କେନ୍ଦୁଝର, ତା ୨୨/୩- କେନ୍ଦୁଝର ଜିଲ୍ଲାରେ ଯେତେ ରାସ୍ତା ହେଉଛି ଦୁର୍ଘଟଣା ବଢୁଛି। ଯୋଡ଼ା ବଡ଼ବିଲ ଖଣି କାରବାର ଲାଗି ମାଳ ମାଳ ଟ୍ରକ୍ ଟ୍ରଲର ଗଡୁଛନ୍ତି। ରାସ୍ତା ଉପରେ ବେଆଇନ୍ ଭାବେ ଟ୍ରକ୍ ଟ୍ରଲର ପାର୍କିଂ କରୁଛନ୍ତି ଯେ ଧୂଳିଆ ମାଟିଆ ରଙ୍ଗର ଗାଡ଼ିକୁ ସହଜେ ଚିହ୍ନି ହେଉନି ହଠାତ୍ ଦୁର୍ଘଟଣା ହୋଇ ଧନ ଜୀବନ ହାନି ହେଉଛି।
ବଡ଼ବିଲ ସହରର ଭଦ୍ରସାହିରେ ଜାତୀୟ ରାଜପଥ ସବୁ ବେଳେ ଭିଡ଼ ରହି ଅନେକ ଦୁର୍ଘଟଣା ହେଉଛି। ସୂଚନା ମିଳିଛି କି ଯୋଡ଼ା ସହରରୁ ବଡ଼ବିଲ ଯାଉଥିବା ବୈଷ୍ଣୋ ଦେବୀ ନାମକ ଘରୋଇ ବସ୍ ରଙ୍ଗ ରୁଟ୍ ପଥ ପରିବର୍ତ୍ତନ କରି ଆସୁଥିବା ବେଳେ ଏକ ଟ୍ରଲରକୁ ଧକ୍କା ଦେଇଛି। ଫଳରେ ଡ୍ରାଇଭର ସମେତ ୧୪ ଜଣ ଯାତ୍ରୀ ଆହତ ହୋଇଛନ୍ତି। ପୋଲିସ ଓ ସ୍ଥାନୀୟ ଲୋକେ ତୁରନ୍ତ ଆହତଙ୍କୁ ଉଦ୍ଧାର କରି ବଡ଼ବିଲ ଡାକ୍ତରଖାନାକୁ ପଠାଇଛନ୍ତି। ସେଥିରୁ କିଛି ଯାତ୍ରୀ ଗୁରୁତର ଥିବା ଜଣା ଯାଇଛି। ପୋଲିସ ଘଟଣାସ୍ଥଳ ପରିଦର୍ଶନ ତଦନ୍ତ କରୁଥିବା ଜଣାଯାଇଛି।