୧-ଅକ୍ଟୋବର ୨୩ରେ ଏନଆରଟିଏସ ପରୀକ୍ଷା, ଆସିଲା ଆଡମିଟ କାର୍ଡ। ଏଥିପାଇଁ ରାଜ୍ୟରେ ୫୩ ହଜାର ୬୯୩ ଜଣ ଛାତ୍ରଛାତ୍ରୀ ପଞ୍ଜିକରଣ କରିଛନ୍ତି।
୨-ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୫ଟାରୁ ରାତି ୯ ଟା ପର୍ଯ୍ୟନ୍ତ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ।
୩-ଅଗ୍ନିପଥ ଯୋଜନା – ଆସନ୍ତା ୧୮ରୁ ୨୬ ପୁରୀ ତାଳବଣିଆରେ ନିଯୁକ୍ତି ଶିବିର।
୪-ବୈଠକରେ ନିଷ୍ପତ୍ତି: ବାହାର ରାଜ୍ୟର ଚାଷୀ ଓଡ଼ିଶାରେ ବିକିପାରିବେନି ଧାନ।
୫-କେନ୍ଦୁଝରରେ ମେଗା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଟାସ୍କଫୋର୍ସ ଗଠନ।
୬-ସମ୍ପୂର୍ଣ୍ଣ ବିଦାୟ ନେଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ, ପାଣିପାଗ କେନ୍ଦ୍ରର ସୂଚନା।
୭-କଟକ:ବାଲିଯାତ୍ରା ପାଇଁ ପ୍ଲଟ୍ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ,୨୫ ଯାଏ ଚାଲିବ।
୮-ପୁରୀ:ହବିଷ୍ଯାଳୀଙ୍କ ସୁରକ୍ଷା ପାଇଁ ପୁରୀରେ ୨୦ ପ୍ଲାଟୁନ ଫୋର୍ସ ନିୟୋଜିତ ହେବେ।
୯-ଆଜି ଧରାବତରଣ କରିବେ ମା’ ଗଜଲକ୍ଷ୍ମୀ, ରାଜଧାନୀ ଓ ଏହାର ଉପକଣ୍ଠରେ ଶୋଭାପାଉଛି ସୁସଜ୍ଜିତ ତୋରଣ।
୧୦-CBSEର ନୂଆ ନିୟମ; ଉପସ୍ଥାନ ୭୫%ରୁ କମିଲେ ବୋର୍ଡ ପରୀକ୍ଷା ମନା।୨୦୨୫ ବୋର୍ଡ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏହି ନିୟମ ଲାଗୁ ହେବ।
୧୧-ଭୁବନେଶ୍ୱର: ରାଜଧାନୀରେ ମାତିଛନ୍ତି ଜମି ମାଫିଆ, ଯବାନଙ୍କ ୨ଏକର ଜମି ଆତ୍ମସାତ।
୧୨-ପ୍ରକାଶ ପାଇଲା ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ତାରିଖ, ଅକ୍ଟୋବର ୨୭ରେ ୫ଟି ଜୋନରେ ହେବ ପରୀକ୍ଷା।
୧୩-ସମ୍ବଲପୁରରେ GST ଟିମ୍ର ଚଢାଉ, ଗଞ୍ଜେଇ ଖୋଜୁ ଖୋଜୁ କାର୍ରୁ ଜବତ ହେଲା ଦେଢ କୋଟି ଟଙ୍କାର ରୁପା।
୧୪-୧୮ରୁ ମୁମ୍ବାଇରେ ନିବେଶକ ସମ୍ମିଳନୀ, ଓଡିଶାରେ ପୁଞ୍ଜିନିବେଶ ପାଇଁ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ।
୧୫-ସାଲେପୁର:ଶିଶୁପୁତ୍ର ବିକ୍ରି ଘଟଣା, ଶିଶୁ ପୁତ୍ରକୁ ଉଦ୍ଧାର କରି ମା’ ର ଜିମା ଦେଲା ପୋଲିସ।
୧୬-ଧର୍ମଶାଳା ଥାନା ରଥିଆ ଛକ:ଟ୍ରକ୍ ପଛରେ ପିଟି ହେଲା ବାଇକ୍, ଚାଲିଗଲା ଦୁଇ ଆରୋହୀଙ୍କ ଜୀବନ।
୧୭-କଟକ ଭସାଣି ଶୋଭାଯାତ୍ରାରେ ବାଜିଲା ‘ନବୀନ ବାବୁ ଫ୍ୟାନ୍’, ଗୀତରେ ତାଳେ ତାଳେ ନାଚିଲେ ଲୋକ।
୧୮-ଦୀପାବଳି ପୂର୍ବରୁ SBIର ବଡ଼ ଘୋଷଣା, ଶସ୍ତା କଲା ହୋମ୍ ଲୋନ୍ ଏବଂ ରିଟେଲ୍ ଲୋନ୍।
୧୯-ମାଗଣା ଯୋଜନା ଉପରେ ସୁପ୍ରିମକୋର୍ଟର ପାହାର; ମାଗଣା ପ୍ରତିଶ୍ରୁତି ଉପରେ କଟକଣା ଲଗାଇବାକୁ କଡ଼ା ନିର୍ଦ୍ଦେଶ।
୨୦-ବାଜିଲା ନିର୍ବାଚନ ବିଗୁଲ । ମହାରାଷ୍ଟ୍ରରେ ଗୋଟିଏ, ଝାଡଖଣ୍ଡରେ ଦୁଇଟି ପର୍ଯ୍ୟାୟରେ ଭୋଟ୍ । ୨୩ରେ ଭୋଟ୍ ଗଣତି।
୨୧-ଆଲଜେରିଆ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ଉପାଧି ପ୍ରଦାନ।
୨୨-ବେଙ୍ଗାଳୁରୁ:ଭାରତ-ନ୍ଯୁଜିଲାଣ୍ଡ ପ୍ରଥମ ଟେଷ୍ଟ ମ୍ୟାଚ ଆଜିଠାରୁ।
୨୩-ବଲିଉଡ ଅଭିନେତା ସଲମାନ ଖାନଙ୍କୁ ମିଳିଲା ‘ୱାଇ ପ୍ଲସ୍’ ସୁରକ୍ଷା,ଅନିର୍ଦ୍ଦିଷ୍ଟକାଳ ଯାଏଁ ସବୁ ଫିଲ୍ମ ଶୁଟିଂ, ମିଟିଂ ଓ ଟେଲିଭିଜନ୍ ଶୋ’ ବାତିଲ।
୨୪-ଋଷ ପରେ ଇରାନକୁ ଚୀନର ଖୋଲାଖୋଲି ସମର୍ଥନ, ଦେଲା ସବୁଠୁ ଘାତକ ଅସ୍ତ୍ର।
🙏 ସୁପ୍ରଭାତ, ଗୁଡମର୍ଣିଂ 🙏