ଦଶପଲ୍ଲା:-୨୩/୦୩ ଲୋକସଭା ଓ ରାଜ୍ଯ ବିଧାନସଭା ପାଇଁ ନିର୍ବାଚନ ତାରିଖ ଘୋଷଣା ହୋଇସାରିଛି।ରାଜ୍ଯରେ ୪ ଟି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବାବେଳେ କନ୍ଧମାଳ ଲୋକସଭା କ୍ଷେତ୍ର ଓ ତତ୍ ସଂଲଗ୍ନ ଦଶପଲ୍ଲା ବିଧାନସଭା କ୍ଷେତ୍ର ପାଇଁ ଦ୍ଵିତୀୟ ପର୍ଯ୍ୟାୟ ତଥା ମେ’ ୨୦ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ।ଦଶପଲ୍ଲା ବ୍ଲକ ଓ ଏନଏସିରେ ସମୁଦାୟ ଭୋଟରମାନେ ୧୦୦ଟି ବୁଥ୍ ରେ ମତଦାନ କରିବେ ବୋଲି ଜଣାପଡିଛି।
ନିର୍ବାଚନ ତାରିଖ ଘୋଷଣା ସହିତ ଆଦର୍ଶ ଆଚରଣ ବିଧି ମଧ୍ଯ ଲାଗୁ ହୋଇଯାଇଛି | ଦଶପଲ୍ଲାର ରାଜନୈତିକ ବାତାବରଣ ଉଷ୍ମତା ଆଡକୁ ଗତି କରୁଥିବା ବେଳେ ମେଣ୍ଟ ଚର୍ଚ୍ଚା ଏଥିରେ କେତେକାଂଶରେ ବ୍ରେକ୍ ଲଗାଇ ଦେଇଥିବାର ଜଣାପଡୁଥିଲା ।ବିଜେଡ଼ି ଦଳରେ ଫାଟ ଥିବାରୁ ଆଶାୟୀ ପ୍ରାର୍ଥୀ ଅଧିକ ଥିବାବେଳେ ଆଗକୁ ରିପିଟ ହେଉଛି ନା ନୂଆ ମୁହଁ କୁ ଆଣିବା ହେଉଛି।ତାହାହିଁ ଦେଖିବାକୁ ବାକି ରହିଲା। ଅନୁରୂପ ବିଜେପି ଅବସ୍ଥା। ସବୁ ଜାଣିବାକୁ ଉତ୍କଣ୍ଠା ରେ ଜନସାଧାରଣ ଓ ପ୍ରମୁଖ ରାଜନୈତିକ ଦଳ ଗୁଡିକର ନିର୍ବାଚନୀ ରଣନୀତି କ’ଣ ହେବ ତାହାହିଁ ସମୟ କହିବ।