ଖବର ଆଜିର…ତାରିଖ:୨୪/୦୬/୨୪, ସୋମବାର

୧-ନିଟ-ୟୁଜି ବିବାଦ: ପରୀକ୍ଷାରେ ଅନିୟମିତା ଅଭିଯୋଗରେ ମାମଲା ରୁଜୁ, ତଦନ୍ତ ଆରମ୍ଭ କଲା ସିବିଆଇ।

୨-ସମସ୍ତେ ଭାଷା, ସାହିତ୍ୟ, ପରମ୍ପରା ଓ ସଂସ୍କୃତିକୁ ପାଳନ କଲେ ଓଡ଼ିଆ ଅସ୍ମିତାର ସୁରକ୍ଷା ହେବ-ମୁଖ୍ୟମନ୍ତ୍ରୀ

୩-ଭୁବନେଶ୍ବର : ସାରା ରାଜ୍ୟରେ ସକ୍ରିୟ ହେଲା ମୌସୁମୀ।ମୌସୁମୀ ସକ୍ରିୟ ଯୋଗୁଁ ଆଜି ସକାଳୁ ବିଭିନ୍ନ ଜିଲାରେ ବର୍ଷା ହୋଇଛି।

୪-ଆଜିଠୁ ରାଜ୍ୟରେ ସ୍ୱାଭାବିକ ଭାବେ ଖୋଲିବ ବିଦ୍ୟାଳୟ, ସୂଚନା ଦେଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।

୫-ଆଜିଠାରୁ LLB ନାମଲେଖା ଆବେଦନ ଆରମ୍ଭ, ଜୁଲାଇ ୧୧ ଯାଏଁ ଚାଲିବ।

୬-ଭୁବନେଶ୍ୱର:୩୨ ଅମାନିଆଙ୍କ ଗାଡ଼ି ଚକା ଫୁସ୍ , ଧରାପଡିଲେ ୪୪ ମଦୁଆ ଚାଳକ।

୭-ଆଜିଠାରୁ ଲୋକସଭାର ପ୍ରଥମ ଅଧିବେଶନ, ଶପଥ ଗ୍ରହଣ କରିବେ ନବନିର୍ବାଚିତ ସଦସ୍ୟ।

୮-ଆଜିଠାରୁ ବାଲେଶ୍ବରରେ ଖୋଲିବ ସ୍କୁଲ, ସ୍ବାଭାବିକ ହେବ ଇଣ୍ଟରନେଟ୍‌ ସେବା।

୯-ଭୁବନେଶ୍ୱର:ଟ୍ୱିନ୍ ସିଟିରେ କଡ଼ାକଡ଼ା ବ୍ଲକିଂ-ଚେକିଂ, ଅମାନିଆଙ୍କୁ ଅକଟାଇବାକୁ ପୁଲିସର ସ୍ୱତନ୍ତ୍ର ପ୍ଲାନ୍

୧୦-ବ୍ରହ୍ମଗିରି:ଶ୍ରୀଜୀଉଙ୍କ ଅନବସର, ଅଲାରନାଥଙ୍କୁ ଦର୍ଶନ କଲେ ଶ୍ରଦ୍ଧାଳୁ।

୧୧-ଖୁବଶୀଘ୍ର କାର୍ଯ୍ୟକାରୀ ହେବ ସୁଭଦ୍ରା ଯୋଜନା ,୫ ଲକ୍ଷ ଘର ଦେବା ପାଇଁ କେନ୍ଦ୍ରକୁ ପ୍ରସ୍ତାବ ଦେବା ପରେ ପ୍ରଭାତୀ ପରିଡ଼ାଙ୍କ ପ୍ରତିଶ୍ରୁତି।

୧୨-ଭୁବନେଶ୍ୱର:ପିସିସି ସଭାପତିଙ୍କୁ କାଳିମାଡ଼ ଘଟଣାରେ ୫ କଂଗ୍ରେସ କର୍ମୀ ବହିଷ୍କୃତ।

୧୩-ନିଅଣ୍ଟିଆ ବର୍ଷା: ଆଷାଢରେ ମାଟି ଫାଟି କରିଛି ଆଁ, ଶୁଖିଲା ପଡିଛି ଜଳଭଣ୍ଡାର।

୧୪-ଭୁବନେଶ୍ୱର: କିସ୍ ବିଶ୍ବବିଦ୍ୟାଳୟରେ ଭୋକେସନାଲ ଡିଗ୍ରୀ ଆରମ୍ଭ।

୧୫-ଛତିଶଗଡ଼ରେ ନକ୍ସଲଙ୍କ IED ବିସ୍ଫୋରଣ, ୨ ଯବାନ ସହିଦ।

୧୬-ଘଟଗାଁ ତାରିଣୀ ପୀଠ ପାଇଁ ୫୦ କୋଟିର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ।

୧୭-ଲକ୍ଷ୍ନୌ:ପୁଣିଥରେ ପୁତୁରା ଆକାଶ ଆନନ୍ଦଙ୍କୁ ଉତ୍ତରାଧିକାରୀ ଘୋଷଣା କଲେ ମାୟାବତୀ।

୧୮-ଜେଲରେ କେଜରିୱାଲଙ୍କ ଓଜନ ହ୍ରାସକୁ ନେଇ AAPର ଉଦବେଗ, AIIMS କହିଲେ- ଡାୟେଟରେ ଖାଆନ୍ତୁ ପରଟା ଓ ପୁରୀ।

Leave A Reply

Your email address will not be published.