କେନ୍ଦ୍ରାପଡା:- ପାଟକୁରା ରୁ ବିଜେଡି ବିଧାୟକ ପାର୍ଥି ଭାବେ ଅରବିନ୍ଦ ମହାପାତ୍ର ଙ୍କ ନାମ ଘୋଷଣା ପରେ ସେ ପାଟକୁରା ପଦ୍ମପୁର ବଟ ମହାପୁରୁଷ ଙ୍କ ପାଖରୁ ଆଶ୍ରିବାଦ ନେଇ ନିର୍ବାଚନ କ୍ୟାମ୍ପେନ ଆରମ୍ବ କରିଛନ୍ତି. ବରିଷ୍ଟ ନେତା ବିଜୟ ମହାପାତ୍ର ଙ୍କ ପୁଅ ଅରବିନ୍ଦ ବାପା ଙ୍କ ପଥ ଅନୁସରଣ କରିଛନ୍ତି.
1980 ମସିହା ଉପ ନିର୍ବାଚନ ବେଳେ ମଧ୍ୟ ବିଜୁ ପଟନାୟକ ବିଜୟ ଙ୍କୁ ପାଟକୁରା ରୁ ପାର୍ଥି କରିଥିବା ବେଳେ ସେ ଏହି ବଟ ମହାପୁରୁଷ ଙ୍କ ପାଖରୁ ଆଶ୍ରିବାଦ ନେଇ ନିର୍ବାଚନୀ ଯାତ୍ରା ଆରମ୍ବ କରିଥିଲେ. ଅରବିନ୍ଦ ମହାପାତ୍ର ମଧ୍ୟ ନିଜ ସମର୍ଥକ ଓ ଗରଦପୁର ବ୍ଲକ ଅଧକ୍ଷ ଅଭୟ ମହାରାଜ ଙ୍କ ସହ ପାଟକୁରା ଗରଦପୁର ବ୍ଲକ ର ପଦ୍ମପୁର ବଟ ମହାପୁରୁଷ ଙ୍କ ପୀଠ ରେ ପୂଜାର୍ଚନା କରି ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି.
ଏଥି ସହ ପଦ୍ମପୁର, ବେରାଡ଼ି, ପାଟକୁରା, ପାଖଡ଼, ଗରଦପୁର ପଞ୍ଚାୟତ ର ଅନେକ କର୍ମୀ ଙ୍କୁ ନେଇ ଏକ କର୍ମୀ ସମ୍ମିଳନୀ କରିଥିଲେ.ତେବେ ଅରବିନ୍ଦ ବିଜୁ ଜନତା ଦଳ ରେ ସାମିଲ ହେବା ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଯୁବ ଚେହେରା ଭାବେ ଅରବିନ୍ଦ ଙ୍କୁ ବିଧାୟକ ପାର୍ଥି ଟିକେଟ ଦେବା ସହ ତାଙ୍କ ଉପରେ ଭରସା ଭାଜନ କରିଥିଲେ.
ଅରବିନ୍ଦ ମଧ୍ୟ ପାଟକୁରା ରେ ସମସ୍ତ ନେତୃତ୍ୱ ଙ୍କୁ ଏକତ୍ରିତ କରି ନିଜ ରାଜନୈତିକ ଯାତ୍ରା ଆରମ୍ଭ କରିଛନ୍ତି. ଏଥି ସହ ପାଖଡ଼ ପଞ୍ଚାୟତ ରେ ସମସ୍ତ ୱାର୍ଡ ରେ ବିଜେଡି କର୍ମୀ ଙ୍କୁ ନେଇ ବିଶାଳ କର୍ମୀ ସମ୍ମିଳନୀ ଆୟୋଜିତ ହୋଇଥିଲା ଓ ବିଜେଡି ପାର୍ଥି ଅରବିନ୍ଦ ମହାପାତ୍ର ଙ୍କୁ ବିପୁଳ ସମର୍ଥନ ଦେବାକୁ ନିଷ୍ପତି କରାଯାଇଥିଲା