ଛାତ୍ରଙ୍କୁ ଠକିଦେଲା ଏନଏମଆଈଟିସି 

କେନ୍ଦ୍ରାପଡ଼ା (ନି. ପ୍ର )ଏନ. ଏମ ଆଇ.ଟି.ସି(ଆଇ.ଟି. ଆଇ)  କଲେଜ ଦ୍ୱାରା ଠକେଇ ର ସିକାର ଛାତ୍ର ମାନେ.! ଛାତ୍ର ଙ୍କ ଭବିଷ୍ୟତ ସହ ଖେଳି କଲେଜ ମlଲିକ ଫେରାର.କଲେଜ ଗେଟ ଆଗରେ ଧାରଣା ଦେଲେ 2020 ମସିହାରେ ନାମ ଲେଖାଇଥିବା ପିଲା ମାନେ……   ଘଟଣା ଟି ଏହି ଭଳି କି କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ବାଲିଆ ସ୍ଥିତ ଏନ.ଏମ ଆଇ.ଟି.ସି ନାମକ ଏକ ପ୍ରାଇଭେଟ କଲେଜ ରେ 2020 ମସିହା ଏକ ୨ ବର୍ଷୀୟା କୋର୍ସ କରିବାରେ 2020-2022 ଶିକ୍ଷା ବର୍ଷ ପାଇଁ  କୋଡିଏ ସିଟ ବିଶିଷ୍ଟ କ୍ଲାସ ରେ ପ୍ରଥମ ବର୍ଷ ରେ ଛାତ୍ର ମାନେ ନାମ ଲେଖାଇଥିଲେ.
ସେହି ହିସାବ ରେ ଚଳିତ ବର୍ଷ ଛାତ୍ର ମାନଙ୍କ ର ଫାଇନାଲ ଇଅର ହେବାକଥା. କିନ୍ତୁ ଏବେ ଛାତ୍ର ଓ ଅଭିଭାବକ ମାନେ ଖବର ପାଇଲେ ଯେ ପିଲାମାନଙ୍କ ନାମ ଲେଖା 2020 ପ୍ରତିବଦଳ ରେ 2021 ମସିହା ରେ ହୋଇଛି. ଯେଉଁ ଥିଲେ କି ନାମ ଲେଖା ପାଇଁ ଚଞ୍ଚକତା କରାଯାଇଛି.ଫଳରେ ଛାତ୍ର ଛାତ୍ରୀ ମାନଙ୍କର କିଛି ଭୁଲ ନଥାଇ ମଧ୍ୟ ସେମାନ ଙ୍କ  ପାଠ ପଢା ଓ ପରୀକ୍ଷା ଗୋଟେ ବର୍ଷ ପଛକୁ ଯାଇଛି.
  କଲେଜ କତୃପକ୍ଷ ଙ୍କ ଚଞ୍ଚକତା ଯୋଗୁଁ 2020 ପ୍ରତିବାଦଳ ରେ 2021 ରେ ପିଲା ମାନଙ୍କ ନାମ ଲେଖା ହୋଇଥିବା ରେକର୍ଡ କହୁଛି..କିନ୍ତୁ ଛାତ୍ର ଓ ଅଭିଭାବଜ ଙ୍କ ପାଖରେ ଆଡ଼ମିସନ ସମୟରେ ଥିବା ରସିଦ କହୁଛି ସେମାନେ 2020: ମସିହା ରେ ହିଁ ନାମ ଲେଖାଇଥିଲେ.
ତେବେ ପ୍ରାଇଭେଟ କଲେଜ ର ଏହି ଫର୍ଯୋରୀ ପାଇଁ ପିଲା ମାନଙ୍କ ଭବିଷ୍ୟତ ନଷ୍ଟ ହୋଇଥିବା ଅଭିଯୋଗ କରିଛନ୍ତି ଅଭିଵାବକ. ଏନେଇ ପିଲା ମାନେ ଆଜି କଲେଜ ସାମ୍ନା ରେ ଧାରଣା ରତ ଅଛନ୍ତି ଓ କଲେଜ ର ପ୍ରିନ୍ସିପାଲ ଙ୍କୁ ଏକ ଅଭିଯୋଗ ପତ୍ର ଦେଇଛନ୍ତି..
ତେବେ ପିଲା ମାନଙ୍କ ଏବର୍ଷ ପରୀକ୍ଷା ଦେଇପାରିବେ ନାହିଁ ଫଳରେ  ଛାତ୍ର ଅସନ୍ତୋଷ ଦେଖିବାକୁ ମିଲଛି.ଏଥିସହ କଲେଜ ରେ ପାଠ ପଢା ଅବ୍ୟବସ୍ଥା ହେଉଥିବା ଅଭିଯୋଗ ମଧ୍ୟ ଆସିଛି..କଲେଜ ର ପ୍ରାକ୍ଟିକାଲ କ୍ଲାସ ରୁମ ରେ ସବୁ ମେସିନ ଗୁଡିକ ଅଚଳ ଥିବା ଅଭିଯୋଗ ଆସିଛି.
 ଏହି ଅବ୍ୟବସ୍ଥିତ ପାଠ ପଢା ବିରୁଦ୍ଧରେ ଅଭିଯୋଗ କଲେ ଛାତ୍ର ଙ୍କୁ ମାଡ଼ ମାରୁଛନ୍ତି କଲେଜ କତୃପକ୍ଷ…
   ଅଭିଵାବକ ମାନେ କହିଛନ୍ତି ଯେ କୋଡିଏ ପିଲା ଙ୍କ ସିଟ ଥିଲେ ବି କଲେଜ କତୃପକ୍ଷ ରୋଜଗାର ପାଇଁ 39 ଜଣ ପିଲlଙ୍କୁ ନାମ ଲେଖାଇ ସେମାନଙ୍କ ଠାରୁ ମୋଟl ଅଙ୍କ ରେ ଟଙ୍କା ନେଇଛନ୍ତି..
ଏନେଇ କଲେଜ ପ୍ରିନ୍ସିପାଲ ମଧ୍ୟ  କଲେଜ କତୃପକ୍ଷ ର ଭୁଲ କୁ ସ୍ୱୀକାର କରିଛନ୍ତି.ଓ ନାମ ଲେଖା ବାବଦ କୁ ଫିସ ଦେଇଥିଲେ ବି ପିଲାମାନ ଙ୍କ ନାମକୁ 2020 ମସିହା ରେ ରେଜିଷ୍ଟେସନ କରାଯାଇନାହିଁ ବୋଲି ପ୍ରତିକ୍ରିୟା ଦେଇଛନ୍ତି  
ତେବେ ଏଠି ପ୍ରଶ୍ନ ଉଠେ କଲେଜ ମlଲିକ ଓ କତୃପକ୍ଷ ଙ୍କ ଏଭଳି ଚଞ୍ଚକତା ଓ ଫର୍ଯୋରୀ ଯୋଗୁଁ ପିଲାଙ୍କ ଭବିଷ୍ୟତ ଓ ଶିକ୍ଷାବର୍ଷ ନଷ୍ଟ ହେବା ପାଇଁ ଦାୟୀ କିଏ??

Leave A Reply

Your email address will not be published.