ମୟୂରଭଞ୍ଜ ଜିଲ୍ଲାର ବଡ଼ସାହି ଥାନା ଅନ୍ତର୍ଗତ କାଦୁଆଲବନ୍ଧ ଅଞ୍ଚଳରେ ଲକ୍ଷାଧିକ ଟଙ୍କାର ମାଛ ଲୁଟିନେଲେ . କଟକରୁ ଟ୍ରକ ସହ ଚାଳକକୁ ଅପହରଣ କରି ମୟୂରଭଞ୍ଜ ଜିଲ୍ଲାରେ ଛାଡି ଚାଲିଗଲେ । ଏଥି ସହିତ ଟ୍ରକରେ ଥିବା ୪୫ଲକ୍ଷ ଟଙ୍କାର ମାଛକୁ ଲୁଟି ନେଇଗଲେ ।
ଆନ୍ଧ୍ରପ୍ରଦେଶ ରାଜ୍ୟର ଏକ ଟ୍ରାନ୍ସପୋର୍ଟ କମ୍ପାନୀ ଦ୍ୱାରା ଏକ ମାଛ ଭର୍ତ୍ତି ଟ୍ରକ ଜୁନ ୧୭ରେ ଆନ୍ଧ୍ରପ୍ରଦେଶରୁ ପଶ୍ଚିମବଙ୍ଗ ରାଜ୍ୟର ମାଲଦା ଜିଲ୍ଲାକୁ ଆସୁଥିଲା । ଉକ୍ତ ଟ୍ରକର ଚାଳକ ହେଉଛନ୍ତି ହରିୟାଣା ରାଜ୍ୟର ମେୱଟ ଅଞ୍ଚଳର ଅମୀର ଖାନ । ଜୁନ ୧୮ରେ କଟକର ମଙ୍ଗୁଳି ଟୋଲଗେଟ୍ ନିକଟରେ ଟ୍ରକକୁ ପାର୍କିଂ କରିଥିବା ବେଳେ ହଠାତ ଲୁଟେରା ଗ୍ୟାଙ୍ଗର ୩ରୁ ୪ଜଣ ଟ୍ରକ ଭିତରକୁ ପଶି ଆସିଥିଲେ । ଟ୍ରକ୍ ଚାଳକ ଅମୀରଙ୍କୁ ମାଡ଼ ମାରିବା ସହ ଅପହରଣ କରିନେଇଥିଲେ । ଆଉ ଟ୍ରକରେ ଥିବା ୪୫ଲକ୍ଷ ଟଙ୍କାର ମାଛକୁ ଲୁଟିନେଇଥିଲେ । ୧୯ ତାରିଖରେ ଟ୍ରକ ସହ ଚାଳକକୁ ଆଣି କାଦୁଆଲବନ୍ଧ ଅଞ୍ଚଳରେ ଛାଡି ଯାଇଥିଲେ ଦୁର୍ବୃତ୍ତ ।