ଖବର ଆଜିର…ତାରିଖ:୧୫/୦୫/୨୪, ବୁଧବାର

୧-ବେସରକାରୀ ବିଦ୍ୟାଳୟରେ ନିଃଶୁଳ୍କ ଶିକ୍ଷା ପାଇଁ ଲଟେରୀ ମାଧ୍ୟମରେ ୧ ହଜାର ୫୮୯ ଜଣ ଛାତ୍ରଛାତ୍ରୀଙ୍କୁ ନାମଲେଖା ପାଇଁ ଲଟେରୀ ମାଧ୍ୟମରେ ଚୟନ।

୨-ଅବାଧ ଓ ମୁକ୍ତ ନିର୍ବାଚନରେ ହୋଇପାରେ ଅନ୍ତରାୟ, ପ୍ରାଥୀଙ୍କୁ ଫୋନ ଓ ଆଧାର ନମ୍ବର ଦିଅନ୍ତୁନି ଭୋଟର-ସିଇଓ।

୩-ନୂଆପଡ଼ା:କର୍ତ୍ତବ୍ୟରତ ପ୍ରିଜାଇଡିଂ ଅଫିସରଙ୍କ ଦୁର୍ଘଟଣାରେ ମୃତ୍ୟୁ, ୧୫ ଲକ୍ଷ ଟଙ୍କାର ଅତିରିକ୍ତ ଆର୍ଥକ ସହାୟତା ଘୋଷଣା।

୪-୧୬ରେ ନବୀନଙ୍କ ଭୁବନେଶ୍ୱରରେ ରୋଡ୍ ଶୋ’ ।ଗଙ୍ଗନଗର ଛକରୁ ବାହାରିବ ରୋଡ୍ ଶୋ।

୫-ଟାଇମ୍ସ ହାୟର ଏଡୁକେଶନ ୟଙ୍ଗ ୟୁନିଭରସିଟ୍ ରାଙ୍କିଙ୍ଗ: କିଟ୍ ୧୧ ତମ ଶ୍ରେଷ୍ଠ ଭାରତୀୟ ବିଶ୍ୱବିଦ୍ୟାଳୟ।

୬-ଆସିଲା ADR ରିପୋର୍ଟ; ଦିଲୀପ ରାୟ ସବୁଠୁ ଧନୀ,ଦ୍ବିତୀୟରେ କଳିକେଶ ନାରାୟଣ ସିଂହଦେଓ ଓ ତୃତୀୟରେ ନବୀନ।

୭-ସୁନ୍ଦରଗଡ଼:IPL ବେଟିଂ ଆଡ୍ଡାରେ ଚଢ଼ାଉ,୪ ଗିରଫ,ନଗଦ ୫.୧୭ ଲକ୍ଷ ଟଙ୍କା ଜବତ।

୮-ରାଜଧାନୀରେ ପୋଲିସର ଫ୍ଲାଗ୍ ମାର୍ଚ୍ଚ, ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ବିଭିନ୍ନ ଅଞ୍ଚଳରେ ପୁଲିସ୍ ର ଫ୍ଲାଗ ମାର୍ଚ୍ଚ।

୯-ସୋର ବିଧାନସଭା ପ୍ରାର୍ଥୀ ବଦଳାଇଲା ବିଜେପି; ରାଜୁ ଦାସଙ୍କ ସ୍ଥାନରେ ପର୍ଶୁରାମ ଧଡ଼ା ବିଜେପିର ନୂଆ ପ୍ରାର୍ଥୀ।

୧୦-ଭୁବନେଶ୍ୱର: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୨୮ରୁ ୨୪ଟି ଆସନ ଜିତିବ ବିଜେଡି-ପାଣ୍ଡିଆନ

୧୧-କୁଚିଣ୍ଡାରେ କାଳ ହେଲା କାଳବୈଶାଖୀ: ପବନରେ ଉଡ଼ିଗଲା ଅନେକ ଘରର ଛପର, ଗଛପଡ଼ି ବିଦ୍ୟୁତ ସରବରାହ ବିଚ୍ଛିନ୍ନ।

୧୨-କିଛିଦିନ ଆଶ୍ୱସ୍ତି ପରେ ପୁଣି ଫେରିବ ତାତି । ପାଣିପାଗ ବିଭାଗର ପୂର୍ବାନୁମାନ,୪୮ ଘଣ୍ଟା ପରେ ୨ରୁ ୪ ଡିଗ୍ରୀ ବଢିବ ତାପମାତ୍ରା ।

୧୩-ମାହାଙ୍ଗା ବିଜେପିର ବିଶାଳ ରୋଡ୍ ଶୋ’, ଶକ୍ତି ପ୍ରଦର୍ଶନ କଲେ ସାଂସଦ ଓ ବିଧାୟକ ପ୍ରାର୍ଥୀ।

୧୪-ହିଞ୍ଜିଳି ବିଧାନସଭା: ନବୀନଙ୍କ ସହ ଲଢ଼ୁଛନ୍ତି ୯ ପ୍ରାର୍ଥୀ। ଆସନ୍ତା ୨୦ରେ ଏଠାରେ ନିର୍ବାଚନ ହେବ।

୧୫-ବାଣିଜ୍ୟ ବିଭାଗର ଟପ୍ପର ଛାତ୍ରୀ ପ୍ରିୟସା ପଟ୍ଟନାୟକ,ଚଳିତ ବର୍ଷର ‘କ୍ଲାଟ୍‌’ ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ୧୦୩ ରାଙ୍କ ପାଇଥିଲେ।

୧୬-ବରଗଡ଼ ଲୋକସଭା କ୍ଷେତ୍ର:ଚାଷୀ ଭୋଟ ଉପରେ ସବୁ ଦଳର ନଜର।

୧୭-ବ୍ରହ୍ମପୁର:ବିଜେପି ପ୍ରାର୍ଥୀ ପ୍ରଦୀପଙ୍କୁ ଆକ୍ରମଣ ମାମଲା, ଗିରଫ ହେଲେ ସ୍ବାଧୀନ ବିଧାୟକ ପ୍ରାର୍ଥୀ ପିଣ୍ଟୁ।

୧୮-୬ କେଜି ସୁନା, ୬୦ କେଜି ରୁପା; କଙ୍ଗନା ରଣାୱତ ସମ୍ପତ୍ତିରେ ବି ‘କ୍ୱିନ୍’, ନିର୍ବାଚନୀ ସତ୍ୟପାଠରୁ ସାମନାକୁ ଆସିଲା ତାଲିକା।

୧୯-ନୂଆଦିଲ୍ଲୀ:ରାଜଧାନୀରେ ସ୍କୁଲ ପରେ ଏବେ ଏକାଧିକ ହସ୍ପିଟାଲକୁ ବୋମାରେ ଉଡ଼ାଇଦେବାକୁ ଇମେଲରେ ଧମକ ଆସୁଛି।

୨୦-ନୂଆଦିଲ୍ଲୀ:ରାଜଧାନୀରେ ଛାତିଥରା ଘଟଣା; ଟୋଲ ପ୍ଲାଜାରେ ଗାଡ଼ି ଅଟକାଇବାରୁ ମହିଳା କର୍ମଚାରୀଙ୍କ ଉପରେ ଚଢ଼ାଇଦେଲେ କାର୍‌।

୨୧-IPL:କର ବା ମର’ ମୁକାବିଲାରେ ଦିଲ୍ଲୀର ବିଜୟ, ହ୍ୟାଟ୍ରିକ ପରାଜୟ ସହ ମୁସ୍କିଲରେ ଲକ୍ଷ୍ନୌ

୨୨-ମୁମ୍ବାଇରେ ବିଲବୋର୍ଡ ଭୁଶୁଡିବା ଘଟଣା: ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି,୭୪ ଆହତ ଅବସ୍ଥାରେ ଚିକିତ୍ସାଧୀନ।

୨୩-ଗୃହ ମନ୍ତ୍ରଣାଳୟ ବିଜ୍ଞପ୍ତି ଅନୁସାରେ ୫ ବର୍ଷ ବଢ଼ିଲା ଏଲଟିଟିଇ ଉପରେ ନିଷେଧାଦେଶ।

🙏 ସୁପ୍ରଭାତ, ଗୁଡମର୍ଣିଂ 🙏

Leave A Reply

Your email address will not be published.