➡️୧-ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଯୋଧ୍ୟା ଗସ୍ତ, ରାମ ଲଲାଙ୍କ ଦର୍ଶନ କରିବା ସହ ସରଯୁ ନଦୀରେ କରିବେ ପୂଜାର୍ଚ୍ଚନା l ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ଏହା ହେଉଛି ପ୍ରଥମ ରାମନଗରୀ ଗସ୍ତ।
➡️୨-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୧ କୋଟିର ମାଲିକ । ନିର୍ବାଚନୀ ସତ୍ୟାପାଠରୁ ଆସିଲା ତଥ୍ୟ l
➡️୩-ରେକର୍ଡ ଭାଙ୍ଗିଲା ତାତି । ବାରିପଦାରେ ହେଲା ସର୍ବକାଳିନ ରେକର୍ଡ, ୪୬ଡିଗ୍ରୀ ଟପିଲା ତାପମାତ୍ରା । ୪୫ ଡିଗ୍ରୀ ଛୁଇଁଲା ଭୁବନେଶ୍ୱର । ହିଟ୍ କରିଡରକୁ ନେଇ ସବୁଠି ଉଠିଲା ଚର୍ଚ୍ଚା l
➡️୪-ମନ୍ତ୍ରପାଠରେ କମ୍ପିଲା ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠ l ମାଆଙ୍କୁ ଦର୍ଶନ କରି ଷଷ୍ଠଥର ପାଇଁ ହିଞ୍ଜିଳି ବିଧାୟକ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଥି ବିଜେଡି ସୁପ୍ରିମୋ ଶ୍ରୀ ନବୀନ ପଟ୍ଟନାୟକ l ମେ ୨୦ ତାରିଖରେ ହେବ ମତଦାନ।
➡️୫-ଚୂଡ଼ାନ୍ତ ତଥ୍ୟ ଜାରି କଲେ ନିର୍ବାଚନ କମିସନ, ୧୦୨ଟି ସଂସଦୀୟ କ୍ଷେତ୍ର ପାଇଁ ପ୍ରଥମ ପର୍ଯ୍ୟାୟରେ ୬୬.୧୪% ଓ ଦ୍ୱିତୀୟ ପର୍ଯ୍ୟାୟରେ ୮୮ଟି ସଂସଦୀୟ କ୍ଷେତ୍ର ପାଇଁ ୬୬.୭୧% ମତଦାନ ହୋଇଛି।
➡️୬-ଆସନ୍ତା ୭ତାରିଖରେ ନବରଙ୍ଗପୁର ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ l ଜନସଭାରେ ସମ୍ବୋଧନ କରିବା ସହ ଏକ ରୋଡ୍ ସୋ’ର କାର୍ଯ୍ୟକ୍ରମ ରହିଛି l
➡️୭-ପୃଥିବୀର ୧୦ ଉତ୍ତପ୍ତ ସହର ଭିତରେ ସ୍ଥାନ ପାଇଲା ଓଡ଼ିଶାର ୩ଟି ସହର l ବାରିପଦା ଦ୍ୱିତୀୟ ସ୍ଥାନରେ ଥିବା ବେଳେ ବାଲେଶ୍ୱର ତୃତୀୟ ଓ ରାଜଧାନୀ ଭୁବନେଶ୍ୱର ଦଶମ ସ୍ଥାନରେ ରହିଛି।
➡️୮-ଭାରତୀୟ ନୌସେନାକୁ ମିଳିଲା ନୂତନ ମୁଖ୍ୟ। ଆଡମିରାଲ ଦୀନେଶ କୁମାର ତ୍ରିପାଠୀ ଗତକାଲି ବିଧିବଦ୍ଧ ଭାବେ କଲେ ଦାୟିତ୍ୱ ଗ୍ରହଣ l
➡️୯-୬୦ ଏବଂ ୮୦ ଦଶକର ଅଭିନେତ୍ରୀ ମାଲା ସିହ୍ନାଙ୍କ ସ୍ୱାମୀ ଚିଦାମ୍ବର ପ୍ରସାଦ ଲୋହାନୀ ୮୬ ବର୍ଷ ବୟସରେ କଲେ ଶେଷ ନିଃଶ୍ୱାସ ତ୍ୟାଗ l ଦୀର୍ଘଦିନ ଧରି ସେ ନିମୋନିଆ ରୋଗରେ ପୀଡିତ ଥିବା ବେଳେ ସେ ଡାକ୍ରରଖାନାରେ ଚିକିତ୍ସା ହେଉଥିଲେ ।
➡️୧୦-ମିଛ ଭିଡିଓ ଦେଖାଇ ନିର୍ବାଚନୀ ସଭାରେ ଭାଷଣ ଦେଇଥିବା ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ ଓ ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ବିରୁଦ୍ଧରେ ଭୁବନେଶ୍ୱରସ୍ଥିତ ସାଇବର ଥାନାରେ ଏଫଆଇଆର ଦେଲା ବିଜେପି। ଉଭୟଙ୍କୁ ତୁରନ୍ତ ଗିରଫ କରିବା ପାଇଁ ବିଜେପି କଲା ଦାବି l
➡️୧୧-ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ଓବିସି ଏବଂ ଅନ୍ୟ ପଛୁଆ ବର୍ଗଙ୍କ ଅଧିକାରକୁ ମାରି ମୁସଲିମଙ୍କୁ ସଂରକ୍ଷଣ ଦେବାକୁ ଅନୁମତି ଦେବି ନାହିଁ । ଗତକାଲି ତେଲଙ୍ଗାନାର ଜହୀରାବାଦରେ ଏକ ସର୍ବାଜାନୀନ ରାଲିକୁ ସମ୍ୱୋଧିତ କରି କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ l
➡️୧୨-ଉତ୍ତରାଖଣ୍ଡ ସରକାର ବାବା ରାମଦେବଙ୍କ ପତଞ୍ଜଳି କମ୍ପାନିର ଦିବ୍ୟ ଫାର୍ମାସି ଦ୍ୱାରା ଉତ୍ପାଦିତ ହେଉଥିବା ୧୪ଟି ପ୍ରଡକ୍ଟର ଲାଇସେନ୍ସ କୁ କଲେ ରଦ୍ଦ l ଏହିସବୁ ପ୍ରଡକ୍ଟ ଉପରେ ୧୯୪୫ର ନିୟମ ୧୫୯ (୧) ଅନୁଯାୟୀ ବ୍ୟାନ ଲାଗିଛି ।
➡️୧୩-କରୋନା ଟିକା କୋଭିସିଲ୍ଡ ଟିକା ବାବଦରେ ସତ ମାନିଲା କମ୍ପାନୀ । ଟିକା ନେଇଥିବା ଲୋକଙ୍କ ଠାରେ ଦେଖା ଦେଉଛି ହୃଦଘାତ, ମସ୍ତିଷ୍କଘାତ ଭଳି ଜଟିଳ ସମସ୍ୟା l
➡️୧୪-ବଦଳିଲା ଅନନ୍ତନାଗ-ରାଜୌରୀ ଲୋକସଭା ଆସନ ପାଇଁ ଭୋଟଗ୍ରହଣ ତାରିଖ, ଏଣିକି ମେ ୭ ପରିବର୍ତ୍ତେ ମେ ୨୫ରେ ହେବ ଭୋଟଗ୍ରହଣ l
➡️୧୫-ତାମିଲନାଡୁର ମତ୍ସ୍ୟଜୀବୀଙ୍କ ଉପରେ ହମ୍ଲା କଲେ ସମୁଦ୍ର ଦସ୍ୟୁ, ଲୁଟିନେଲେ ଟଙ୍କା ଓ ୱାକି-ଟକି l
➡️୧୬-ଯୁଦ୍ଧ ଭିତରେ ବଢ଼ିପାରେ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ସମସ୍ୟା । ନେତାନ୍ୟାହୁଙ୍କ ନାଁରେ ଗିରଫ ପରୱାନା ଜାରି ଆଶଙ୍କା l
➡️୧୭-କାନାଡାରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର, ଏଣିକି ସପ୍ତାହକୁ ୨୪ ଘଣ୍ଟା କ୍ୟାମ୍ପସ ବାହାରେ କରିପାରିବେ କାମ l
➡️୧୮-ଆଇପିଏଲ୍ର ୪୮ତମ ମ୍ୟାଚ ରେ ଗତକାଲି ୪ ଓ୍ଵିକେଟ୍ରେ ଜିତି ନିଜର ପ୍ଲେ ଅଫ୍ ସ୍ଥାନ ମଜବୁତ କଲା ଲକ୍ଷ୍ନୌ। ମୁମ୍ବାଇ ଦ୍ଵାରା ଧାର୍ଯ୍ୟ ୧୪୫ ରନ ବିଜୟ ଲକ୍ଷ୍ୟକୁ ଲକ୍ଷ୍ନୌ ମାର୍କସ ଷ୍ଟୋଇନିସଙ୍କ ୬୨ ରନ ଇନିଂସ ବଳରେ ୧୯.୨ ଓଭରରେ ୬ ଓ୍ଵିକେଟ୍ ହରାଇ ହାସଲ କଲା ଏହି ସଫଳତା l
➡️୧୯-ଟି-ଟ୍ୱେଂଟି ବିଶ୍ୱକପ ପାଇଁ ଭାରତୀୟ ଦଳ ହେଲା ଘୋଷଣା । ୧୫ଜଣିଆ ଟିମର ନେତୃତ୍ୱ ନେବେ ରୋହିତ ଶର୍ମା l ରୋହିତ୍ ଶର୍ମାଙ୍କୁ ଅଧିନାୟକ ଦାୟିତ୍ୱ ମିଳିଥିବା ବେଳେ ଉପଅଧିନାୟକ ଭାବେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନିଯୁକ୍ତ କରାଯାଇଛି