ଖବର ଆଜିର …ତାରିଖ ୧୬/୦୪/୨୪, ମଙ୍ଗଳବାର

୧-ଖରାରେ ଶ୍ରମିକମାନଙ୍କୁ ଦିନ ୧୧ଟାରୁ ୩ଟା ମଧ୍ୟରେ କାମ କରାଇଲେ ଦଣ୍ଡ।

୨-ନୂଆଦିଲ୍ଲୀ: ନିର୍ବାଚନ ପୂର୍ବରୁ ଦେଶରେ ୪୬୫୦ କୋଟି ଟଙ୍କା ସହିତ ବିଭିନ୍ନ ସାମଗ୍ରୀ ଜବତ, ଦୈନିକ ଜବତ ହେଉଛି ୧୦୦ କୋଟି।

୩-ଭୁବନେଶ୍ୱର: ପ୍ରଧାନ ଶିକ୍ଷକ ଦୈନିକ ୨ଟି ଶ୍ରେଣୀରେ ପଢାଇବେ। ଏହାକୁ କାର୍ଯ୍ୟକାରୀ କରିବାକୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ।

୪-ବାଙ୍କୀର ଭେଡ଼ା ରାମଚନ୍ଦ୍ରପୁର:ଗୋଷ୍ଠୀ ସଂଘର୍ଷରୁ ବୋମାମାଡ଼, ୬ ଗୁରୁତର।

୫-କିମ୍‍ସରେ ଖୋଲିଲା ଅତ୍ୟାଧୁନିକ ଷ୍ଟ୍ରୋକ୍‍ ସେଣ୍ଟର,ଉତ୍ସର୍ଗୀକୃତ ଷ୍ଟ୍ରୋକ୍‍ ବିଶେଷଜ୍ଞ ଟିମ୍‍ ସହିତ ନବୀନତମ ନିଦାନ ଓ ଚିକିତ୍ସା ପଦ୍ଧତି ଉପଲବ୍‍ଧ।

୬-ଯାଜପୁର ସଡକ ଦୁର୍ଘଟଣା: ୫ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ ମୃତକଙ୍କ ନିକଟ ଆତ୍ମୀୟଙ୍କୁ ୩ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା, ଆହତଙ୍କ ଉପଯୁକ୍ତ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ।

୭-ଚନ୍ଦ୍ରଶେଖରପୁର: ଜୟଦେବ ବିହାରରୁ ନନ୍ଦନକାନନ ଯାଏଁ ଅତିଷ୍ଠ କରୁଛି ଟ୍ରାଫିକ ଯନ୍ତ୍ରଣା, ରୋଗୀ ବୁହା ଯାନକୁ ବାଟ ମିଳୁ ନାହିଁ।

୮-ବିଶୃଙ୍ଖଳା ଓ ଦଳ ବିରୋଧୀ କାର୍ଯ୍ୟ ପାଇଁ ସୁୁରେଶ ରାଉତରାୟଙ୍କୁ କଂଗ୍ରେସରୁ ୬ ବର୍ଷ ପାଇଁ ବହିଷ୍କାର କରାଯାଇଛି।

୯-ପୁରୀ:୧୭ରୁ ସାହି ଯାତ ଆରମ୍ଭ, ଶୃଙ୍ଖଳାକୁ ଗୁରୁତ୍ୱ।

୧୦-ଶକ୍ତି ମହାନ୍ତି ଓ ହେମନ୍ତ ଦଳପତି ପାଇବେ କବି ଚନ୍ଦ୍ର କୁମାର ମହାନ୍ତି କବିତା ପୁରସ୍କାର-୨୦୨୪

୧୧-ରେଭେନ୍ସା ବିଶ୍ୱବିଦ୍ୟାଳୟରେ ତେଜିଲା ଛାତ୍ର ଆନ୍ଦୋଳନ, ପରୀକ୍ଷା ତାରିଖ ଘୁଞ୍ଚାଇବା ପାଇଁ ଦାବି।

୧୨-ବୌଦ୍ଧ ରାଣୀପଦର ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା: ଟ୍ରକ୍ ବସ୍ ମୁହାଁମୁହିଁ ଧକ୍କା, ୨୦ ଗୁରୁତର।

୧୩-ମେ’ ପ୍ରଥମ ସପ୍ତାହରେ ରାଜ୍ୟ ବିଜେପିର ଆସିବ ସଂକଳ୍ପ ପତ୍ର, ଅପ୍ରେଲ ୨୧ରେ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଚାର୍ଜସିଟ୍।

୧୪-ଭୁବନେଶ୍ୱର:କ୍ରୀପ୍ଟୋ କରେନସି ବିନିଯୋଗ ନାଁରେ
୧୪ କୋଟି ଠକେଇ,୨ ଠକ ଗିରଫ।

୧୫-ପାରାଦୀପ: ଆଜିଠୁ ୨ମାସ ଯାଏ ସମୁଦ୍ରରେ ମାଛ ଧରା ବନ୍ଦ,ମାଛ ବଂଶ ବୃଦ୍ଧି ପାଇଁ ସରକାର ଲଗାଇଛନ୍ତି ରୋକ୍‌‌।

୧୬-ଏଥର ମୌସୁମୀରେ ସ୍ୱାଭାବିକଠାରୁ ଅଧିକ ହୋଇପାରେ ବର୍ଷା:ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା।

୧୭-ରେଳବାଇରେ ବମ୍ପର ନିଯୁକ୍ତି ସୁଯୋଗ! ଆରପିଏଫରେ ୪୬୬୦ ପଦବୀ ଖାଲି, ତୁରନ୍ତ କରନ୍ତୁ ଆବେଦନ।

୧୮-କେଜ୍ରିୱାଲଙ୍କୁ ମିଳିଲାନି ଆଶ୍ୱସ୍ତି: ବଢିଲା ଜେଲ ରହଣି ଅବଧି, ଏପ୍ରିଲ ୨୩ ପର୍ଯ୍ୟନ୍ତ ନାୟିକ ହେପାଜତ ଅବଧିକୁ ବଢାଇଲେ ଦିଲ୍ଲୀ ରାଉସ ଏଭେନ୍ୟୁ କୋର୍ଟ।

୧୯-ନ୍ୟାୟପାଳିକାକୁ ଦୁର୍ବଳ କରିବାକୁ ଚାଲିଛି ଉଦ୍ୟମ: ସିଜେଆଇଙ୍କ ପାଖକୁ ଚିଠି ଲେଖି ଚିନ୍ତାପ୍ରକାଶ କଲେ ୨୧ ଅବସରପ୍ରାପ୍ତ ବିଚାରପତି

୨୦-IPL:ହାଇଦ୍ରାବାଦର ରନର ପାହାଡ଼ରେ ଦବିଗଲା ବେଙ୍ଗାଲୁରୁ, ଚମକିଲେ ଟ୍ରେଭିସ ହେଡ; ସଂଘର୍ଷ କରି ମନ ଜିଣିଲେ କାର୍ତ୍ତିକ।

୨୧-ପ୍ରଚାର ବେଳେ ରାହୁଲ ଗାନ୍ଧୀଙ୍କ ହେଲିକପ୍ଟର ଯାଞ୍ଚ: ତଲାସୀ ନେଲେ ନିର୍ବାଚନ ଆୟୋଗର ଅଧିକାରୀ।

🙏 ସୁପ୍ରଭାତ, ଗୁଡମର୍ଣିଂ 🙏

Leave A Reply

Your email address will not be published.