ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜ଼ିଲ୍ଲା ଉଲୁଣ୍ଡା ବ୍ଲକ ନିମ୍ନା ଗାଁ ର ଶୁଭଙ୍କର ପାଣ୍ଡିଆଙ୍କ ଦେହାନ୍ତ ହେବାର ଘଟଣା ଦୁଇ ମାସ ବିତିଯାଇଥିଲେ ସୁଦ୍ଧା ଆବେଦନ ପରେ ଏବେ ଯାଏ ତାଙ୍କ ପରିବାର ବର୍ଗ ମୃତ ପ୍ରମାଣପତ୍ର ପାଇ ପାରି ନ ଥିବା ଅଭିଯୋଗ କରିଛନ୍ତି । ଏ ପାଣ୍ଡିଆ ପରିବାର ସମେତ ଆହୁରି ଅନେକ ଆବେଦନ କାରୀ ଦୁଇ ମାସ ପୂର୍ବରୁ ଆବେଦନ କରି ପୌର ପରିଷଦ ଓ ସଦର ମେଡିକାଲ କୁ ବାରମ୍ବାର ଦୌଡ଼ି ଦୌଡ଼ି ନିରାଶ ହୋଇ ଛନ୍ତି । ପୌର ପରିଷଦ ଅଫିସରେ ଆବେଦନ କାରୀ ପଚାରିଲେ ଆମ ହାତ ରୁ ଏହାର ପାସୱାର୍ଡ ସରକାର ସିଜ କରି ମୁଖ୍ୟ ଡାକ୍ତରଖାନାକୁ ଦାଇତ୍ୱ ହସ୍ତାନ୍ତର କରିଥିବା କହୁଥିବା ବେଳେ ମେଡିକାଲ ସି ଡ଼ିଏମ ଓ ଏହାର ପାସୱାର୍ଡ ଏବେ ସୁଦ୍ଧା ପହଂଚି ନ ଥିବା ଏବଂ ଆମେ ସରକାର ଙ୍କୁ ଲେଖି ଜଣାଇଛୁ ବୋଲି କହୁଛନ୍ତି । ଡେଥ ସାର୍ଟିଫିକେଟ ପାଇଲା ପରେ ମୃତ ପରିବାର ଲୋକେ ଜୀବନ ବୀମା ଓ ଦୁର୍ଘଟଣା ଜନିତ ବୀମା ରାଶି ପାଇଁ ଆବେଦନ କରି ଏହି ଅର୍ଥ ରେ ମୃତ ବ୍ୟକ୍ତି ର ପିଲା ଛୁଆ ପାଠ ପଢା ଠୁ ଆରମ୍ଭ କରି ପରିବାର ର ଅନେକ ଜରୁରୀ ଖର୍ଚ୍ଚ ତୁଲାଇ ଥାନ୍ତି । ହେଲେ ସାଧାରଣ ଲୋକଙ୍କ ସେବା ପାଇଁ ସ୍ୱଚ୍ଛ ଶାସନ ଵା 5 T ଶାସନ ର ଡିଣ୍ଡିମ ପିଟୁଥିବା, ଚାରି ପାଳି ପରେ ଏବେ ପାଞ୍ଚ ପାଳି ଶାସନ ଭାର ସମ୍ବାଳି ପୁଣି ଚାରି କୋଟି ଓଡ଼ିଆ ମୋ ପରିବାର କହୁଥୁବା ନବୀନ ସରକାର ଆଉ କେତେ ବର୍ଷ ପରେ ଚାରି କୋଟି ଲୋକଙ୍କୁ ଠିକ ସେବା ଯୋଗାଇ ପାରିବ ବୋଲି ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି । ଏବଂ କାଗଜ କଲମ ଓ କମ୍ପୁଟର ରେ କେବଳ ସବୁ ଯୋଜନା ସୀମିତ ନ ରଖି ପ୍ରାକ୍ଟିକାଲି ଓ ତୁରନ୍ତ ସେବା ଦେବାକୁ ଦାବୀ କରିଛନ୍ତି । ଏ ସି ରେ ବେଶୀ ସମୟ ନ ବସି ରାଜ୍ୟ ସରକାର ଙ୍କ ସଚିବ ମାନେ ଯଦି ପଶ୍ଚିମ ଓଡିଶା ରେ ସୂର୍ଯ୍ୟ ଙ୍କ ଏଭଳି ପ୍ରକୋପ ଵା ତତଲା କଡେଇ ରେ ପ୍ରକୃତ କ୍ଷେତ୍ର ପରିଦର୍ଶନ କରନ୍ତେ ବେଶୀ ସମୟ ଦିଅନ୍ତେ, ତାହେଲେ ବାରମ୍ବାର ଦୌ ଡ଼ୁଥିବା ଓ ଖରା ରେ ସିଝୁ ଥିବା ସାଧାରଣ ଲୋକଙ୍କ ଦୁଃଖ ସେମାନେ ବୁଝି ପାରନ୍ତେ ବୋଲି ସଚେତନ ନାଗରିକ ମତ ରଖିଛନ୍ତି ।