ବରୀ ନାବାଳିକା ଜ୍ୟୋର୍ତିମୟୀ ହତ୍ୟା ମାମଲାରେ ଆସାମୀକୁ ଆଣି ସିନ ରି-କ୍ରିଏସନ କଲା ପୋଲିସ

ବରୀ : ବରୀ ବ୍ଲକ୍‌ର ବରୀ ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ଅନ୍ୟାସିପୁର ଗାଁର ଅକ୍ଷୟ ରଣାଙ୍କ ଝିଅ ଜ୍ୟୋର୍ତିମୟୀକୁ ଦୁର୍ଷ୍କମ ପରେ ହତ୍ୟା କରିଥିଲା ନରରାକ୍ଷସ, ସବୁତ୍ର ବେହେରା ଧରା ପଡିବା ପରେ ତାକୁ ରବିବାର ଦିନ ଦିନିକିଆ ରିମାଣ୍ଡରେ ଆଣି ଦୁର୍ଷ୍କମ ଓ ହତ୍ୟାର ସିନ୍ ରି-କ୍ରିଏସନ କରିଛି ଯାଜପୁର ଜିଲ୍ଲା ପୋଲିସି । ନିଜେ ଜିଲ୍ଲା ଏସ୍‌ପି ରାହୁଲ ପି.ଆର ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ସିନ୍ ରିକ୍ରେସନ କରାଯାଇଛି ।  ହତ୍ୟାକାରୀ ସୁବ୍ରତ କଡା ସୁରକ୍ଷା ବଳୟ ମଧ୍ୟରେ ଆସି ଦିନ ସାଢେ ୧୧ଟା ସମୟରେ ଅନ୍ୟାସିପୁର ଠାରେ ପହଞ୍ôଚ ଥିଲା । ନାବାଳିକା ଜ୍ୟୋର୍ତିମୟୀକୁ କେଉଁଠାରୁ ଅପହରଣ କରି ନେଇ ଦୁଷ୍ମର୍ମ କରିଥିଲା ଓ କେଉଁଠାରେ ଧରାନପଡିବା ପାଇଁ ତାକୁ ହତ୍ୟା କରିଥିଲା, ସେ ସବୁ ସ୍ଥାନ ଚିହ୍ନଟ କରିଥିଲା । ଚିହ୍ନଟ ପରେ ପୋଲିସ ଘଟଣା ସ୍ଥଳରୁ ପୁର୍ନବାର ସୁବ୍ରତକୁ କୋର୍ଟକୁ ନେଇଯାଇଥିଲା । ଏଭଳି ଜଘନ୍ୟ ଘଟଣାରେ ଅନ୍ୟ କେଉଁମାନେ ସଂପୃକ୍ତ ଅଛନ୍ତି କି ନାହାନ୍ତି ସେ ସମ୍ପର୍କିତ ସାମ୍ବାଦିକମାନଙ୍କ ଏକ ପ୍ରଶ୍ନର ଉତ୍ତରରେ ଏସ୍‌ପି ଶ୍ରୀ ପି.ଆର କହିଥିଲେ-ଯେ ଘଟଣାରେ ଗୁରୁତ୍ୱ ଦୃଷ୍ଟିରୁ ତଦନ୍ତ ଚାଲିଛି । ଆସାମୀକୁ ଘଟଣା ସ୍ଥଳକୁ ଆଣି ତାହା ଠାରୁ ଅଧିକ ତଥ୍ୟ ଆଦାୟ କରାଯିବା ପାଇଁ ଉଦ୍ୟମ ହେଉଛି । ତଦନ୍ତ ପରେ ସମସ୍ତ ତଥ୍ୟ ଜଣାପଡିବ ବୋଲି ସେ କହିଥିଲେ । ଆସାମୀକୁ ଘଟଣାସ୍ଥଳକୁ ଆଣି ସିନ୍ ରି-କ୍ରିଏସନ କରାଯାଉଥିବା ସମୟରେ ଯାଜପୁର ଏସ୍‌ପି ଶ୍ରୀ ପି.ଆରଙ୍କ ସହ ବରୀ ଥାନା ଅଧିକାରୀ ମନୋଜ କୁମାର ସ୍ୱାଇଁ ଏବଂ ଅନ୍ୟ ପୋଲିସ କର୍ମଚାରୀମାନେ ଉପସ୍ଥିତ ଥିଲେ ।  ପୁଲିସ ଗାଁକୁ ବାରମ୍ବାର ଆସୁଥିଲେ ବି ପ୍ରକୃତ ହତ୍ୟାକାରୀକୁ ଧରିବାରେ ଅହେତୁକ ବିଳମ୍ବ ହେବା ଏବଂ ଏଥିରେ ଅନ୍ୟ କେଉଁମାନେ ସଂପୃକ୍ତ ଅଛନ୍ତି, ସେ କଥା କହି ନପାରିବା ଏମିତିକି ଗିରଫର ସପ୍ତାହ ପରେ ଆସାମୀକୁ ରିମାଣ୍ଡରେ ଆଣି ଘଟଣାସ୍ଥଳ ଚିହ୍ନଟ କରେଇବା ନେଇ ପୋଲିସର କାର୍ଯ୍ୟଦକ୍ଷତା ଉପରେ ସନ୍ଧେହ କରୁଛନ୍ତି ସ୍ଥାନୀୟ ବାସିନ୍ଦା l  ଅନ୍ୟ ପକ୍ଷରେ ପିଡିତା ପରିବାରକୁ ନିଆଁପାଣି ବାଛନ୍ଦ କରି ପଡୋଶୀମାନେ ଏକ ଘରିକିଆ ରଖିବା ମୃତା ଜ୍ୟୋର୍ତିମୟୀର ପିତା ଅକ୍ଷୟ ରଣା ସାମ୍ବାଦିକଙ୍କ ଆଗରେ କହିବା ଘଟଣା ଉଦ୍‌ବେଗ ଜନକସ୍ଥିତି ସୃଷ୍ଟି କରିଛି l  ନିଜ ଝିଅକୁ ହରାଇ ମାନସିକ ଚିନ୍ତା ଓ ଚାପରେ ଥିବା ଅକ୍ଷୟ ଏବଂ ତାର ଦୁଇ ନାବାଳିକା ଝିଅ ଏବଂ ନାବାଳକ ପୁଅକୁ ସହଯୋଗର ହାତ ବଢେଇବା ପରିବର୍ତ୍ତେ ପଡୋଶୀମାନେ ମାନବିକତା ଭୁଲିଯିବା ମଣିଷ ପଣିଆ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି ?  ଏଠାରେ ସୂଚନାଯୋଗ୍ୟ ଯେ ଗତ ଫେବୃୟାରୀ ୧୮ତାରିଖରେ ଜଣେ ନାବାଳିକଙ୍କ ମୃତଦେହ ଜବତ କରାଯାଇଥିଲା । ବରୀ ପୋଲିସ ପ୍ରଥମେ ଏକ ଅପମୃତ୍ୟୁ ମାମଲା ନଂ.୩/୨୨ ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ବ୍ୟବଚ୍ଛେଦ ରିପୋର୍ଟରେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଜଣାପଡିଥିଲା । ଏନେଇ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ସୁବ୍ରତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

Leave A Reply

Your email address will not be published.