ଖବର ଆଜିର…ତାରିଖ ୨୪/୦୩/୨୪, ରବିବାର

୧-୨୦୨୫ ସୁଦ୍ଧା ଯକ୍ଷ୍ମା ମୁକ୍ତ ଓଡ଼ିଶା ଲକ୍ଷ୍ୟ, ସାମିଲ ହେଲା ଇଗ୍ରା ପରୀକ୍ଷା।

୨-ହୋଲି ପାଇଁ ରାଜଧାନୀରେ କଡ଼ା ସୁରକ୍ଷା ବ୍ୟବସ୍ଥା, ମୂତୟନ ହେବେ ୨୫ ପ୍ଲାଟୁନ ଫୋର୍ସ। ନଦୀକୂଳରେ ସଜାଗ ରହିବେ ପୁଲିସ୍ ଓ ଅଗ୍ନିଶମ କର୍ମଚାରୀ।

୩-ପୁଣି ବିଜେବିରେ ଛାତ୍ର ଅଶାନ୍ତି, ଅଧ୍ୟକ୍ଷାଙ୍କ ବହିସ୍କାର ଦାବିରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ।

୪-ନବୀନ ନିବାସରେ ୨୪ ମହାଲଢେଇ ବ୍ଲୁ ପ୍ରିଣ୍ଟ , ଆସନ୍ତା ପ୍ରଥମ ସପ୍ତାହରେ ବିଜେଡ଼ିର ପ୍ରଥମ ପ୍ରାର୍ଥୀ ତାଲିକା।

୫-ବମିଖାଲ:ଚାକିରୀ ଦେବ କହି ଲୁଟି ନେଲେ ଲକ୍ଷାଧିକ ଟଙ୍କା।

୬-ସାରା ରାଜ୍ୟରେ ଉପରମୁହାଁ ପାରଦ। ଉପାନ୍ତରୁ ଉପକୂଳ ସବୁଠି ବଢିଲା ତାତି। ୨୮ ତାରିଖରୁ ଜଳିବ ପଶ୍ଚିମ ଓଡ଼ିଶା। ସୃଷ୍ଟି ହେବ ହଟ୍ ଓ୍ବେଦର କଣ୍ଡିସନ୍।

୭-ହୀରାକୁଦରେ ବ୍ୟାପୁଛି ଝାଡ଼ାବାନ୍ତି,୪୯ ଜଣ ମେଡିକାଲରେ ଭର୍ତ୍ତି।

୮-ତାଳଚେର:୨୦୨୬ରେ କାର୍ଯ୍ୟକ୍ଷମ ହେବ ତାଳଚେର ଥର୍ମାଲର ପ୍ରଥମ ୟୁନିଟ୍।

୯-ରାଜଧାନୀରେ ସୁନ୍ଦରୀ ବିକୁଛନ୍ତି ସ୍ଲୋ ପଏଜନ୍, ଧଳା ଜହରର କାୟା ମେଲାଇଛନ୍ତି କର୍ପୋରେଟ୍ ଲେଡି।

୧୦-ଦାନଗଦି:ମୋଟର ସାଇକେଲ ଉପରେ ମାଡ଼ିଗଲା ଟ୍ରକ୍,୨ ଯୁବକ ଓ ସ୍କୁଲ ଛାତ୍ର ମୃତ।

୧୧-କେନ୍ଦୁଝରଗଡ:ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଥିବା ରାଜସ୍ବ ନୀରିକ୍ଷକଙ୍କୁ ୪ ବର୍ଷ ଜେଲ।

୧୨-ଭିଜିଲାନ୍ସ ଜାଲରେ ସହିଦନଗର ଥାନାର ଏସଆଇ । ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ ଟିମ୍

୧୩-ପୁଣି ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି; ଶ୍ରୀମନ୍ଦିରରେ ପଶିଲେ ବିଦେଶୀ ପର୍ଯ୍ୟଟକ।

୧୪-ମୋହନା:ବାଘୁଆ ମହୁମାଛି ଆକ୍ରମଣରେ ୧୪ ଜଣ ଆହତ।

୧୫-ଅଡୁଆରେ ଟିଏମସି ନେତ୍ରୀ ମହୁଆ ମୈତ୍ର; ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ CBI ରେଡ୍।

୧୬-୩୫ ସୋମାଲି ଡକାୟତଙ୍କୁ ପୁଲିସକୁ ହସ୍ତାନ୍ତର କଲା ଭାରତୀୟ ନୌସେନା।

୧୭-ଆଇପିଏଲ ୨୦୨୪: ଜିତିଲା ପଞ୍ଜାବ କିଙ୍ଗ୍ସ, ହାରିଲା ଦିଲ୍ଲୀ କ୍ୟାପିଟାଲ୍ସ।

୧୮-ରାଜସ୍ଥାନ – ଲକ୍ଷ୍ନୈ।, ଗୁଜରାଟ-ମୁମ୍ବାଇ ମୁକାବିଲା ଆଜି।

୧୯-ପଞ୍ଜାବ ବିଷାକ୍ତ ମଦ ପ୍ରସଙ୍ଗ – ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି, ରିପୋର୍ଟ ମାଗିଲେ ନିର୍ବାଚନ ଆୟୋଗ।

୨୦-ରୁଷରେ ଆତଙ୍କବାଦୀ ଆକ୍ରମଣ– ମୃତ୍ୟୁ ସଂଖ୍ୟା ୧୧୫କୁ ବୃଦ୍ଧି, ଶତାଧିକ ଆହତ।

🙏 ସୁପ୍ରଭାତ, ଗୁଡମର୍ଣିଂ🙏

Leave A Reply

Your email address will not be published.