ଡିସେମ୍ବର ୨୫ ତାରିଖରେ ସୁଭଦ୍ରା ଟଙ୍କା ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ମିଳିବ । ଏଥିପାଇଁ ନୂଆ ଆବେଦନକାରୀଙ୍କ ସମେତ ଅଦ୍ୟାବଧି ସହାୟତା ପାଇପାରିନଥିବା ଦରଖାସ୍ତକାରୀଙ୍କ ଆବେଦନ ଯାଂଚ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଡିସେମ୍ବର ସୁଦ୍ଧା ସୁଭଦ୍ରାରେ ମୋଟ ୧ କୋଟି ୫ ଲକ୍ଷ ୩୬ ହଜାର ୬୧୨ ଆବେଦନ ଗ୍ରହଣ ହୋଇଛି । ଏ ନେଇ ମଙ୍ଗଳବାର ବୈଠକ ବସିଥିଲା ବୈଠକରେ ସୁଭଦ୍ରା ଆବେଦନ ଯାଂଚ ପାଇଁ ଗଠିତ କ୍ଷେତ୍ରସ୍ତରୀୟ ଟିମମାନଙ୍କ କାର୍ଯ୍ୟ ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା
ସମସ୍ତ ଜିଲ୍ଲାପାଳ ଓ ମହାନଗର ନିଗମର କମିଶନରମାନଙ୍କୁ ଏହି ଟିମର କାର୍ୟ୍ୟ ଅଗ୍ରଗତି ସମ୍ପର୍କରେ ନିଜେ ଅନୁଧ୍ୟାନ କରିବା ସହିତ ଏହାର ଅଗ୍ରଗତି କରିବାକୁ ବୈଠକରେ ପରାମର୍ଶ ଦିଆଯାଇଛି । ଡିସେମ୍ବର ୬ ତାରିଖ ଯୋଗ୍ୟ ହିତାଧିକାରୀ ଓ ଅଯୋଗ୍ୟ ତାଲିକା ବ୍ଲକ, ସହରାଂଚଳ ଓ ମହାନଗର ନିଗମ ସ୍ତରରେ ପ୍ରକାଶ କରାଯିବ ଓ ଏହା ପରେ ଆଉ ୭ ଦିନ ଯାଏଁ ଆପତ୍ତି ଗ୍ରହଣ କରାଯିବ । ନଭେମ୍ୱର ୨୪ରେ ସୁଭଦ୍ରା ଯୋଜନାର ତୃତୀୟ ପର୍ୟ୍ୟାୟ ଟଙ୍କା ଆସିଥିଲା ।