ଖବର ଆଜିର …ତାରିଖ:୦୭/୧୨/୨୪, ଶନିବାର

୧-ନିଜ ପୈତୃକ ଗାଁ ମୟୂରଭଞ୍ଜ ଜିଲ୍ଲା ଉପରବେଡ଼ାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭବ୍ୟ ସ୍ବାଗତ।

୨-୧୨ରୁ ବଢ଼ିବ ଶୀତ, ଆଜି ଠାରୁ ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୨ ରୁ ୪ ଡିଗ୍ରୀ କମିପାରେ।

୩-ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଆଜି ‘ଘୋଡ଼ ଲାଗି’ ନୀତି, ଶୀତବସ୍ତ୍ର ପରିଧାନ କରିବେ ଶ୍ରୀଜିଉ।

୪-ପୁରୀରେ ୯୦ ଦିନିଆ କଟକଣା, ବିନାନୁମତିରେ ସଭା, ଶୋଭାଯାତ୍ରା ଓ ମାଇକ ବ୍ୟବହାର ବେଆଇନ।

୫-ଦର୍ଶକ ଦେଖିପାରିବେନି ଝାଇଁମରା ନାଚ, ଯାତ୍ରାରେ ବନ୍ଦ ହେବ ଅଶ୍ଳୀଳ ନୃତ୍ୟ: ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ।

୬-ହୀରାକୁଦ ବନ୍ୟପ୍ରାଣୀ ଡିଭିଜନର ACFଙ୍କ ଘରେ ଭିଜିଲାନ୍ସ, ନଗଦ ୧୪ ଲକ୍ଷ ୫୦ ହଜାର ଟଙ୍କା ଜବତ।

୭-କଳ୍ପନା, ସର୍ଜନା ଓ ପ୍ରଭାବକୁ ନେଇ କିଟ୍‍ ର କେ-ଆଇ୩ ଫେଷ୍ଟ ଉଦ୍‍ଘାଟିତ।

୮-କଣ୍ଟାବାଞ୍ଜି:ଥାଳି ପଡିଯିବାରୁ ଛାତ୍ରଙ୍କୁ ଚପଲ ପିଟିଲେ ଶିକ୍ଷକ, ଥାନାରେ ଦ୍ବାରସ୍ଥ ହେଲେ ପରିବାର।

୯-ଭୁବନେଶ୍ୱର: ବିଧାନସଭାରେ ଗୋ- ସୁରକ୍ଷା ଓ ଗୋ- ହତ୍ୟା ନିଷେଧ ବିଧେୟକ ଆଗତ।

୧୦-ପାରାଦ୍ଵୀପ: ଗ୍ୟାସ୍ ପାଇପ୍ ଲିକ୍, ବିନା ସୁରକ୍ଷାରେ ସମ୍ପରେ ପଶିବା ପଡ଼ିଲା ମହଙ୍ଗା, କ୍ଷଣିକରେ ଟଳି ପଡ଼ିଲେ ଶ୍ରମିକ।

୧୧-ପୋଲାଭରମ ପ୍ରସଙ୍ଗରେ ତାତିଲା ବିଧାନସଭା, ପ୍ରଶ୍ନକାଳ ଓ ଶୂନ୍ୟକାଳରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ।

୧୨-ଭୁବନେଶ୍ୱର:ପରୀକ୍ଷା ଗଫଲତି ରୋକିବାକୁ ସରକାର ଆଣିଲେ ନୂଆ ବିଲ, ରହିଛି କଠୋର ଦଣ୍ଡ ବିଧାନ।

୧୩-ନୂଆ ଦିଲ୍ଲୀ:୨୮ଟି ନୂତନ ନବୋଦୟ ବିଦ୍ୟାଳୟ ପ୍ରତିଷ୍ଠାକୁ କ୍ୟାବିନେଟ୍ ମଞ୍ଜୁରୀ।

୧୪-୮୫ଟି ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ପ୍ରସ୍ତାବକୁ ମିଳିଲା କ୍ୟାବିନେଟ୍ ମଞ୍ଜୁରୀ।

୧୫-ସମ୍ବଲପୁର ଧନୁପାଲି ପୋଲିସ ପକ୍ଷରୁ ଚଢ଼ାଉ, ନିଶା କଫ ସିରଫ ଜବତ, ୫ ଗିରଫ।

୧୬-ଇତିହାସ ରଚିଲା ପୁଷ୍ପା ୨, ଓ୍ଵାର୍ଲ୍ଡ ଓ୍ଵାଇଡ କଲେକ୍ସନରେ ସବୁ ଫିଲ୍ମକୁ ପଛରେ ପକାଇଲା।ପ୍ରଥମ ଦିନରେ ୨୯୪ କୋଟି ଟଙ୍କାର କାରବାର କରି ଇତିହାସ ରଚିଛି।

୧୭-ଭାରତୀୟ ସେନାକୁ ମିଳିଲା ଆଷ୍ଟେରିଆ ଏରୋସ୍ପେସର ଏଟି-୧୫ ଭିଟିଓଏଲ ଡ୍ରୋନ୍।

୧୮-କେନ୍ଦ୍ରୀୟ-ଦକ୍ଷିଣ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ଆଶଙ୍କା, ପୁଣି ବର୍ଷିବ ତାମିଲନାଡୁରେ।

୧୯-ଆଡିଲେଡ ଟେଷ୍ଟ: ପ୍ରଥମ ଇନିଂସରେ ଭାରତ ୧୮୦ ରନରେ ଅଲଆଉଟ୍, ଅଷ୍ଟ୍ରେଲିଆ ୧ ଓ୍ବିକେଟ ବିନିମୟରେ ସଂଗ୍ରହ କରିଛି ୮୬ ରନ।

୨୦-ଭାରତରେ ୬ ହଜାର କୋଟି ନିବେଶ କରିବ ଚୀନ କମ୍ପାନୀ ୱାନପ୍ଲସ୍: ସିଇଓ କହିଲେ, ସାରା ବିଶ୍ୱରେ ପ୍ରଥମେ ଇଣ୍ଡିଆ।

୨୧-ନାଟୋକୁ ଚେକ୍ ଦେବାକୁ ପୁଟିନଙ୍କ ମାଷ୍ଟର ପ୍ଲାନ୍: ବେଲାଋଷ ସହ ୩ ସାମରିକ ଚୁକ୍ତି କଲା ଋଷିଆ।

🙏 ସୁପ୍ରଭାତ, ଗୁଡମର୍ଣିଂ 🙏

Leave A Reply

Your email address will not be published.