କଣ୍ଟାବାଞ୍ଜି – ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତ ର ବିଭିନ୍ନ ଗାଁ ଗଣ୍ଡା ସିନ୍ଧେକେଲା, ଭାନପୁର, ପୂର୍ଣ୍ଣିଆପାଳି, ଦେଡ଼ଗାଁ, ଅଲଣ୍ଡା, ଠେମେରା, ଭୁର୍ଷାଗୁରା, ଚାନ୍ଦୋତରା, ଝଲପ, ବାଗବାହାଲ,ନୂଆପଡା, ପ୍ରଭୁତି ଗାଁ ଗଣ୍ଡା ମାନଙ୍କରେ ଶହ ଶହ ଏକର ଜମିରେ ପିଆଜ ଚାଷ କରାଯାଏ ରବି ଋତୁ କାଳୀନ ଖରାଟିଆ ପିଆଜ ଚାଷ କରି ଘରଚଳଣି ପାଇଁ ଚାଷୀ ତେଲ ଲୁଣ, ଲୁଗା ପଟା, ସାଙ୍ଗ କୁ ପୁଅ ଝିଅ ମାନଙ୍କର ବିବାହ ଓ ସାଉକାର ଠାରୁ ଥିବା ଧାରକରଜ ପରିଶୋଧ କରିବା ପାଇଁ ଖରା ଚାରିମାସ କାଳ ନିଜ ଘରେ ବସି ସମୟ ନଷ୍ଟ ନକରି ଦୁଇ ପଇସା କିଭଳି ରୋଜଗାର କରିବେ ସେଆଶା ବାନ୍ଧି ମୁଣ୍ଡ ଝାଳ ତୁଣ୍ଡରେ ମାରି ପରିଶ୍ରମ କରିଥାନ୍ତି ଲାଭ କାରିବି ଭାବି ପିଆଜ ଚାଷ କରି ଦୁଇ ପଇସା ରୋଜଗାର କରି କୁଟୁମ୍ବ ଭରଣ ପୋଷଣ କରିବା ପାଇଁ ଚାଷ କରିଥାଏ ହେଲେ ବଜାର ଦର କେଜି ପିଛା ୮ ରୁ ୯ ଟଙ୍କା ଥିବା ବେଳେ ବହୁତ କ୍ଷତି ସହୁସି ଚାଷୀ ବର୍ତ୍ତମାନ ସୁଦ୍ଧା ସିନ୍ଧେକେଲା ଅଞ୍ଚଳରେ ସରକାରି ଭାରେ ଶୀତଳ ଭଣ୍ଡାର ବ୍ୟବସ୍ଥା ନାହିଁ କିମ୍ବା ପିଆଜ ବିକ୍ରି ବଟା କରିବା ପାଇଁ ମଣ୍ଡି ବ୍ୟବସ୍ଥା ନ ଥିବାରୁ ଚାଷୀ ଜଣକ ପିଆଜ ପଚି ଷଢି ଯିବା ଭୟରେ। ସ୍ଥାନୀୟ ନିକଟ ବଜାର ସିନ୍ଧେକେଲା , ବଙ୍ଗୋମୁଣ୍ଡା, କାନ୍ଦବାହାଳ, ଖଡ଼ିଆଳ, ତୁକଲା, ତୁରେକେଲା, ଭୁସଲାଡ଼, ଗନ୍ଧରଲା ପ୍ରଭୁତି ବଜାର ମାନଙ୍କରେ ୮ ରୁ ୯ ଟଙ୍କା ମୂଲ୍ୟ ଦରରେ ବିକ୍ରି କରିବା ପାଇଁ ବାଧ୍ୟ ହେଉଛନ୍ତି ତା ସାଙ୍ଗେ ଅସାଧୁ ବ୍ୟାପାରି ହାତରେ ଟେକି ଦେଉଛି ଚାଷୀ ତେବେ ଉପରୋକ୍ତ ବଲାଙ୍ଗିର ଜିଲ୍ଲାର ବଙ୍ଗୋମୁଣ୍ଡା, ସିନ୍ଧେକେଲା ଠାରେ ପ୍ରତି ବର୍ଷ ଖରାଦିନେ ବୃହତ୍ତ ଧରଣ ପିଆଜ ଉତ୍ପାଦନ ହେଉଥିବା ତାର ସ୍ଵତନ୍ତ୍ର ପରିଚୟ ବଜାଇ ରଖିଛି। ତେବେ ଏହି ସୁଯୋଗର ଫାଇଦାଉଠାଇ ଆସିଥାନ୍ତି ଅସାଧୁ ବ୍ୟବସାୟୀ ବ୍ୟାପାରି କମ ମୁଲ୍ୟ ଚାଷୀ ଠାରୁ କିଣି ଚଢ଼ାଦର ରେ ଓଡିଶା ବାହାର ରାଜ୍ୟ, ପଶ୍ଚିମବଙ୍ଗର ଖଡଗପୁର, ମେଦିନିପୁର ଛତିଶଗଡ଼, ଆନ୍ଦ୍ରପ୍ରଦେଶ, ସମେତ ଓଡିଶା ର ବ୍ରହ୍ମପୁର, ବାଲେଶ୍ଵର, ଭୁବନେଶ୍ୱର, ପ୍ରଭୁତି ସ୍ଥାନକୁ ବେପାରୀ ପିଆଜ ରପ୍ତାନୀ କରିଥାନ୍ତି । ଦେଢ଼ଗାଁ ଗାଁ ର ଚାଷୀ କ୍ଷେମାନିଧି ତାଣ୍ଡି କହିଛନ୍ତି।ଏକ ଏକରୁ ଉର୍ଦ୍ଧ୍ବ ଜମି ପିଆଜ ଚାଷ କରିଛି କିନ୍ତୁ ବିହନ, ସାର, କୁଡ଼ା କୋଷା, ରୋଗ ପୋକ ଶୋଧ, ହଲ ନଙ୍ଗଳ ଯୁତାବୁହା,ତଳି ଲଗା ମଜୁରୀ ଇତ୍ୟାଦି ଇତ୍ୟାଦି କୁ ହିସାବ କଲେ ଆଜି ବିକ୍ରି ଅନୁଯାୟୀ ଚାଷୀ କୁ ବିଶେଷ ଲାଭ ମିଳୁନାହିଁ ଓ ବହୁତ କ୍ଷତି ସହିବାକୁ ପଡୁଛି ଯଦି ଅଞ୍ଚଳରେ ସରକାରୀ ମଣ୍ଡି ଓ ଶୀତଳ ଭଣ୍ଡାର ଗୋଟିଏ କରାଯାଅନ୍ତା ତାହା ହେଲେ ଅଞ୍ଚଳର ବହୁତ ପିଆଜ ମଅଜୁଦ ରହନ୍ତା ଓ ଚାଷୀ ମାନଙ୍କୁ କ୍ଷତି ସହିବାକୁ ଆଉପଡ଼ନ୍ତା ନାହିଁ ବୋଲି ପ୍ରକାଶ କରିଛନ୍ତି ତେବେ ଅଞ୍ଚଳରେ ଅନେକ ନେତା ମାନେ ଜାଣି ଶୁଣି ଚୁପ ହୋଇ ଯାଇଛନ୍ତି ବୋଧେ ନେତା ମାନଙ୍କୁ ଚାଷୀ ଙ୍କ ଦରଦ କେବେ ମଧ୍ୟ ଦେଖା ଦିଏ ନାହିଁ ବୋଲି ଚାଷୀ କ୍ଷମାନିଧି ତାଣ୍ଡି କହିଛନ୍ତି।