ଭୁବନେଶ୍ୱର : ତମ୍ବାକୁ ବ୍ଯବହାର ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ଯଗତ ସମସ୍ଯା ଯଥା କ୍ଯାନସର, ହୃଦୟ ରୋଗ, ଟିବି, ବିଭିନ୍ନ ପ୍ରକାର ର ଆଖି ସମସ୍ଯା, ମଧୁମେହ ଆଦି ସୃଷ୍ଟି କରିଥାଏ ବୋଲି ରାଜ୍ଯର ଅନ୍ଯତମ ଅଗ୍ରଣୀ ସ୍ୱେଛାସେବୀ ସଂଗଠନ ପିପୁଲସ୍ କଲଚରାଲ୍ ସେଣ୍ଟର (ପିକକ୍) ଦ୍ୱାରା ରୋଟାରୀ କ୍ଲବ୍ ୟୁନିକ୍, ଭୁବନେଶ୍ୱର ର ସହଯୋଗ ରେ ବିଶ୍ୱ ତମ୍ବାକୁ ନିଷେଧ ଦିବସ ୨୦୨୧ ପାଳନ ଅବସରରେ ଭର୍ଚୁଆଲ ପ୍ଲାଟଫ୍ରର୍ମ ରେ ଆୟୋଜିତ ସଭାରେ ଯୋଗ ଦେଇଥିବା ଡାକ୍ତର ଓ ବକ୍ତା ମାନେ ନିଜର ମତ ଦେଇଥିଲେ ।
ଏହି ସଭାରେ ପିକକ୍ ର ସମ୍ପାଦକ ଶ୍ରୀଯୁକ୍ତ ରଞ୍ଜନ କୁମାର ମହାନ୍ତି ପ୍ରାରମ୍ଭିକ ଭାଷଣ ଦେଇ ଏହି ସଭାର ଉଦ୍ଦେଶ୍ଯ ସମ୍ପର୍କରେ ସମସ୍ତ ଙ୍କୁ ଅବଗତ କରାଇବା ସହିତ ଏହାର ସଭାପତିତ୍ୱ କରି କହିଥିଲେ ଯେ ପ୍ରତିବର୍ଷ ଭାରତରେ ତମ୍ବାକୁ ସେବନ ଯୋଗୁଁ ୧୩ ଲକ୍ଷ ଲୋକ ମୃତ୍ଯୁ ବରଣ କରୁଛନ୍ତି ଓ ଏହା ଏକ ମହାମାରୀ ର ରୁପ ନେଇଛି ଓ ଏହାକୁ ରୋକିବା ନିମନ୍ତେ ବ୍ଯାପକ ଜନ ସଚତନତା ଦରକାର।
ଏହି ସଭାରେ ଯୋଗ ଦେଇ ବିଶିଷ୍ଟ ଚକ୍ଷୁ ରୋଗ ବିଶେଷଜ୍ଞ ଓ ରୋଟାରୀ କ୍ଲବ୍ ୟୁନିକ୍, ଭୁବନେଶ୍ୱର ର ଅଧ୍ଯକ୍ଷ ଡାକ୍ତର ଶ୍ରୀଯୁକ୍ତ ସରୋଜ କୁମାର ତ୍ରିପାଠୀ କହିଲେ ତମ୍ବାକୁ ସେବନ ଆମ ଶରୀର ର ସମସ୍ତ ଅଙ୍ଗ କୁ ପ୍ରଭାବିତ କରିଥାଏ ଓ ଶରୀର ଉପରେ ଏହାର ପ୍ରଭାବ ଅତ୍ଯନ୍ତ କ୍ଷତିକାରକ । ଏହା ଆମର ଫୁସଫୁସ୍ କୁ ଦୁର୍ବଳ କରିଦେଇଥାଏ ଓ କୋଭିଡ ମହାମାରୀ ପରି ରୋଗ ର ସମ୍ଭାବନା କୁ ମଧ୍ଯ ବଢାଇ ଥାଏ । ବିଶିଷ୍ଟ ଦାନ୍ତ ରୋଗ ବିଶେଷଜ୍ଞ ଡାକ୍ତର ଶ୍ରୀଯୁକ୍ତ ସ୍ୱରୂପ ମହାନ୍ତି ତମ୍ବାକୁ ସେବନ ର ଶରୀର ଉପରେ କ୍ଷତିକାରକ ପ୍ରଭାବ କୁ ବୁଝାଇବା ସହିତ କହିଲେ ଯେ ତମ୍ବାକୁ ସେବନ ରୁ ମିଳୁଥିବା ସାମୟିକ ଖୁସି ପାଇଁ ଦୁର୍ଲ୍ଲଭ ଶରୀର କୁ ନଷ୍ଟ କରିବା ଅନୁଚିତ ।
ଶିକ୍ଷା ଓ ସଚେତନତା ମାଧ୍ଯମରେ ଲୋକଙ୍କ ମଧ୍ଯରେ ମାନସିକ ପରିବର୍ତ୍ତନ ଆଣିବା ସମ୍ଭବ । ପିକକ୍ ଅ ଅଧ୍ଯକ୍ଷା ଡଃ ମିନାକ୍ଷୀ ପଣ୍ଡା ତମ୍ବାକୁ ସେବନର ସାମାଜିକ ଓ ଅର୍ଥନୈତିକ ପ୍ରଭାବ ସମ୍ବନ୍ଧ ବିଶେଷ ଆଲୋଚନା କରିଥିଲେ । ଅନ୍ଯମାନଙ୍କ ମଧ୍ଯରେ ସମାଜସେବୀ ଶ୍ରୀଯୁକ୍ତ ପ୍ରଦିପ କୁମାର ବେହେରା, ଶ୍ରୀଯୁକ୍ତ ସୁକାନ୍ତ ନାୟକ, ଶ୍ରୀମତୀ ଉଷାରାଣୀ ବେହେରା ପ୍ରମୁଖ ନିଜର ବକ୍ତବ୍ଯ ରଖିଥିଲେ । ପିକକ୍ ର କାର୍ଯ୍ଯ ନିର୍ବାହୀ ନିର୍ଦ୍ଦେଶିକା ଶ୍ରୀମତୀ ଅନୁରଧା ମହାନ୍ତି ଧନ୍ଯବାଦ ଅର୍ପଣ କରିଥିଲେ ।