ଜଳିଗଲା ଟ୍ରକ୍,ଅଳ୍ପକେ ବଞ୍ଚିଲା ଡ୍ରାଇଭର   

କେନ୍ଦୁଝର,ତା୨୪/୩/୨୪- ଖରା ଏତେ ହେଇନି ତଥାପି କେନ୍ଦୁଝର ଜିଲ୍ଲାର ଚମ୍ପୁଆ ଥାନା ଅନ୍ତର୍ଗତ ୫୨୦ ନଂ ଜାତୀୟ ରାଜପଥର ତଡୁଆବାହାଳ ନିକଟରେ ରାସ୍ତା ଉପରେ ଠିଆ ହୋଇଥିବା ଏକ ଲାଇନ୍ ଟ୍ରକ୍ ହଠାତ୍ ଜଳି ଯାଇଛି। ତେବେ ଡ୍ରାଇଭର ଗାଡ଼ି କ୍ୟାବିନରେ ଥିଲା ଠିକଣା ସମୟରେ ଗାଡ଼ିରୁ ଡେଇଁ ପ୍ରାଣ ବଞ୍ଚାଇଛି।କେନ୍ଦୁଝର ଜିଲ୍ଲା ସାରା ଏମିତି ଅନେକ ବଡ଼ ଟ୍ରକ୍ ଜଳି ଯାଇଥିବା ଦେଖା ଯାଇଛି। ହଜାର ହଜାର ଟ୍ରକ୍ କେନ୍ଦୁଝର ଜିଲ୍ଲାରେ ଲୁହାପଥର ପରିବହନ କାମରେ ଲାଗିଛନ୍ତି।

ଗାଡ଼ି ବାହାର ରାଜ୍ୟରେ ଟିକେ ଶସ୍ତା ବୋଲି ସେଠାରୁ କିଣି ଆଣୁଛନ୍ତି ଗାଡ଼ି ମାଲିକ ମାନେ ବାହାରେ ମଧ୍ୟ ବଡି ତିଆରି କରୁଛନ୍ତି। ତେବେ ଗାଡ଼ିରେ ୱାରିଂ ଠିକ୍ ରହୁଛି କି ନାହିଁ ଜାଣି ପାରୁ ନାହାଁନ୍ତି। ବ୍ୟାଟେରୀ ସ୍ପାର୍କ ହେଲେ ମଧ୍ୟ ଗାଡ଼ିରେ ନିଆଁ ଲାଗି ପାରେ।

ତେବେ ଆପେ କିପରି ଏହି ଗାଡ଼ିରେ ନିଆଁ ଲାଗିଲା ଜଣା ପଡିନି ସର୍ଟ ସର୍କିଟ ଲାଗି ହୋଇଥାଇ ପାରେ ବୋଲି ଅନୁମାନ କରା ଯାଉଛି। ତେବେ ନିଆଁ ଲାଗିଲା ପରେ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଆସି ନିଆଁ ଲିଭାଇବା ବେଳେ ଗାଡ଼ିର କ୍ୟାବିନ୍ ସମ୍ପୂର୍ଣ୍ଣ ଜଳି ଯାଇଛି।

ଏବେ ତଦନ୍ତ ଚାଲିଛି କି ନିଆଁ ଲାଗିବା ଉପରେ ଡ୍ରାଇଭରକୁ ଜେରା କଲେ ସ୍ପଷ୍ଟ ଜଣା ପଡ଼ିବ ରୋଷେଇ କରୁଥିଲେ କି ବିଡ଼ି ସିଗାରେଟ ଟାଣିବା ଲାଗି ବି ନିଆଁ ଧରି ପାରେ। ତେବେ ଏହିପରି ନିଆଁ ଲାଗି ଅନେକ ଗାଡ଼ି ମାଲିକ କ୍ଷତିର ସମ୍ମୁଖୀନ ହେଉଥିବା ବେଳେ କିଛି ପ୍ରତିକାର ଯୋଜନା ହେବାକୁ ଅନେକ ଗାଡ଼ି ମାଲିକ ଚାହୁଁଛନ୍ତି।

Leave A Reply

Your email address will not be published.