not be published.