ଖବର ଆଜିର ତାରିଖ: ୦୨/୦୪/୨୪ ⭕

➡️୧- ପ୍ରତିରକ୍ଷା ରପ୍ତାନୀ କ୍ଷେତ୍ରରେ ଭାରତର ଐତିହାସିକ ସଫଳତା: ୨୧ ହଜାର କୋଟି ପାର୍ କଲା ଡିଫେନ୍ସ ଏକ୍ସପୋର୍ଟସ୍‌ ।

➡️୨- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାସଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ, ନିର୍ବାଚନୀ ରଣନୀତି ନେଇ କୋର ଟିମ୍ ସହ ଚାଲିଛି ଆଲୋଚନା ।

➡️୩- କଣ୍ଟାମାଳରେ ମହିଧର ରଣାଙ୍କ ପ୍ରାର୍ଥିତ୍ୱକୁ ବିରୋଧ କରି ସମୂହ ଇସ୍ତଫା ଦେଇଛନ୍ତି ପୂରା ବ୍ଲକର ସମିତି ସଭ୍ୟଠୁ ନେଇ ବ୍ଲକ ଅଧ୍ୟକ୍ଷ ।

➡️୪- ଇମ୍ରାନ ଖାନ ଓ ତାଙ୍କ ପତ୍ନୀ ବୁଶରା ବିବିଙ୍କୁ ବଡ଼ ଆଶ୍ୱସ୍ତି , ତୋଶାଖାନା କେସ୍‌ରେ ୧୪ ବର୍ଷର ସଜା ଉପରେ ରୋକ୍ ।

➡️୫- ସୁକାନ୍ତ ପାଣିଗ୍ରାହୀଙ୍କ ପ୍ରାର୍ଥୀତ୍ୱକୁ ନେଇ, ଅସନ୍ତୁଷ୍ଟ କନ୍ଧମାଳ ବିଜେପିର ସ୍ଥାନୀୟ ନେତା ଓ କର୍ମୀ । ଆରମ୍ଭ ହୋଇଛି ବିରୋଧ ।

➡️୬- ଇଣ୍ଡିଆ ଆଉଟ୍ ନାରା ଲଗାଉଥିବା ନେତାମାନେ ପ୍ରଥମେ ତାଙ୍କ ପତ୍ନୀ ପିନ୍ଧୁଥିବା ଭାରତୀୟ ଶାଢ଼ି ଜାଳି ଦିଅନ୍ତୁ: ବାଂଲାଦେଶ ପ୍ରଧାନମନ୍ତ୍ରୀ, ଶେଖ୍ ହସିନା

➡️୭- କାର୍ଯ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ୧୦୮ ଜଣଙ୍କୁ ପଦକ ପ୍ରଦାନ କଲେ DGP. ।

➡️୮- ଜୟପାଟଣା ସହରରେ ନାହିଁ ବସ୍ ଷ୍ଟାଣ୍ଡ, ରାଜବାଟି ସାମ୍ନାରେ ରହୁଛି ବସ୍ । ବଢୁଛି ଟ୍ରାଫିକ୍ ସମସ୍ୟା ।

➡️୯- ଦେବଗଡରେ ଜଳୁଛି ପ୍ରଧାନପାଟ ସଂରକ୍ଷିତ ଜଙ୍ଗଲ, ନିଆଁ ଲିଭାଇବା ପାଇଁ ବନ ବିଭାଗର ଉଦ୍ୟମ, ଜଙ୍ଗଲ ନିଆଁ ଯୋଗୁଁ ସହର ଓ ଆଖପାଖ ଅଞ୍ଚଳରେ ବଢୁଛି ଉତ୍ତାପ ।

➡️୧୦- ତୁଟୁନି ଆନ୍ଧ୍ର-ଓଡିଶାର ସୀମା ବିବାଦ । କୋଟିଆରେ ନିର୍ବାଚନ ପାଇଁ ପ୍ରସ୍ତୁତି, ଜାରି କରିଛି ଭୋଟର ତାଲିକା ଆନ୍ଧ୍ର ପ୍ରଶାସନ ।

➡️୧୧- ମଥୁରା ଇସ୍କନରେ ପାଦୁକା ସ୍ଥାପନ ପୂଜା, ଏକ ହଜାର ଆଠ ଚରଣ ପୂଜାକଲେ ଶ୍ରଦ୍ଧାଳୁ ।

➡️୧୨- ଟିକେଟ୍ ପାଇବା ପରେ ପ୍ରଥମ ଥର କେନ୍ଦ୍ରାପଡ଼ା ଗସ୍ତରେ ବୈଜୟନ୍ତ ପଣ୍ଡା, ଚାନ୍ଦୋଳରୁ ବିଶାଳ ରାଲି ସହ ବଳଦେବଜିଉ ମନ୍ଦିର ଅଭିମୁଖେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ।

➡️୧୩- ପୁଣିଥରେ ରାହୁଲ ଗାନ୍ଧୀଙ୍କର ବଢିପାରେ ଅଡୁଆ, ‘ମ୍ୟାଚ୍ ଫିକ୍ସିଂ’ ବୟାନକୁ ନେଇ ବିଜେପିର ଅଭିଯୋଗ, କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ।

➡️୧୪- କନ୍ଧମାଳ ଋଷିଗୁଡା ପାହାଡରେ ଦେଶୀ ବନ୍ଧୁକ କାରଖାନା ଠାବ, ବନ୍ଧୁକ ତିଆରି କରୁଥିବା ସୁନାବର ମଲ୍ଲିକକୁ ବାନ୍ଧିଲା ପୋଲିସ ।

➡️୧୫- ଆଜି କିମ୍ବା ଆସନ୍ତାକାଲି ଆସିପାରେ କଂଗ୍ରେସର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା: ଦିଲ୍ଲୀରୁ ଫେରି ପ୍ରତିକ୍ରିୟା ରଖିଲେ ବିଧାୟକ ତାରା ବାହିନୀପତି ।

➡️୧୬- ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ବିଜେପିରେ ମିଶିଲେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ।

➡️୧୭- କୃଷ୍ଣପ୍ରସାଦ ବ୍ଲକର ଐତିହାସିକ ୨୪ ମୌଜା ମାଲୁଦରେ ଚିଲିକା କୂଳରେ ପଞ୍ଚୁଦୋଳ ଯାତ୍ରା, ବିମାନରେ ବସି ଚିଲିକା ପାରି ହେଲେ ରାଧାମାଧବ ।

➡️୧୮- ସକାଳୁଆ ହେବ ଅଙ୍ଗନବାଡି, ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଘୋଷଣା କଲେ ରାଜ୍ୟ ସରକାର ।

➡️୧୯- କଟକରେ ଓଡ଼ିଶା ପୋଲିସର ୮୯ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ, ମୁଖ୍ୟ ଅତିଥି ଭାବେ ପୋଲିସ ଡିଜି ଅରୁଣ ଷଡ଼ଙ୍ଗୀ ଯୋଗଦେଇ ଲୋକାଭିମୁଖି ହୋଇ କାର୍ଯ୍ୟ କରିବାକୁ ଦେଲେ ଆହ୍ୱାନ ।

➡️୨୦- ଦିନରେ କଲବଲ କରୁଛି ଗ୍ରୀଷ୍ମ ପ୍ରବାହ: ସାଢ଼େ ୨ଟା ସୁଦ୍ଧା ଚାନ୍ଦବାଲି ସବୁଠୁ ଉତ୍ତପ୍ତ ସହର, ତାତି ଟପିଲା ୩୯.୬ ଡିଗ୍ରୀ ।

. 🙏 ସୁପ୍ରଭାତ, ଗୁଡମର୍ଣିଂ 🙏

Leave A Reply

Your email address will not be published.