ଆସୁଛନ୍ତି ପ୍ରଧାନମନ୍ତ୍ରୀ ; ରାତି ସାଢ଼େ ୮ଟାରେ ଜନପଥରେ ରୋଡ୍ ସୋ’ ।

ଆଜି ରାଜଧାନୀରେ ମେଗା ରୋଡ୍ ଶୋ’ କରିବେ ପ୍ରଧାନମନ୍ତ୍ରୀ ମୋଦି। ରାଜ୍ୟ ବିଜେପି କାର୍ଯ୍ୟାଳୟରୁ ବାଣୀବିହାର ଯାଏଁ ହେବ ବିଶାଳ ରାଲି। ସାମିଲ ହେବେ ୨ ଲକ୍ଷରୁ ଅଧିକ କାର୍ଯ୍ୟକର୍ତ୍ତା।

ପ୍ରଧାନମନ୍ତ୍ରୀ ଆଜି ରାତି ୮ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ବିଜେପି ପାର୍ଟି ଅଫିସଠାରୁ ବାଣୀବିହାର ଯାଏଁ ରୋଡ ଶୋ କରି ପ୍ରଚାର କରିବେ । ଏଥିପାଇଁ ଦଳ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି। ଅନ୍ୟ ପଟେ ସୁରକ୍ଷା ଦୃଷ୍ଟିରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯାଇଛି।

ମୋଦୀଙ୍କ ଓଡିଶା ଗସ୍ତ ପାଇଁ ପ୍ରଧାନମନ୍ତ୍ରୀ ରୋଡ୍ ସୋ’ ପାଇଁ ସଜାଗ ଓଡ଼ିଶା ପୁଲିସ ଓ ଏସପିଜି । ଭୁବନେଶ୍ୱର ଏୟାରପୋର୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପହଞ୍ଚିବା ଠାରୁ ଆରମ୍ଭ କରି ରାଜଭବନରେ ରାତ୍ରିଯାପନ ପର୍ଯ୍ୟନ୍ତ କଡ଼ାକଡ଼ି ରହିବ ସୁରକ୍ଷା ବ୍ୟବସ୍ଥା । ବିଶେଷକରି ରୋଡ୍ ସୋ’ ପାଇଁ ଜନପଥରେ ଟ୍ରାଫିକ କଟକଣା ଲଗାଇଛି କମିଶନରେଟ୍ ପୁଲିସ । ଅପରାହ୍ଣ ୨ଟାରୁ ରୋଡ୍ ସୋ’ ସରିବା ଯାଏଁ ମାଷ୍ଟରକ୍ୟାଣ୍ଟିନରୁ ବାଣୀବିହାର ପର୍ଯ୍ୟନ୍ତ ରାସ୍ତା ବନ୍ଦ ରହିବ । ସେହିପରି ଅପରାହ୍ନ ୪ଟାରୁ ରୋଡ୍ ସୋ’ ସରିବା ପର୍ଯ୍ୟନ୍ତ ବାଣୀବିହାରରୁ ମାଷ୍ଟରକ୍ୟାଣ୍ଟିନ ରାସ୍ତାକୁ ବନ୍ଦ କରିଦିଆଯିବ । ଏହାସହ ଜନପଥକୁ ସଂଯୋଗ କରୁଥିବା ସମସ୍ତ ଗଳି ରାସ୍ତାକୁ ମଧ୍ୟ ବନ୍ଦ କରାଯିବ ।

ରୋଡ୍ ସୋ’ର ପୂରା ଦାୟିତ୍ୱ ରହିଛି କମିଶନରେଟ୍ ପୁଲିସ ପାଖରେ । ମୋଦୀଙ୍କ ସୁରକ୍ଷା ପାଇଁ ଏସପିଜି ସହ ମିଶି ବ୍ଲୁ ପ୍ରିଂଟ ପ୍ରସ୍ତୁତ କରିଛି କମିଶନରେଟ୍ ପୁଲିସ । ରୋଡ୍ ସୋ’ ପାଇଁ ମୋଟ ୫୫ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ରହିବ । ସେହିପରି ୫ ଡିସିପି, ୧୦ ଅତିରିକ୍ତ ଡିସିପି, ୨୭ଜଣ ଏସିପି ଓ ୪୧ଜଣ ଇନ୍ସପେକ୍ଟର ସୁରକ୍ଷା ଦାୟିତ୍ୱରେ ରହିବେ । ଏହାସହ ତିନୋଟି ଆଣ୍ଟିି ଟେରର ଗ୍ରୁପ୍ ମଧ୍ୟ ରୋଡ୍ ସୋ’କୁ ଜଗିବ । ସେହିପରି ପୁରା ଜନପଥରେ ଲାଗିଛି ସିସିଟିଭି । ଟ୍ରାଫିକ ରେଗୁଲେସନ ପାଇଁ ମାର୍ଗଦର୍ଶିକା ବି ଜାରି ହୋଇଛି । ସେହିଭଳି ମାଷ୍ଟରକ୍ୟାଣ୍ଟିିନରୁ ବାଣୀବିହାର ରାସ୍ତାରେ ଥିବା ଇଲେକଟ୍ରିକ କନକ୍ସେନର ଯାଞ୍ଚ କରିଛି ଏସପିଜି । କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ରାସ୍ତାର ଉଭୟ ପାଶ୍ୱର୍ର ବକ୍ସଗୁଡିକୁ ଯାଞ୍ଚ କରାଯାଇଛି । ଏହାସହ ମୋଦୀଙ୍କ ଗସ୍ତ ପୂର୍ବରୁ ଏୟାରପୋର୍ଟ ପାଖରୁ କାରକେଡ୍ ରିହଲସଲ ମଧ୍ୟ କରାଯାଇଛି

Leave A Reply

Your email address will not be published.