ଅବସର ନେଲେ ବିରାଟ-ରୋହିତ

ବିଶ୍ୱକପ୍ ବିଜୟ ପରେ ଟି-୨୦ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି ବିରାଟ କୋହଲି ଓ ରୋହିତ ଶର୍ମା । ଫାଇନାଲ ମ୍ୟାଚ ଜିତିବା ପରେ ଉଭୟ ଖେଳାଳି ଏହି ଫର୍ମାଟରୁ ଅବସର ଘୋଷଣା କରିଛନ୍ତି ।

ଗତକାଲି ବିରାଟ କୋହଲି ଖେଳିଥିବା ନିଜର ଶେଷ ଟି-ଟ୍ୱେଣ୍ଟି ମ୍ୟାଚ୍‌ରେ ଭାରତକୁ ଚାମ୍ପିୟନ କରାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ। ସେ ୫୯ ବଲ୍‌ରୁ ୭୬ ରନ୍ (୬ ଚୌକା, ୨ ଛକା) କରିଥିଲେ।  ସେହିପରି ଏହି ମ୍ୟାଚ୍ ବିଜୟ ପଛରେ ରହିଥିବା ରଣନୀତିରେ ରୋହିତ ଶର୍ମାଙ୍କ ଅବଦାନ ସବୁଦିନ ପାଇଁ ମନେ ରହିବ। ଏହି ବିଶ୍ୱକପ୍‌ର ସୁପର ୮ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ବିପକ୍ଷରେ ରୋହିତ ୪୧ ବଲ୍‌ରେ ୯୨ ରନ୍‌ର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ, ଯାହା ଚିର ସ୍ମରଣୀୟ ହୋଇ ରହିବ।

ଟି-ଟ୍ୱେଣ୍ଟି ବିଶ୍ୱକପ୍ ଚାମ୍ପିୟନ ହେବା ପରେ ବିରାଟ କୋହଲି କହିଥିଲେ, ଏହି ବିଶ୍ୱକପ୍ ମୋର ଶେଷ ଟି-୨୦ ବିଶ୍ୱକପ୍। ଏବେ ସମୟ ଆସିଛି ନୂଆ ପିଢ଼ିକୁ ଆଗକୁ ଯିବାର।

ରନ୍ ମେସିନ କୁହାଯାଉଥିବା ବିରାଟ କୋହଲି ୨୦୧୦ ମସିହାରୁ ଟି-୨୦ ଫର୍ମାଟରେ ଡେବ୍ୟୁ କରିଥିବା ବେଳେ ଆଉ ପଛକୁ ଫେରି ଚାହିଁନାହାଁନ୍ତି । ଏହି ଫର୍ମାଟରେ ଅନ୍ତର୍ଜାତୀୟ ସ୍ତରରେ କୋହଲି ୧୨୫ ଟି ମ୍ୟାଚ ଖେଳି ୪ହଜାର ୧୮୮ ରନ୍ ସଂଗ୍ରହ କରିଛନ୍ତି । ଏଥିରେ ଗୋଟିଏ ଶତକ ଓ ୩୮ଟି ଅର୍ଧଶତକ ମଧ୍ୟ ସାମିଲ ରହିଛି । ପୂର୍ବରୁ ଟି-୨୦ ବିଶ୍ୱକପରେ ବିରାଟ ୨୦୧୪ ଏବଂ ୨୦୧୬ ସଂସ୍କରଣରେ ପ୍ଲେୟାର ଅଫ୍ ଦ ଟୂର୍ଣ୍ଣାମେଂଟ ପୁରସ୍କାର ମଧ୍ୟ ପାଇଛନ୍ତି । ସେହିପରି ଅଧିନାୟକ ରୋହିତ ଶର୍ମା ଟି-୨୦ ଫର୍ମାଟରେ ୧୫୯ ଟି ମ୍ୟାଚ ଖେଳି ୧୪୦.୮୯ ଷ୍ଟ୍ରାଇକ ରେଟରେ ୪ହଜାର ୨୩୧ ରନ୍ ସଂଗ୍ରହ କରିଛନ୍ତି । ଏଥି ମଧ୍ୟରେ ୫ଟି ଶତକ ୩୨ଟି ଅର୍ଦ୍ଧଶତକୀୟ ପାରି ମଧ୍ୟ ସାମିଲ୍ ରହିଛି ।

ରୋହିତ ଶର୍ମା ସ୍ପଷ୍ଟ କରି ଦେଇଛନ୍ତି ଯେ ସେ କେବଳ ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟିରୁ ଅବସର ନେଇଛନ୍ତି। ସେ ଦିନିକିଆ ଓ ଟେଷ୍ଟରେ ଦେଶ ପାଇଁ ଖେଳ ଜାରି ରଖିବେ।  

୨୦୧୦ରେ ଜିମ୍ବାୱେ ବିପକ୍ଷରେ ଭାରତ ପାଇଁ ଟି-ଟ୍ୱେଣ୍ଟି ଡେବ୍ୟୁ କରିଥିଲେ ବିରାଟ କୋହଲି। ଆଉ ଗତକାଲି ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିଥିଲେ ଟି-ଟ୍ୱେଣ୍ଟି କ୍ୟାରିୟରର ଶେଷ ମ୍ୟାଚ୍‌। ସେ ୧୨୫ଟି ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳିଥିବା ବେଳେ ୪୧୮୮ ରନ୍ ସଂଗ୍ରହ କରିଛନ୍ତି। ତା’ ମଧ୍ୟରେ ଗୋଟିଏ ଶତକ ଓ ୩୮ଟି ଅର୍ଦ୍ଧ ଶତକ ରହିଛି।   

ରୋହିତ ଶର୍ମା ଇଂଲଣ୍ଡ ବିପକ୍ଷରେ ୨୦୦୭ରେ ଟି-ଟ୍ୱେଣ୍ଟି କ୍ୟାରିୟର ଆରମ୍ଭ କରିଥିଲେ। ସେ ୧୫୯ଟି ମ୍ୟାଚ୍ ଖେଳି ୪୨୩୧ ରନ୍ ସଂଗ୍ରହ କରିଛନ୍ତି। ତା’ ଭିତରେ ୫ଟି ଶତକ ଓ ୩୨ଟି ଅର୍ଦ୍ଧ ଶତକ ରହିଛି।

Leave A Reply

Your email address will not be published.