ଖବର ଆଜିର…ତାରିଖ ୧୯/୦୯/୨୪,ଗୁରୁବାର

୧-ଅଧା ହେଲାଣି ପଢ଼ା, ସରୁନି ନାମଲେଖା: ସ୍ନାତକରେ ୭୧ ହଜାର ଓ ସ୍ନାତକୋତ୍ତରରେ ୧୦ ହଜାର ଆସନ ଫାଙ୍କା।

୨-ଆସନ୍ତା ୨୩ ତାରିଖରେ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣୀ।

୩-ସୁଭଦ୍ରା ଟଙ୍କା ପାଇଁ ଅପେକ୍ଷା, ଆଖିକୁ ଆସୁନି ନିଦ । ଖାତା ଯାଞ୍ଚ କରିବାକୁ ବ୍ୟାଙ୍କରେ ଭିଡ, ଆବେଦନ କରିବାକୁ ଜନସେବା କେନ୍ଦ୍ରରେ ଲମ୍ବା ଲାଇନ।

୪-ସୁଭଦ୍ରା ଯୋଜନାରେ ୨ ହଜାର ମହିଳାଙ୍କ ଆବେଦନ ଖାରଜ,ଆକାଉଣ୍ଟ ଭୁଲ୍ ଭଟକା ଯୋଗୁଁ ୨ ହଜାର ରିଜେକ୍ଟ ହୋଇଥାଇପାରେ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ।

୫-ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧୦୦ ଟଙ୍କା।୩୩ ପ୍ରତିଶତ ଚାଷ ଜମିକୁ ଜଳସେଚନ ବ୍ୟବସ୍ଥା କରାଯିବ।

୬-ଓଡ଼ିଶାବାସୀଙ୍କୁ ଧୋକା ଦେଇଛି ମୋହନଙ୍କ ୧୦୦ଦିନ: କଂଗ୍ରେସ

୭-ଲଗାଣ ବର୍ଷାରେ ଉତ୍ତର ଓଡ଼ିଶାରେ ବନ୍ୟା ସ୍ଥିତି, ଆକାଶମାର୍ଗରୁ ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ।

୮-ଭୁବନେଶ୍ବର : ପୁଲିସ ଡିଜି ଓ୍ବାଇବି ଖୁରାନିଆଙ୍କ କାର୍ଯ୍ୟକାଳ ୧୬ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ବଢାଇଲେ ରାଜ୍ୟ ସରକାର।

୯-ଆରମ୍ଭ ହୋଇଛି ପିତୃପକ୍ଷ,ଶ୍ରୀକ୍ଷେତ୍ରରେ ପିତୃପୁରୁଷଙ୍କ ପିଣ୍ଡଦାନ କରୁଛନ୍ତି ହଜାର ହଜାର ଶ୍ରଦ୍ଧାଳୁ।

୧୦-ଡାକ୍ତରଙ୍କୁ ସୁରକ୍ଷା ଦେବେ ରାଜ୍ୟ ସରକାର: ସୁରକ୍ଷା ପାଇଁ ଆସିଲା ଗାଇଡ ଲାଇନ୍‌।

୧୧-ଖୁବ୍ ଶୀଘ୍ର କ୍ଷତିଗ୍ରସ୍ତ ଚିଟ୍ ଫଣ୍ଡ ଜମାକାରୀ ଫେରିପାଇବେ ଟଙ୍କା । ଟଙ୍କା ଫେରସ୍ତ ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା କହିଲେ ମନମୋହନ।

୧୨-ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ; ବାଣୀବିହାର ଆସୋସିଏଟ୍ ପ୍ରଫେସର ନିଲମ୍ବିତ।

୧୩-ଭରତପୁର ଥାନାରେ ମେଜରଙ୍କୁ ମାଡ ଘଟଣାରେ ୫ ପୁଲିସ୍ ନିଲମ୍ବିତ, ୫ ପୁଲିସ୍ କର୍ମଚାରୀଙ୍କ ବିରୋଧରେ ଡିଜିପିଙ୍କ କାର୍ଯ୍ୟାନୁଷ୍ଠାନ।

୧୪-ଭାର୍ଗବୀ ନଦୀ ବ୍ରିଜ୍ ଉପରୁ ପୁଅକୁ ଧରି ନଦୀକୁ ଡେଇଁଲା ମାଆ, ଉଭୟଙ୍କ ମୃତଦେହ ଉଦ୍ଧାର।ପିପିଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଜାରି ରଖିଛି।

୧୫-ଅସ୍ତରଙ୍ଗ:ବିଲୁଆ କାମୁଡ଼ାରେ ୧୩ ଜଣ ଆହତ ଓ ୨ ଜଣ ଗୁରୁତର।

୧୬-ନିଶାମୁକ୍ତ କ୍ୟାମ୍ପସ ନିୟମକୁ କଡ଼ାକଡ଼ି କରିବାକୁ ୟୁଜିସିର ନିର୍ଦ୍ଦେଶ।ଶିକ୍ଷାନୁଷ୍ଠାନ ପରିସରରେ ଯଦି ନିଶାଦ୍ରବ୍ୟ ସାମଗ୍ରୀ ବାହାରେ ତେବେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

୧୭-ଚନ୍ଦ୍ରଯାନ-୪ ମିଶନକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ, ୨୧୦୪ କୋଟି ଟଙ୍କା ମଞ୍ଜୁର।

୧୮-ଚେନ୍ନାଇ:ଭାରତ -ବାଂଲାଦେଶ ପ୍ରଥମ ଟେଷ୍ଟ ମ୍ୟାଚ ଆଜିଠାରୁ।

୧୯-ଗୋଟିଏ ଦେଶ ଗୋଟିଏ ନିର୍ବାଚନକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ, ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ରିପୋର୍ଟକୁ ମଞ୍ଜୁରୀ।

୨୦-ଶ୍ରୀନଗର:ଜାମ୍ମୁ କାଶ୍ମୀରରେ ମତଦାନ କଲେ ଶତକଡା ୫୯।

୨୧-ସିନ୍ଧୁ ନଦୀ ଜଳ ରାଜିନାମାରେ ସଂଶୋଧନ ପାଇଁ ପାକିସ୍ତାନକୁ ଭାରତର ନୋଟିସ।

🙏 ସୁପ୍ରଭାତ, ଗୁଡମର୍ଣିଂ 🙏

Leave A Reply

Your email address will not be published.