ଝରାଡିହି ଠାରେ ଆଦିବାସୀ ସେଙ୍ଗେଲ ଅଭିଯାନ ସଂଗଠନ ପକ୍ଷରୁ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ’ଙ୍କ କୁଶ ପୁତ୍ତୋଳିକା ଦାହ

ରାଇରଙ୍ଗପୁର:–; ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ବହଳଦା ରୋଡ୍ (ଝରାଡିହି) ରେଳ ଷ୍ଟେଷନ ନିକଟରେ ଝାରଖଣ୍ଡ ରାଜ୍ୟର ରାଜଧାନୀ  ରାଞ୍ଚୀ ଠାରେ ଆଦିବାସୀ ସେଙ୍ଗେଲ ଅଭିଯାନ( ଆସା ) ପକ୍ଷରୁ ଆୟୋଜିତ ହେବାକୁ ଥିବା ରାଲି ଏବଂ ଜନସମାରୋହ କାର୍ଯ୍ୟକ୍ରମକୁ ପ୍ରଶାସନ ପକ୍ଷରୁ ଶେଷ ମୁହୁର୍ତ୍ତରେ ରଦ୍ଧ କରାଯାଇ ଥିବାରୁ ଆଦିବାସୀ ସେଙ୍ଗେଲ ଅଭିଯାନ ସଂଗଠନ ବହଳଦା ବ୍ଲକ ଶାଖା ପକ୍ଷରୁ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଏବଂ ରାଞ୍ଚୀ ଜିଲ୍ଲାଧିକାରୀ’ଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି।          ସୂଚନା ଅନୁସାରେ ଆଦିବାସୀ ସେଙ୍ଗେଲ ଅଭିଯାନ ସଂଗଠନ ପକ୍ଷରୁ ରାଞ୍ଚୀ ସ୍ଥିତ ମରାହାବାଦୀ ମଇଦାନରେ ୩୦’ ତାରିଖ ଶନିବାର ଦିନ ସାନ୍ତାଳୀ ଭାଷା (ଅଲଚିକି) କୁ ଝାରଖଣ୍ଡ ରାଜ୍ୟର ରାଜଭାଷା ଭାବେ ମାନ୍ୟତା ପ୍ରଦାନ କରାଯିବା ଦାବିରେ ଏକ ବିଶାଳ ରାଲି ଏବଂ ଜନସଭା  ଆୟୋଜନ ର କାର୍ଯ୍ୟକ୍ରମ ରହିଥିବା ବେଳେ ଏନେଇ ବିଭିନ୍ନ ଗଣ ମାଧ୍ୟମ ତଥା ସାମାଜିକ ଗଣମାଧ୍ୟମ ଜରିଆରେ ବହୁଳ ଭାବେ ପ୍ରଚାର ପ୍ରସାର କରା ଯାଇଥିଲା। ରାଲିରେ ଯୋଗ ଦେବାକୁ ଆସାମ, ବିହାର, ବେଙ୍ଗଲ, ଓଡିଶା ତଥା ପୋଡଶୀ ଦେଶ ବାଙ୍ଗଲା ଦେଶ, ନେପାଳ ତଥା ଭୁଟାନ ଦେଶରୁ ସାନ୍ତାଳ ସମ୍ପ୍ରଦାୟର ଲୋକେ ଛୁଟି ଆସୁଥିବା ବେଳେ ଦିନକ ପୂର୍ବରୁ ଆଜି ୨୯’ ତାରିଖ ଶୁକ୍ରବାର ଦିନ ହଠାତ୍ ପୂର୍ବାହ୍ନ ପାଖାପାଖି ୧୧’ ଘଟିକା ସମୟରେ ରାଞ୍ଚୀ ପ୍ରଶାସନ ପକ୍ଷରୁ ରାଲି ତଥା ଜନ ସମାରୋହ କାର୍ଯ୍ୟକ୍ରମ କୁ ରଦ୍ଧ କରାଯାଇଥିବା ଖବର ଜଣା ପଡିଥିଲା। ବହଳଦା ବ୍ଲକ ଆଦିବାସୀ ସେଙ୍ଗେଲ ଅଭିଯାନ ସଂଗଠନ ପକ୍ଷରୁ ଶତାଧିକ ସମର୍ଥକ ବହଳଦା ରୋଡ (ଝରାଡିହି) ଷ୍ଟେଷନ ରୁ ଟାଟା-ବାଦାମପାହାଡ ପାସେଞ୍ଜର ଟ୍ରେନ୍ ଜରିଆରେ ରାଞ୍ଚୀ ଉଦ୍ଧେଶ୍ୟରେ ବାହାରି ଥିବାବେଳେ କାର୍ଯ୍ୟକ୍ରମ ରଦ୍ଧ ହୋଇଥିବା ସୂଚନା ପାଇ ଗସ୍ତରୁ ଓହରି ଥିଲେ। ତେବେ ସବୁ ପ୍ରସ୍ତୁତି ସରିଥିବା ବେଳେ ଶେଷ ମୁହୁର୍ତ୍ତରେ ହଠାତ୍ ଝାରଖଣ୍ଡ ରାଜଧାନୀ ରାଞ୍ଚୀ ପ୍ରଶାସନ ପକ୍ଷରୁ କାର୍ଯ୍ୟକ୍ରମ ରଦ୍ଧ କରା ଯିବାକୁ ନିର୍ଦ୍ଧେଶ ଜାରି କରାଯାଇଥିବାରୁ  ସଂଗଠନ ପକ୍ଷରୁ ରାଞ୍ଚୀ ପ୍ରଶାସନ ତଥା ଝାରଖଣ୍ଡ ସରକାର’ଙ୍କ ବିରୁଦ୍ଧରେ ଦୃଢ ବିରୋଧ ପ୍ରଦର୍ଶନ ସହ ଷ୍ଟେସନ ପରିସରରେ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଏବଂ ଜିଲ୍ଲା ଅଧିକାରୀ’ଙ୍କ କୁଶ ପୁତ୍ତୋଳିକା ଦାହ କରାଯାଇଥିଲା। ସଂଗଠନ ପକ୍ଷରୁ ଦେଶର ବିଭିନ୍ଳ ପ୍ରାନ୍ତରେ ସପ୍ତାହେ ଧରି ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ଏବଂ ଜିଲ୍ଲାଧିକାରୀ’ଙ୍କ କୁଶ ପୁତ୍ତୋଳିକା ଦାହ କରାଯିବ ବୋଲି ସୂଚନା ପ୍ରଦାନ କରା ଯାଇଛି। ଝରାଡିହି ଠାରେ କୁଶ ପୁତ୍ତୋଳିକା ଦାହ ଏବଂ ବିକ୍ଷବ ପ୍ରଦର୍ଶନ କାର୍ଯ୍ୟକ୍ରମରେ ସଂଗଠନ ର ଓଡିଶା ପ୍ରଦେଶ ପାର୍ଗାନା କାଲୁରାମ ମୁର୍ମୁ, ଓଡିଶା ପ୍ରଦେଶ ସେଙ୍ଗେଲ ଛାତ୍ରମୋର୍ଚ୍ଚା ସଭାପତି ବାରିଆଳ ହେମ୍ବ୍ରମ, ଓଡିଶା ପ୍ରଦେଶ ସେଙ୍ଗେଲ ସାର୍ନା ଧର୍ମ ସଭାପତି ଶାଙ୍ଖାର ବାସ୍କେ, ସାର୍ନା ଧର୍ମ ବହଳଦା ବ୍ଲକ ସଭାପତି ପାଲୁ ମୁର୍ମୁ, ବହଳଦା ବ୍ଲକ ସେଙ୍ଗେଲ ପାର୍ଗାନା ମହେନ୍ଦ୍ର ଟୁଡୁ, ବହଳଦା ବ୍ଲକ ସେଙ୍ଗେଲ ସଂଯୋଜକ ସିଙ୍ଗ୍ରାୟ ହାଁସଦାଃ ପ୍ରମୁଖ’ଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଓ ସମର୍ଥକ ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.