ଖବର ଆଜିର…ତାରିଖ ୦୩/୦୪/୨୪, ବୁଧବାର

୧-ଫୁଟୁଛି ଓଡ଼ିଶା: ୪୨ ଡିଗ୍ରୀ ପାଖରେ ପହଞ୍ଚିଲା ତାତି, ୪୧.୭ ଡିଗ୍ରୀ ସହ ମାଲକାନଗିରି ସର୍ବାଧିକ ଉତ୍ତପ୍ତ ସହର।

୨-ମ୍ୟାଜିକ କାର୍ଡ ପ୍ରଣୟନ ପାଇଁ ପ୍ରକ୍ରିୟା ଆରମ୍ଭ, ଜନସାଧାରଣଙ୍କ ମତାମତ ଲୋଡିଲେ ୫-ଟି ଅଧ୍ୟକ୍ଷ।

୩-ରାଜ୍ୟର ୨ ଜିଲାପାଳ ଏବଂ ୫ ଏସ୍‌ପିଙ୍କ ବଦଳି ନିର୍ଦେଶ ଦେଲେ ନିର୍ବାଚନ କମିଶନ।

୪-ଭୁବନେଶ୍ୱର:୪୦ ଡିଗ୍ରୀକୁ ଖାତିର ନାହିଁ, ପ୍ରଚାର ମଇଦାନକୁ ଲମ୍ଫ ମାରିଲେଣି ନେତା।

୫-ଆସିଲା ବିଜେପିର ବିଧାନସଭା ଟିକେଟ୍ । ୧୧୨ ପ୍ରାର୍ଥୀଙ୍କ ନାଁ ଘୋଷଣା । ୪୯ ନୂଆ ଚେହେରାଙ୍କୁ ସୁଯୋଗ, ୬୨ ପ୍ରାର୍ଥୀଙ୍କୁ ରିପିଟ୍ କଲା ଦଳ।

୬-ପୁରୀ:ପଞ୍ଚଭୂତରେ ଲୀନ ଶାନ୍ତିଲତା, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେଲା ଶେଷକୃତ୍ୟ।

୭-ଭୁବନେଶ୍ୱର: ନିର୍ବାଚନ ପାଇଁ ସରକାରୀ କର୍ମଚାରୀଙ୍କ ଗୋଟିଏ ଦିନ ସ୍ବତନ୍ତ୍ର ସାମୟିକ ଛୁଟି।

୮-ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ । ୮ ଲୋକସଭା ଓ ୪୯ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା।

୯-ବିଜେଡିର ବିପ୍ଳବ ପାତ୍ରଙ୍କୁୁ ଟକ୍କର ଦେବେ ବିଜେପିର ସିଦ୍ଧାନ୍ତ ମହାପାତ୍ର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଲଢିବେ ବିଜେପିର ଶିଶିର ମିଶ୍ର।

୧୦-ଭୁବନେଶ୍ୱର: ଚଳଚ୍ଚିତ୍ର ସଂଖ୍ୟା ବଢୁଛି, ଦୁର୍ଦ୍ଦଶା କମୁନି,ମଲ୍ଟିପ୍ଲେକ୍ସ ଚାହିଦା,କମୁଛି ପ୍ରେକ୍ଷାଳୟ।

୧୧-ଅଧିକ ଚାଉଳ ଯୋଗାଣ ଲାଗି କେନ୍ଦ୍ରକୁ ରାଜ୍ୟର ଅନୁରୋଧ,୧୬.୫ଲକ୍ଷ ମେଟ୍ରିକ୍ ଟନ୍ ପୁଷ୍ଟି ଚାଉଳ ପ୍ରସ୍ତାବ।

୧୨-ମିଥ୍ୟା ତଥ୍ୟରୁ ମୁକ୍ତି ଦେବ ମିଥ୍ ଆଣ୍ଡ ରିଅଲିଟି ପ୍ଲାଟଫର୍ମ – ନିର୍ବାଚନ ଆୟୋଗ।

୧୩-ଲୋକସଭା ନିର୍ବାଚନ ପାଇଁ ଘୁଞ୍ଚିଲା ପରୀକ୍ଷା;JEE Main, MHT-CET ଓ EAPCET ପରି ଅନେକ ପରୀକ୍ଷାର ସଂଶୋଧିତ ତାରିଖ ଜାରି।

୧୪-ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ୩୩ ବର୍ଷର ଇନିଂସ ସରିବ, ୯ କେନ୍ଦ୍ରମନ୍ତ୍ରୀ ରାଜ୍ୟସଭାରୁ ନେବେ ଅବସର।

୧୫-ତାମିଲନାଡୁ ତ୍ରିଚି-ଚେନ୍ନାଇ ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା,୧୦ ମୃତ,୨ ଆହତ।

୧୬-ଛତିଶଗଡ଼ ପୁଲିସକୁ ବଡ଼ ସଫଳତା, ଯବାନଙ୍କ ଗୁଳିରେ ୪ ମାଓବାଦୀ ନିହତ।

୧୭-ବେଙ୍ଗାଳୁରୁ:ଚମକିଲେ ଡି କକ୍ ଓ ମୟଙ୍କ,RCBକୁ ହରାଇଲା ଲକ୍ଷ୍ନୌ।

୧୮-ପତଞ୍ଜଳି ବିଜ୍ଞାପନ ବିବାଦ ମାମଲାର ସୁପ୍ରିମକୋର୍ଟ ଶୁଣାଣୀ । ବିନା ସର୍ତ୍ତରେ କ୍ଷମା ମାଗିଲେ ବାବା ରାମଦେବ।

୧୯-ବିଶ୍ୱର ସବୁଠୁ ଶକ୍ତିଶାଳୀ ଦେଶଙ୍କ ସୂଚୀର ପ୍ରଥମ ସ୍ଥାନରେ ଆମେରିକା, ଦ୍ବାଦଶ ସ୍ଥାନରେ ଭାରତ।

୨୦-ଇସ୍ତାନବୁଲ ନାଇଟ୍ କ୍ଲବରେ ଅଗ୍ନିକାଣ୍ଡ, ୨୯ ମୃତ।

୨୧-ଲଗାତାର ତୃତୀୟବାର ଇଜିପ୍ଟ ରାଷ୍ଟ୍ରପତି ଭାବେ ଶପଥପାଠ କଲେ ଅବଦେଲ ଫତହ ଅଲ-ସିସି, ବଧେଇ ଜଣାଇଲେ ମୋଦି।

. 🙏 ସୁପ୍ରଭାତ, ଗୁଡମର୍ଣିଂ 🙏

Leave A Reply

Your email address will not be published.