ଆଜି ବିଶ୍ବ ପଖାଳ ଦିବସ

ଆଜି ବିଶ୍ବ ପଖାଳ ଦିବସ । ପଖାଳର ନିବିଡ଼ତା ଓଡ଼ିଆ ଜାତି ସହ କାହିଁ କେଉଁ କାଳରୁ ଯୋଡ଼ି ହୋଇରହିଛି। ପ୍ରତି ଓଡ଼ିଆଙ୍କର ପସନ୍ଦର ଖାଦ୍ୟ ହେଉଛି ପଖାଳ । ଖରାଦିନ ଆସିଲେ ଖୋଜାପଡ଼େ ପଖାଳ କଂସା । ପଖାଳ ହେଉଛି ସଭିଙ୍କର ପ୍ରିୟ ଖାଦ୍ୟ । ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ହେଉଛି ପଖାଳ। ଗରିବଙ୍କଠାରୁ ଆରମ୍ଭ କରି ଧନୀ ସମସ୍ତେ ପଖାଳ ଖାଆନ୍ତି। ଏପରିକି ବିଭିନ୍ନ ଦେବାଦେବୀଙ୍କ ପାଖରେ ଦହି ପଖାଳ ଭୋଗ ଲାଗିବାର ମଧ୍ୟ ପରମ୍ପରା ଅଛି। ଖରା ଦିନେ ତ ପଖାଳର ଚାହିଦା ଅଧିକ। ଏହି ସମୟରେ ପ୍ରାୟ ସମସ୍ତେ ପଖାଳ ଖାଆନ୍ତି। ତେଣୁ ଏହି ସମୟରେ ଘର ସହିତ ବଡ଼ ବଡ଼ ହୋଟେଲରେ ବି ଏହା ମିଳିଥାଏ। ଚାଇଁ ପଖାଳ ହେଉ କି ବାସି ପଖାଳ, ସଜ ପଖାଳ ହେଉ କି ଛୁଙ୍କ ପଖାଳ ସବୁଥିରେ ରହିଛି ନିଆର ସ୍ୱାଦ। ପଖାଳକୁ ଆହୁରି ସୁଆଦିଆ କରିବାକୁ ସେଥିରେ ପକା ଯାଇଥାଏ ଦହି, ଆମ୍ବ କସି ଅଦା, ଲେମ୍ବୁ, ପୁଦିନାପତ୍ର ଲେମ୍ବୁ ଇତ୍ୟାଦି। ପଖାଳ ସହିତ ଲୋକେ ଶାଗ, ବଡ଼ିଚୁରା ଓ ବିଭିନ୍ନ ପ୍ରକାର ଭଜା ଖାଆନ୍ତି। ପଖାଳ ଖାଇ ସାରି ତୋରାଣି ମୁନ୍ଦେ ପିଇଦେଲେ ମନକୁ ଶାନ୍ତି ମିଳିଥାଏ। ଏହାର ଲୋକପ୍ରିୟତା ଏତେ ଯେ ବର୍ତ୍ତମାନର ଅତ୍ୟାଧୁନିକ ଖାଦ୍ୟ ମଧ୍ୟରେ ପଖାଳ ତା’ର ସତ୍ତା କି ମହକ ହରାଇ ନାହିଁ।

ପଖାଳ ଦିବସ ସହ ଖରାଦିନର ଆଗମନ ହେଉଥିବାରୁ ଏହାର ଚାହିଦା ଏବେ ରାଜଧାନୀ ସମେତ ବିଭିନ୍ନ ସ୍ଥାନରେ କାହିଁରେ କ’ଣ? ବିଭିନ୍ନ ହୋଟେଲ‌ ଓ ରେଷ୍ଟୁରାଣ୍ଟ ପକ୍ଷରୁ ‘ଜିରା ପଖାଳ’, ‘ଦହି ପଖାଳ’, ‘ଗରମ ବା ଚାଇଁ ପଖାଳ’ ଓ ‘ବାସି ପଖାଳ’ ପ୍ରସ୍ତୁତ କରାଯାଉଛି। ତା’ସହିତ ସାଧାରେ ରହିଛି ଶାଗଭଜା, ବଡ଼ି ଶାଗ, ବଡ଼ି ଚୁରା, ଆଳୁଚଟଣୀ, ପିଠୋଉ ଦିଆ କଖାରୁ ଫୁଲ ପିଠା, ଆମ୍ୱ ଚଟଣି, ଛତୁଭଜା, ବେସର, ସଜନା ଛୁଇଁ ବେସର ଓ ଦେଶୀ ପିଆଜ ଭଳି ଆଇଟମ୍। ସେହିପରି ଆମିଷରେ ଚିକେନ୍ (ବିଭିନ୍ନ ଡିସ ଯଥା ଚିକେନ ଫ୍ରାଏ, କଶା, କରି, ଆଳୁ ମିକ୍ସଡ ଇତ୍ୟାଦି), ମଟନ‌ କରି ଓ ମଟନ‌‍ କଶା, ଚୁନାମାଛ, ମହୁରାଳି ଫ୍ରାଏ ଓ ଗୋଟା ଚୁନା ମାଛ, ପୋହଳା, ଅଣ୍ଡା ଚପ୍‌ ଓ ଅଣ୍ଡା ଆମ୍‌ଲେଟ୍‍ ରହିଛି। 

Leave A Reply

Your email address will not be published.