ଖବର ଆଜିର…ତାରିଖ:୦୫/୦୮/୨୪, ସୋମବାର

୧-ପୁରୀ: ପୂଜାପଣ୍ଡା – ବିମାନବଡୁ ବିବାଦ,ଉପାସରେ ରହିଲେ ମହାପ୍ରଭୁ।

୨-ପୁରୀ:ଖସାପଡ଼ା ନୀତି ପାଇଁ ଆଜି ୪ଘଣ୍ଟା ( ଅପରାହ୍ଣ ୫ଟା ଠାରୁ ରାତି ୯ଟା) ବନ୍ଦ ରହିବ ଜଗା ଦର୍ଶନ।

୩-କଟକ: ଭୁବନାନନ୍ଦ ଓଡ଼ିଶା ଯାନ୍ତ୍ରିକ ବିଦ୍ୟାଳୟ ଛାତ୍ର ତିଆରି କଲେ ବ୍ୟାଟେରୀ ଚାଳିତ କାର୍, ଅଧଘଣ୍ଟା ଚାର୍ଜ କଲେ ଗଢ଼ିବ ୬୦ କିମି।

୪-କାଉଡିଆଙ୍କ ପାଇଁ ସବୁଠି ବିପଦ । ମହାନଦୀରେ ଭାସିଗଲେ କାଉଡିଆ । ନିଶ୍ଚିତକୋଇଲିରେ ଓଲଟିଲା ଗାଡି, ୧୦ ଶ୍ରଦ୍ଧାଳୁ ଆହତ।

୫-ବିଜେପି ଫୋକସରେ ଜନଜାତି ସଂପ୍ରଦାୟ । ମିଶନ ମୋଡରେ କାମ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ।

୬-ଭୁବନେଶ୍ୱର: ବିଶାଖାପାଟଣା ଷ୍ଟେସନରେ କୋରବା -ବିଶାଖା ଏକ୍ସପ୍ରେସରେ ଅଗ୍ନିକାଣ୍ଡ।

୭-ଚନ୍ଦ୍ରଶେଖରପୁର: ବେପରୁଆ କାର୍ ଚାଳନା, ଭାଙ୍ଗିଲା ବ୍ୟାରିକେଡ଼, ଟ୍ରାଫିକ କର୍ମଚାରୀ ଗୁରୁତର।

୮-ଯୋବ୍ରା ବ୍ୟାରେଜ୍‌ରୁ ମହାନଦୀକୁ ଡେଇଁଲେ ମହିଳା, ଏସସିବିରେ ମୃତ ଘୋଷଣା କଲେ ଡାକ୍ତର।ମୃତ ମହିଳାଙ୍କ ନାଁ କାମିନୀ ସ୍ଵାଇଁ ଏବଂ ସେ କଟକ ଅରିଲୋ ଅଞ୍ଚଳର।

୯-ସୁନ୍ଦରଗଡ:ଓଭର ଲୋଡିଂ କରି ଯାଉଥିଲା ପାଉଁଶ ଟ୍ରକ୍, ଲକ୍ଷାଧିକ ଟଙ୍କାର ଫାଇନ୍ କାଟିଲା ପରିବହନ ବିଭାଗ।

୧୦-ମୋହନ ସରକାରଙ୍କୁ ମହାନଦୀ ଚିନ୍ତା । ଜଳ କର ଦେଉନଥିବା ଶିଳ୍ପାନୁଷ୍ଠାନଙ୍କୁ ତାଗିଦ୍ । ବର୍ଯ୍ୟବସ୍ତୁ ଛାଡିଲେ କାର୍ଯ୍ୟାନୁଷ୍ଠାନ ଚେତାବନୀ

୧୧-ଏମଏସପି ଅନୁଯାୟୀ କିଣାଯିବ ସବୁ ଫସଲ, ଚାଷୀଙ୍କ ପାଇଁ ହରିୟାଣା ସରକାରଙ୍କ ବଡ଼ ଘୋଷଣା।

୧୨-ସାମାଜିକ ବିକାଶର ମୂଳ ସୋପାନ ହେଉଛି ଶିକ୍ଷା ଓ ସଚେତନତା, ସାମଗ୍ରୀକ ଭାବେ ଓଡିଶାକୁ ଆଗକୁ ନେବାକୁ ହେଲେ ଆମ ସମସ୍ତଙ୍କୁ ସମ୍ମିଳିତ ଉଦ୍ୟମ କରିବାକୁ ପଡିବ-ମୁଖ୍ୟମନ୍ତ୍ରୀ।

୧୩-ୱାୟନାଡ଼:ପାହାଡ଼ ବିଦାରି ପକାଇଛି ପ୍ରକୃତିର କରାଳ କାୟା; ୬ ଦିନ ପରେ ବି ସରୁନି ମହାବିପର୍ଯ୍ୟୟର ଉଦ୍ଧାର କାର୍ଯ୍ୟ ।

୧୪-କଲମ୍ବୋ:ଭାଣ୍ଡରସେଙ୍କ ଘାତକ ବୋଲିଂରେ ଭାରତ ଧରାଶାୟୀ, ଫେଲ୍ ମାରିଲେ ବିରାଟ-ରାହୁଲ-ଆୟର।

୧୫-ପ୍ୟାରିସ୍ ଅଲିମ୍ପିକ୍ସ: ବ୍ରିଟେନକୁ ହରାଇଲା ଭାରତୀୟ ପୁରୁଷ ହକି ଦଳ।

୧୬-୬ ଦିନିଆ ବିଦେଶ ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

୧୭-ମଧ୍ୟପ୍ରଦେଶ:ମନ୍ଦିରରେ କାନ୍ଥ ଭୁଶୁଡ଼ି ୯ ପିଲା ମୃତ, ଅନେକ ଆହତ, ସହାୟତା ରାଶି ଘୋଷଣା କଲେ ସରକାର।

୧୮-ସରକାରୀ ଚାକିରି ସଂରକ୍ଷଣକୁ ନେଇ ବାଂଲାଦେଶରେ ପୁଣି ହିଂସାକାଣ୍ଡ, ୭୨ ମୃତ।

୧୯-ବେରୁଟ୍: ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ମାଡ଼,ଆଜି ଆକ୍ରମଣ କରିପାରେ ଇରାନ।

୨୦-୪ରୁ ୧ ଦେଶଙ୍କ ସ୍କୁଲରେ ସ୍ମାର୍ଟ ଫୋନ ବ୍ୟବହାର ଉପରେ ରହିଛି କଟକଣା: UN

🙏 ସୁପ୍ରଭାତ, ଗୁଡମର୍ଣିଂ 🙏

Leave A Reply

Your email address will not be published.