ଖବର ଆଜିର ତାରିଖ:୧୫/୧୧/୨୪, ଶୁକ୍ରବାର

୧-ଭୁବନେଶ୍ୱର:ଧାନ କିଣା ନିୟମ ନ ମାନିଲେ ହେବ କାର୍ଯ୍ୟାନୁଷ୍ଠାନ: ମୁଖ୍ୟମନ୍ତ୍ରୀ

୨-ଆଜି କାର୍ତ୍ତିକ ପୂର୍ଣ୍ଣିମା ; ରାଜାରାଜେଶ୍ୱରୀ ବା ସୁନାବେଶରେ ସଜ୍ଜିତ ହେବେ ଶ୍ରୀଜିଉ

୩-ମାଟ୍ରିକ ପରୀକ୍ଷା ତାରିଖ ଘୋଷଣା କଲା ବୋର୍ଡ, ଫେବ୍ରୁଆରୀ ୨୧ରୁ ହେବ ଆରମ୍ଭ।

୪-ଆଜି ବାଲିଯାତ୍ରା ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ, ସାମିଲ ହେବେ ୧୩ଟି ରାଷ୍ଟ୍ରର ରାଷ୍ଟ୍ରଦୂତ-ହାଇକମିଶନର।

୫-କଟକ:ପୋଲିସ ଫେରାଇଲା। ୧୨୩ଟି ଚୋରି ମୋବାଇଲ, ଜିନିଷ ପାଇ ମାଲିକଙ୍କ ମୁହଁରେ ହସ।

୬-୨୦୨୦, ୨୦୨୧ ଓ ୨୦୨୨ ବର୍ଷ ପାଇଁ ଘୋଷଣା ହେଲା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର।ବାବୁଶାନ ମହାନ୍ତିଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର । ଶ୍ରେଷ୍ଠ ଚଳଚ୍ଚିତ୍ର ‘ଦମନ’

୭-ମହିଳା IICଙ୍କୁ ମାଡ଼ ଘଟଣା: ଜୟନାରାୟଣଙ୍କ ଆଗୁଆ ଜାମିନ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ।

୮-ଆସନ୍ତା ୧୯ରୁ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା ନିମନ୍ତେ ଆବେଦନ ଆରମ୍ଭ ହେବ।

୯-ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ମଧ୍ୟାହ୍ନ ଭୋଜନ ମୂଲ୍ୟ ୧ ଟଙ୍କା ବଢ଼ିବ ।

୧୦-୨୪ ଘଣ୍ଟା ପରେ ଖସିବ ପାରଦ ! ଶୀତକୁ ନେଇ ବଡ଼ ସୂଚନା ଦେଲା ପାଣିପାଗ ବିଭାଗ।

୧୧-ବଦଳୁଛି ନାମଫଳକର ରଙ୍ଗ: ଗେରୁଆ ହେଉଛି ସବୁ ସବୁଜ ହୋର୍ଡିଙ୍ଗ।

୧୨-ବାରଙ୍ଗ:କୁଆଖାଇ ନଦୀପଠାରେ ଆଜିଠୁ ବାଲିଯାତ୍ରା ଆରମ୍ଭ,ଏଥର ୧୦ ଦିନ ପର୍ଯ୍ୟନ୍ତ ଚାଲିବ।

୧୩-ଶିମିଳିପାଳକୁ ଆସିଲା ଦ୍ବିତୀୟ ବାଘୁଣୀ । ପୂର୍ବରୁ ଶିମିଳିପାଳ ଜଙ୍ଗଲରେ ଛଡାଯାଇଥିଲା ଯମୁନା

୧୪-ଶ୍ରୀମନ୍ଦିରକୁ ୧୦ଟି ବ୍ୟାଟେରୀ ଚାଳିତ ଅଟୋ ପ୍ରଦାନ କଲେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ।

୧୫-ପୁରୀ:ପତିତପାବନ ଗୁମୁଟ ଦ୍ୱାର ବନ୍ଧ ବି ହେବ ରୁପା ଛାଉଣୀ।

୧୬-ଭଦ୍ରକ ଜିଲା ତିହିଡ଼ି ତହସିଲ ଅନ୍ତର୍ଗତ ଗଦି ରାଜସ୍ଵ ମଣ୍ଡଳର ରାଜସ୍ୱ ନିରୀକ୍ଷକ ଭାଗବତ ଖଟୁଆ ୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ।

୧୭-ତାଳଚେର:ପିତ୍ତଳ ଥାଳିକୁ ସୁନା ଥାଳି କହି ଦମ୍ପତିଙ୍କ ଠାରୁ ୧୫ ଲକ୍ଷ ଟଙ୍କା ଠକିନେଲେ ଦୁଇ ମହିଳା।

୧୮-ମା’ ତାରାତାରିଣୀଙ୍କ ମନ୍ଦିରରୁ ଚୋରି ଘଟଣା, ୬ ଜଣଙ୍କୁ ଗିରଫ କଲା ପୁରୁଷୋତ୍ତମପୁର ଥାନା ପୋଲିସ।

୧୯-୭୦ ହଜାର ତଳକୁ ଖସିଲା ସୁନା,୧୫ ଦିନରେ ୬ ହଜାର ଶସ୍ତା,ଲକ୍ଷେ ତଳକୁ ଖସିଲା ରୂପା।

୨୦-GAIL ଇଣ୍ଡିଆରେ ପୂରଣ ହେବ ୨୬୧ଟି ଇଞ୍ଜିନିୟର ପଦବୀ; ଦରମା ୮୦ ହଜାର, ଅନଲାଇନ୍ ଆବେଦନ କରନ୍ତୁ

୨୧-ନୂଆ ଦିଲ୍ଲୀ:ଓଡ଼ିଶା ପାଭିଲିୟନ ଉଦଘାଟନ କଲେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।

୨୨-ଆମେରିକା ରାଷ୍ଟ୍ରପତି ନିର୍ବାଚନ ପରେ ସୋସିଆଲ୍ ମିଡିଆ ସାଇଟ୍ ‘ଏକ୍ସ’ ଛାଡ଼ିଲେଣି ଲକ୍ଷାଧିକ ୟୁଜର।

୨୩-ଜୋହାନ୍ସବର୍ଗ: ଭାରତ ଦକ୍ଷିଣ ଆଫ୍ରିକା ଚତୁର୍ଥ T20 ଆଜି।

🙏 ସୁପ୍ରଭାତ, ଗୁଡମର୍ଣିଂ 🙏

Leave A Reply

Your email address will not be published.