ଆଜି ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ

ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଆସନ୍ତାକାଲି ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ହେବେ ସାମିଲ । ୪ଟି ଚିତାକର୍ଷକ ପ୍ରଦର୍ଶନୀକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ଆଜି ଓଡ଼ିଶା ଆସିବା ପୂର୍ବରୁ ମୋଦୀ ଗତକାଲି ଟୁଇଟ କରିଛନ୍ତି । ଅନ୍ତିମ ଦିନରେ ଓଡ଼ିଆ ଝିଅ ତଥା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ମିଳନୀରେ ଯୋଗ ଦେଇ ଓଡ଼ିଶା ବାବଦରେ ନିଜ ଅନୁଭୂତି ପ୍ରବାସୀଙ୍କ ସହ ବାଂଟିବେ । ପ୍ରାୟ ୧୦ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ଏହି ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । 

ଭୁବନେଶ୍ୱର ଜନତା ମଇଦାନରେ ଆଜି ଆରମ୍ଭ ହୋଇଛି ପ୍ରବାସୀ ଭାରତୀୟ ସମ୍ମେଳନ। ଦୁଇ କେନ୍ଦ୍ରମନ୍ତ୍ରୀ ଏସ୍. ଜୟଶଙ୍କର, ମନସୁଖ ମାଣ୍ଡଭିୟ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଆରମ୍ଭ ହୋଇଛି ସମ୍ମେଳନ।

ଆସନ୍ତାକାଲି ଆନୁଷ୍ଠାନିକ ଭାବେ ସମ୍ମେଳନକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିପାଇଁ ଆଜି ସନ୍ଧ୍ୟାରେ ଭୁବନେଶ୍ବର ଆସୁଛନ୍ତି ପ୍ରଧାନମନ୍ତ୍ରୀ।

ସମ୍ମେଳନରେ ବିକଶିତ ଭାରତ ୨୦୪୭ ସଂପର୍କରେ ପ୍ରବାସୀଙ୍କ ସହ ଆଲୋଚନା କରିବେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ବିଭିନ୍ନ ପ୍ଲେନାରୀ ସେସନରେ ଦେଶର ବିଶେଷ ବ୍ୟକ୍ତି ବିଶେଷମାନେ ପ୍ରବାସୀଙ୍କ ସହ ଆଲୋଚନା କାର୍ଯ୍ୟକ୍ରମ ରହିଛି। ଶେଷ ଦିନରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତଙ୍କର ମଧ୍ୟ ଏକ ସେସନ ରହିବ।

ପ୍ରତି ସନ୍ଧ୍ୟାରେ ଆୟୋଜିତ ହେବ ସାଂସ୍କୃତିକ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମରେ ଯୋଗଦେବାକୁ ୭୦ରୁ ଅଧିକ ଦେଶରୁ ଆସିଛନ୍ତି ମୂଳ ପ୍ରବାସୀ ଭାରତୀୟ। ସେମାନେ ଯାଜପୁର, କଟକ, ଭୁବନେଶ୍ୱର ଏବଂ ପୁରୀର ୨୧ଟି ପର୍ଯ୍ୟଟନ ସ୍ଥଳୀ ବୁଲିବେ। ଡବଲ ଡେକର୍ ବସ୍ ରେ ବସି ରାଜ୍ୟର ୨୧ଟି ପର୍ଯ୍ୟଟନ ସ୍ଥଳୀ ବୁଲିବେ ପ୍ରବାସୀ ଭାରତୀୟ।

Leave A Reply

Your email address will not be published.