୧-ଓଡ଼ିଶାର ବିକାଶ ଯାତ୍ରାରେ ସାମିଲ ହୁଅନ୍ତୁ ପ୍ରବାସୀ ଭାରତୀୟ:ମୁଖ୍ୟମନ୍ତ୍ରୀ
୨-ଓଡ଼ିଶାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି;ଆଜି ପ୍ରବାସୀ ଭାରତୀୟ ସମ୍ମିଳନୀକୁ କରିବେ ଉଦଘାଟନ।
୩-ଫେରୁଛନ୍ତି ପିଲା, କମୁଛି ଡ୍ରପ୍ ଆଉଟ ହାର। ପ୍ରାଥମିକ ସ୍କୁଲରେ ଡ୍ରପ ଆଉଟ୍ ହାର ୧୦ ପ୍ରତିଶତ ତଳକୁ ଖସି ୯.୧୧ରେ ରହିଥିବା ଦର୍ଶାଇଛି କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ।
୪-ରାଜ୍ୟର ଜାରି ରହିଛି କୋହଲା ପାଗ ସାଙ୍ଗକୁ ଘନ କୁହୁଡ଼ି।ଚା’ ଦୋକାନରେ ଲୋକଙ୍କ ଭିଡ଼ ବଢୁଛି।
୫-୧୩ରୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ରାଜଭବନ ଉଦ୍ୟାନ, ମୋବାଇଲ ଆପ୍ ପଞ୍ଜିକରଣ ମାଧ୍ୟମରେ ମିଳିବ ପ୍ରବେଶ ଅନୁମତି।
୬-ଭୁବନେଶ୍ୱର: ଜାନୁଆରୀ ନୁହେଁ ଫେବୃଆରୀରେ ‘ଆୟୁଷ୍ମାନ ଭାରତ’ ଯୋଜନା ଲାଗୁ କରାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସୂଚନା।
୭-ଭୁବନେଶ୍ୱର:ଧରାପଡ଼ିଲେ ହଂସିତାଙ୍କ ଅସଲ ସ୍ଵାମୀ ସରୋଜ ସାହୁ।ହଂସିତାଙ୍କ ବେନାମୀ ସମ୍ପତ୍ତି ସରୋଜଙ୍କ ନାମରେ ରହିଛି।
୮-ଭୁବନେଶ୍ୱର:କିଟ୍ ରେ ମିନତି ମହାପାତ୍ର ଭେଲୋଡ୍ରୋମ୍ ଉଦଘାଟିତ।
୯-ମଞ୍ଚେଶ୍ବର: ସୁରକ୍ଷା ବଳୟକୁ ଅପରାଧୀଙ୍କ ଖାତିରି ନାହିଁ, ରାସ୍ତାରେ ଯୁବକଙ୍କ ମୁଣ୍ଡ ଗଣ୍ଡି ଅଲଗା କରିଦେଲେ।
୧୦-ରସୁଲଗଡ଼ ହତ୍ୟାକାଣ୍ଡରେ ୩ ଗିରଫ, ଧଳାଜହର କାରବାରରେ ବାଧା ଦେବାରୁ ମହିଳା ଦେଇଥିଲେ ସୁପାରି।
୧୧-ବ୍ରହ୍ମପୁର ସାଂସଦଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି, ସମସ୍ତ ମାମଲାରେ ନିର୍ଦ୍ଦୋଷ ସାବ୍ୟସ୍ତ ହେଲେ ପ୍ରଦୀପ ପାଣିଗ୍ରାହୀ।
୧୨-ବରସୁଆଁ ସେଲ ଆଇରନ ମାଇନ୍ସର ୨ ଉଚ୍ଚପଦସ୍ଥ ଅଧିକାରୀ ସରୋଜ ପଟ୍ଟନାୟକ ଓ ସୁନନ୍ଦ ପରିଡ଼ାଙ୍କ କ୍ୱାର୍ଟର୍ସରେ CBI ଚଢ଼ାଉ।
୧୩-ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପ୍ରବାସୀ ଭାରତୀୟ, ୩ ଦିନ ବୁଲିବା ପାଇଁ ଟୁରିଜିମ୍ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି।
୧୪-କୌଶଳ ବିକାଶ ତାଲିମ ଓ କର୍ମ ନିଯୁକ୍ତି ନାମରେ ଠକେଇ । ତାମିଲନାଡୁରେ ଫସିଛନ୍ତି ୯୦ ଓଡିଆ ଝିଅ, ଫେରାଇଆଣିବାକୁ ସୁନ୍ଦରଗଡ ଜିଲ୍ଲାପାଳଙ୍କ ଅଫିସ ଆଗରେ ଗୁହାରି।
୧୫-ଆନନ୍ଦପୁର:ଅଧା ଓଡିଶାରେ ପାନୀୟ ଜଳ ପ୍ରକଳ୍ପ କେଳେଙ୍କାରୀ । ଅଧା ହୋଇନି କାମ, ୮୯ ପ୍ରତିଶତ ଟଙ୍କା ନେଇ ଠିକାଦାର ଛୁ।
୧୬-ମାଲକାନଗିରି:ବଡ଼ଧରଣର ଲୁଟ୍,ଓମ୍ ମୋବାଇଲ୍ କେୟାରରୁ ଲୁଟେରା ଲୁଟିନେଲେ ୧ କୋଟିରୁ ଅଧିକ ଟଙ୍କାର ମୋବାଇଲ୍।
୧୭-ସର୍ବାଧିକ ସୁନା କିଣାରେ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି ଭାରତୀୟ ରିଜର୍ଭ ବ୍ୟାଙ୍କ; କେବଳ ନଭେମ୍ବର କିଣାଯାଇଛି ୮ ଟନ୍ ସୁନା।
୧୮-ନିର୍ମାତାଙ୍କ ବଡ଼ ଘୋଷଣା; ପୁଷ୍ପା ୨ରେ ୨୦ ମିନିଟ୍ ଅଧିକ ଅତିରିକ୍ତ ଫୁଟେଜ୍ ଯୋଡ଼ାଯିବ, ଜାନୁଆରୀରେ ୧୧ ହେବ ରିଲୋଡ୍।
୧୯-ଅମରାବତୀ: ଆନ୍ଧ୍ରପ୍ରଦେଶ ତିରୁପତିରେ ଦଳାଚକଟା;୬ ମୃତ
୨୦-ଇସଲାମାବାଦ:ପଞ୍ଜାବ ପ୍ରଦେଶରେ ୬ ଭଉଣୀକୁ ବାହାହେଲେ ଅନ୍ୟ ପରିବାରର ୬ ଭାଇ।
୨୧-ନୂଆ ଦିଲ୍ଲୀ:ହସିନାଙ୍କ ଭିସା ମିଆଦ ବୃଦ୍ଧି କଲା ଭାରତ।
୨୨-ICC ଟେଷ୍ଟ ମାନ୍ୟତା: ଶୀର୍ଷରେ ବୁମ୍ ରା , ଶ୍ରେଷ୍ଠ ୧୦କୁ ଫେରିଲେ ପନ୍ତ।