ଉତୁକୁଡାରେ ତୃତୀୟ ଢୋଲକ ବାଦ୍ୟ ସମ୍ମିଳନୀ

ଭଦ୍ରକ ଚାନ୍ଦବାଲି ବ୍ଲକ୍ ଉତୁକୁଡା ପଞ୍ଚାୟତ ବହୁସିଙ୍ଗିଟି ମା ତାରିଣୀ ମନ୍ଦିର ପ୍ରାଙ୍ଗଣରେ ଶ୍ରୀ ମଦନମୋହନ ଜିଉ ଢୋଲକ ବାଦ୍ୟ ତୃତୀୟ ବାର୍ଷିକ ଲୋକକଳା ଢୋଲକ ବାଦ୍ୟ ସମ୍ମିଳନୀ ନାଟ୍ୟ ଗୌରବ ପ୍ରଫେସର ଅଟଳ ବିହାରୀ ନାୟକକଙ୍କ ପରିଚାଳନା ରେ ଅନୁଷ୍ଠିତ ହୋଇଯାଇଛି। ଚାନ୍ଦବାଲିର ବିଭିନ୍ନ ଗ୍ରାମରୁ ଆସିଥିବା ଢୋଲକ ବାଦ୍ୟ ଦଳ ଢୋଲକ ବାଦ୍ୟ ପରିବେଷଣ କରିଥିଲେ। ମୁଖ୍ୟ ଅତିଥି ଭାବେ ନାଟ୍ୟ ନିର୍ଦ୍ଦେଶକ ଲଲାଟେନ୍ଦୁ ମହାନ୍ତି, ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ତପନ କୁମାର ମିଶ୍ର, ଭଦ୍ରକ ଜିଲ୍ଲା କଳା ସଂସ୍କୃତି ସଂଘର ଉପସଭାପତି ତ୍ରିଲୋଚନ ପଣ୍ଡା, ସମ୍ପାଦକ,ମା ଦକ୍ଷିଣେଶ୍ୱରୀ କାଳିକା ପାଲା ଗାୟକ ମଣ୍ଡଳର ଅକ୍ଷୟ କୁମାର ନାୟକ,ନାଟ୍ୟ ନିର୍ଦ୍ଦେଶକ ହେମନ୍ତ କୁମାର ନାୟକ,

ବରିଷ୍ଠ ପୂର୍ବତନ ସେନାଅଧିକାରି ପୂର୍ଣ୍ଣଚନ୍ଦ୍ର ପଣ୍ଡା, ଯୁବ ସାମ୍ୱାଦିକ ସଂଗ୍ରାମ ତ୍ରିପାଠୀ, ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚାର ସଭାପତି ଅଶୋକ ରାଉଳ,
ଉତୁକୁଡ଼ା ସରପଞ୍ଚଙ୍କ ପ୍ରତିନିଧି ବାବୁଲି ପୁହାଣ, ମୁଖ୍ୟ ବକ୍ତା ପଣ୍ଡିତ ଦୟାନିଧି ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। କଳା କ୍ଷେତ୍ରରେ ଉଲେଖନୀୟ ଅବଦାନ ପାଇଁ ଯାତ୍ରା ଅଭିନେତା ସୁବାସ ବେହେରା,ନାଟ୍ୟ ନିର୍ଦ୍ଦେଶକ ଲଲାଟେନ୍ଦୁ ମହାନ୍ତିଙ୍କୁ ସମ୍ମାନ ସନ୍ତକ ପୁରସ୍କାର ୨୦୨୪ ପ୍ରଦାନ କରାଯାଇଛି। ପ୍ରଫେସର ଅଟଳ ବିହାରୀ ନାୟକକଙ୍କ ଓଡ଼ିଶାରେ ଲୁକ୍କାୟିତ ଲୋକବାଦ୍ୟ-ଭଦ୍ରକର ଖେରଙ୍ଗ ଲୋକବାଦ୍ୟ ପୁସ୍ତକ ଉନ୍ମୋଚିତ ହୋଇଯାଇଛି।

ମଦନମୋହନ ଜୀଉ ଢୋଲକ ବାଦ୍ୟ କମିଟିର ଚାଳକ ମହେନ୍ଦ୍ର ଧଳ, ବସନ୍ତ ଧଳ, ମାଗୁଣି ରାଉତ, ମଧୁସୂଦନ ରାଉତ, ଲକ୍ଷ୍ମୀଧର ରାଉତ ସମୁହ କମିଟିର ସହଯୋଗରେ ଚାନ୍ଦବାଲିରେ ଢୋଲକ ବାଦ୍ୟ ସମ୍ମିଳନୀ ଅନୁଷ୍ଠିତ ହୋଇପାରିଛି। ଶେଷରେ ସଂଯୋଜକ ଶିକ୍ଷାବିତ୍ ବାଇଧର ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ।

Leave A Reply

Your email address will not be published.