ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ, ସାରା ଓଡ଼ିଶାରେ ବଢିବ ବର୍ଷାର ପରିମାଣ*ଭୁବନେଶ୍ବର: ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ । ଏହାରି ପ୍ରଭାବରେ ସାରା ଓଡିଶାରେ ବଢିବ ବର୍ଷାର ପରିମାଣ । ମୌସୁମୀକୁ ସକ୍ରିୟ କରାଇବ ସାମ୍ଭାବ୍ୟ ଲଘୁଚାପ । ସେପଟେ ପ୍ରାକ୍ ମୌସୁମୀ ବର୍ଷା ପ୍ରଭାବରେ ଗତକାଲି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ଓଡ଼ିଶାର ଆଉ କିଛି ଜିଲ୍ଲାକୁ ପ୍ରବେଶ କରିଛି। ଗତ ଜୁନ ୮ରେ ମୌସୁମୀ ବାୟୁ ପ୍ରଥମେ ମାଲକାନଗିରି ଓ କୋରାପୁଟ ଜିଲ୍ଲାର କିଛି ଅଞ୍ଚଳକୁ ଛୁଇଁଥିଲା।ତେବେ ପ୍ରତିକୂଳ ପାଣିପାଗ ହେତୁ ଦୀର୍ଘ ୧୧ ଦିନ ଧରି ଅଗ୍ରସର ହୋଇପାରିନଥିଲା ତେବେ ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟ , ରାୟଗଡ଼ା, ନବରଙ୍ଗପୁର, ଗଜପତି, କଳାହାଣ୍ଡି ଜିଲ୍ଲାକୁ ପ୍ରବେଶ କରିଛି ମୌସୁମୀ ବାୟୁ।

ସେହିପରି, ଆସନ୍ତା ୨ ଦିନ ମଧ୍ୟରେ ଓଡ଼ିଶାର ଆହୁରି ଅନେକ ଅଞ୍ଚଳ କୁ ମୌସୁମୀ ବାୟୁ ପ୍ରବେଶ କରିବା ପାଇଁ ପାଣିପାଗ ଅନୁକୂଳ ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ପାଗ କେତେକାଂଶରେ ମେଘୁଆ ରହିବା ସହ ଅଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ଆଜି ବର୍ଷା ସମ୍ଭାବନା ରହିଛି। ଉପକୂଳ ଓ ଆଭ୍ୟନ୍ତର ଓଡ଼ିଶାର ସ୍ଥାନେ ସ୍ଥାନେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି।

ଜୁନ ୨୫ ତାରିଖ ଯାଏଁ ବଡ଼ ବର୍ଷା ସମ୍ଭାବନା କ୍ଷୀଣ କିନ୍ତୁ ଜୁନ ୨୭ ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ବର୍ଷା

Leave A Reply

Your email address will not be published.