ସକାଳର ଖବର, ୧୯-ଜୁନ-୨୦୨୪, ବୁଧବାର



➡️୧-ନୂଆ ସରକାରର ପ୍ରଥମ କାମ, ଚାଷୀଙ୍କୁ ମିଳିଲା ସମ୍ମାନ । ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ନେବା ପରେ ଚାଷୀଙ୍କୁ ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର ୧୭ ତମ କିସ୍ତି ପ୍ରଦାନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

➡️୨-ଜୋରସୋରରେ ଚାଲିଛି ରଥ ନିର୍ମାଣ, ୩୯ ତମ ଦିନରେ ସରିଲା ତିନି ରଥର ପ୍ରଥମ ଭୂଇଁ ପ୍ରେମ ନିର୍ମାଣ l ସେପଟେ ପହଞ୍ଚିଲା ବଉଳ କାଠ, ଦେବସ୍ନାନ ପୂର୍ଣ୍ଣିମାରେ ସେନାପଟା ଲାଗି ନୀତିରେ ହେବ ଲାଗି l

➡️୩-ରାଜ୍ୟର ସମସ୍ତ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଅଫିସିଆଲ ‘ଏକ୍ସ’ ଆକାଉଣ୍ଟ ଖୋଲିବାକୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଦେଲେ ନିର୍ଦ୍ଦେଶ l

➡️୪-ଆସନ୍ତା ଜୁଲାଇ ୭ରେ ଅନୁଷ୍ଠିତ ହେବ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଅନ୍ୟବର୍ଷ ମାନଙ୍କ ଅପେକ୍ଷା ଏଥର ରଥଯାତ୍ରା ହେବ ବିରଳ, କାରଣ ସେଇ ଗୋଟିଏ ଦିନରେ ପଡୁଛି ଠାକୁରଙ୍କ ନବଯୌବନ ଦର୍ଶନ ସାଙ୍ଗକୁ ନେତ୍ରୋତ୍ସବ।

➡️୫-ଗୁଜରାଟର ଦ୍ବାରକାରୁ ଓଡ଼ିଶାର ପୁରୀ ପର୍ଯ୍ୟନ୍ତ ପୂର୍ବ-ପଶ୍ଚିମ ଏକ୍ସପ୍ରେସ ୱେ ନିର୍ମାଣ ପାଇଁ କେନ୍ଦ୍ର ସରକାର କଲେ ବିଚାର l ଏହି ଏକ୍ସପ୍ରେସ ୱେ ନିର୍ମାଣ ହେଲେ ଓଡ଼ିଶା ସମେତ ଗୁଜରାଟ, ମଧ୍ୟପ୍ରଦେଶ, ଛତିଶଗଡ଼କୁ ସିଧାସଳଖ ଲାଭ ମିଳିବ।

➡️୬-୧୦ ଦିନ ହେଲା ମାଲକାନଗିରି‌ରେ ଅଟକିଛି ମୌସୁମୀ: ଫେଲ୍‌ ମାରୁଛି ପାଣିପାଗ ବିଭାଗର ଆକଳନ l ପୂର୍ବରୁ ଆକଳନ କରାଯାଇଥିଲା ଯେ ସପ୍ତାହକ ମଧ୍ୟରେ ସାରା ଓଡ଼ିଶା ଛୁଇଁବ। ଜୁନ୍‌ ଦ୍ବିତୀୟ ସପ୍ତାହ ଯାଇ ତୃତୀୟ ସପ୍ତାହ ସରିବାକୁ ବସିଛି। ମାତ୍ର ମୌସୁମୀ ଆଗକୁ ବଢ଼ିପାରୁ ନାହିଁ l

➡️୭-ବାଲେଶ୍ୱରରେ ପୁଣି ବଢିଲା କର୍ଫ୍ୟୁ ଅବଧି l ବାଲେଶ୍ବର ପୌରାଞ୍ଚଳରେ ଆଜି ମଧ୍ୟରାତ୍ରୀ ପର୍ଯ୍ୟନ୍ତ କର୍ଫ୍ୟୁ ହେଲା ବୃଦ୍ଧି l ଓଟି ରୋଡ୍‌ ସଂଯୋଗ କରୁଥିବା ସବୁ ରାସ୍ତା ବନ୍ଦ ରଖିବାକୁ ହେଲା ନିର୍ଦ୍ଦେଶ l

➡️୮-ଆଜିଠାରୁ ଦିଆଯିବ ଡିପଥେରିଆ ମୁକାବିଲା ପାଇଁ ବୁଷ୍ଟର ଡୋଜ୍, ୧ ବର୍ଷ ଯାଏଁ ଶିଶୁଙ୍କୁ ପେଣ୍ଟା ଓ ୫ରୁ ୧୫ ବର୍ଷ ବୟସ୍କଙ୍କୁ ଦିଆଯିବ ଟିଡି ଡୋଜ୍ ।

➡️୯-ରାଜଧାନୀରେ ଅଭାବନୀୟ ଘଟଣା । ପୁଣି ମୁକୁଳା ଡ୍ରେନ୍ ନେଲା ଜୀବନ । ଡ୍ରେନ୍ ପାଣିରେ ଭାସି ଯାଇ ଆଜି ଜଣେ ୧୦ ବର୍ଷିୟ ନାବାଳକର ହେଲା ମୃତ୍ୟୁ l

➡️୧୦-ତୃତୀୟ ଥର ସରକାର ହେବା ପରେ ପଞ୍ଚମ ଥର ଲାଗି ବନାରସର ଦଶାଶ୍ୱମେଧ ଘାଟର ଗଙ୍ଗା ଆରତୀରେ ସାମିଲ ହେଲେ ପିଏମ ମୋଦୀ l

➡️୧୧-୨୩ ଜୁନରେ ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଏବଂ ଜହୀର ଇକବାଲଙ୍କ ୱେଡିଂ ରିସେପ୍ସନ ଶିଳ୍ପା ସେଟ୍ଟୀଙ୍କ ଶିଳ୍ପା ସେଠିଙ୍କ ବେଷ୍ଟିୟନରେ ହୋଟେଲ ଅନୁଷ୍ଠିତ ହେବ l

➡️୧୨-ଇମେଲ ମାଧ୍ୟମରେ ପାଟନା ବିମାନବନ୍ଦର ସମେତ ୪୦ଟି ବିମାନବନ୍ଦରକୁ ବୋମାରେ ଉଡ଼ାଇ ଦେବାକୁ ଆସିଲା ଧମକ l ବିମାନ ବନ୍ଦରରେ ବଢିଲା ସୁରକ୍ଷା l

➡️୧୩-୬୦୦ କୋଟି ୟୁନିଟ୍ ବିକ୍ରି ସହ Maggi ନୁଡୁଲର ୧ ନମ୍ବର ଉପଭୋକ୍ତା ହେଲା ଭାରତ l କମ୍ପାନୀ ୨୦୨୩-୨୪ ଆର୍ଥିକ ବର୍ଷରେ ଭାରତରେ ୬୦୦ କୋଟି ୟୁନିଟ୍‌ ମ୍ୟାଗି ନୁଡୁଲ ବିକ୍ରି କରିଛି।

➡️୧୪-ରେକର୍ଡ କଲା ପ୍ରତ୍ୟକ୍ଷ କର ସଂଗ୍ରହ। ଗତକାଲି ଆୟକର ବିଭାଗ ଦେଇଥିବା ସୂଚନା ଅନୁଯାୟୀ, ଚଳିତ ଆର୍ଥିକ ବର୍ଷରେ ଏପର୍ଯ୍ୟନ୍ତ ହୋଇଥିବା ଶୁଦ୍ଧ ପ୍ରତ୍ୟକ୍ଷ କର ସଂଗ୍ରହ ୨୧ ପ୍ରତିଶତ ବୃଦ୍ଧି ସହ ୪.୬୨ ଲକ୍ଷ କୋଟି ଟଙ୍କା ହୋଇଛି।

➡️୧୫-ହରିୟାଣାରେ କଂଗ୍ରେସକୁ ଲାଗିଲା ବଡ଼ ଝଟକା, ବଂଶୀଲାଲଙ୍କ ବୋହୂ କିରଣ ଚୌଧୁରୀ ଦେଲେ ଇସ୍ତଫା l ଆଜି ବିଜେପିରେ ହେବେ ସାମିଲ l

➡️୧୬-ଇଟାଲୀ ଉପକୂଳରେ ଗତକାଲି ଦୁଇଟି ଜାହାଜ ଦୁର୍ଘଟଣାରେ ୧୧ ଜଣ ପ୍ରବାସୀଙ୍କ ମୃତ୍ୟୁ ଘଟିଥିବା ବେଳେ ୬୬ ଜଣ ନିଖୋଜ ଅଛନ୍ତି।

➡️୧୭-ଗତ ଦୁଇ ଦଶନ୍ଧୀ ମଧ୍ୟରେ ପ୍ରଥମ ଥର ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଉତ୍ତର-କୋରିଆ ଗସ୍ତରେ ଯାଇ ଗତକାଲି ପୋଂୟାଂରେ ପହଞ୍ଚିଲେ l

➡️୧୮-ଟ୍ବେଣ୍ଟି-୨୦ ବିଶ୍ବକପ୍‌ ସୁପର-୮ ରେ ଆସନ୍ତାକାଲି ଆଫଗାନିସ୍ତାନ ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଖେଳିବ ଭାରତ।

➡️୧୯-ଆଜିଠାରୁ ପର୍ତ୍ତୁଗାଲରେ ଆରମ୍ଭ ହେବ ଫିଫା ବିଶ୍ୱକପ ୟୁଏଫ ୟୁରୋ-2024 l ରୋନାଲ୍ଡୋଙ୍କ ଫଟୋ ପକାଇ ଧୋନୀଙ୍କୁ ସମ୍ମାନ ଜଣାଇଲା FIFA l

➡️୨୦-ଫିନଲ୍ୟାଣ୍ଡ୍‌ର ଟୁର୍କୁରେ ଗତକାଲି ଖେଳାଯାଇଥିବା ପାଭୋ ନୁର୍ମି କ୍ରୀଡ଼ାରେ ନୀରଜ ସ୍ବର୍ଣ୍ଣ ପଦକ ଜିତି ପ୍ୟାରିସ୍ ଅଲିମ୍ପିକ୍ସ ପୂର୍ବରୁ ବଢ଼ାଇଲେ ନିଜ ଆତ୍ମବିଶ୍ବାସ l ୨୬ ବର୍ଷୀୟ ନୀରଜ ଏକ ମାତ୍ର ଭାରତୀୟ ଭାବେ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ।

Leave A Reply

Your email address will not be published.