ଆଜି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ରେ ତମାଖୁ ଜାତୀୟ ଦ୍ରବ୍ୟ ର ବିକ୍ରୟ ଓ ବ୍ୟବହାର ନିଷେଧ ପାଇଁ ଦୋକାନ ମାନଙ୍କରେ ଏକ ଟିମ ଚଢ଼ାଉ କରିଥିଲା l ଏହି ଚଢ଼ାଉ ରେ 32 ଟି ଦୋକାନ ମଧ୍ୟରୁ 20 ଟି ଦୋକାନ ରୁ ମୋଟ 2370 ଟଙ୍କା ଜରିମାନା ଆକାରରେ ଆଦାୟ କରାଯାଇଥିଲା l ଏହି ଚଢ଼ାଉ ରେ ସ୍ୱାସ୍ଥ୍ୟ ବିଭାଗ, ପୋଲିସ, ଅବକାରୀ ବିଭାଗ ର ମିଳିତ ଭାବରେ ଚଢ଼ାଉ କରାଯାଇଥିଲା l ଏହି ଚଢ଼ାଉ ଟିମ ରେ ଡ୍ରଗ୍ସ ନିରୀକ୍ଷକ ଶ୍ରୀ ଉମାଶଙ୍କର ମେହେର, ସ୍ୱାସ୍ଥ୍ୟ ପରିଦର୍ଶକ ଶ୍ରୀ ପ୍ରମୋଦ କୁମାର ସାହୁ, ଅଣ ସଂକ୍ରାମକ ରୋଗ ବିଭାଗ ର ସହ ପରିଚାଳକ ଶ୍ରୀମତୀ ଗୀତାଞ୍ଜଳି ମେହେର, ପୋଲିସ ଏ ଏସ ଆଇ ବୁଡ଼ୁ ଭୋଇ,, କନେଷ୍ଟବଳ ଶ୍ରୀମତୀ ମୀନାକୁମାରୀ ପ୍ରଧାନ, ଅବକାରୀ ବିଭାଗ ର କନେଷ୍ଟବଳ ଶ୍ରୀମତୀ ନମିତା ବାଦୀ ସାମିଲ ଥିଲେ l ଗତକାଲି ମଧ୍ୟ ଜିଲ୍ଲା ସଦର ମହକୁମା ର ବିଭିନ୍ନ ଦୋକାନ ମାନଙ୍କରେ ଚଢ଼ାଉ କରାଯାଇ ଫାଇନ ଆଦାୟ କରାଯାଇଥିଲା ହେଲେ ଏହା ଧର୍ମକୁଆଖିଠାର ସଦୃଶ ବୋଲି ଜିଲ୍ଲାର ସଚେତନ ବର୍ଗ ମତପ୍ରକାଶ କରିଛନ୍ତି। ଯେତେବେଳେକି ସରକାରୀ ସ୍ତରରେ ଗୁଟଖା କୁ ସଂପୂର୍ଣ୍ଣ ଭାବେ ବନ୍ଦ କରାଯାଉନାହିଁ ତଥା ବଡ଼ବଡ଼ ହୋଲସେଲର ମାନଙ୍କ ଗୋଦାମରେ ରେଡ଼ ନକରି ଛୋଟ ଦୋକାନ ମାନଙ୍କରେ ଚଢ଼ାଉ କେତେଦୁର ସମୀଚିନ ବୋଲି ମଧ୍ୟ ବୁଦ୍ଧିଜୀବି କ୍ଷୋଭ ପ୍ରକାଶ କରିଛନ୍ତି।