କେନ୍ଦ୍ରାପଡ଼ା (ନି. ପ୍ର ) ସୀମା ଟପିଲା ବର୍ବରତା. ପୂର୍ବ ବିବାଦ ନେଲା ଉଗ୍ରରୂପ. ଦୁର୍ବୁତ୍ତ ମାନଙ୍କ ଆକ୍ରୋଶ ର ଶିକାର ହେଲେ କାର୍ଯ୍ୟରତ ସାମ୍ବାଦିକ ଓ ତାଙ୍କ ମା. ସୂତ୍ର ରୁ ପ୍ରକାଶ ଯେ ଘଟଣା ଟି ଏହି ଭଳିକି
ଡେରାବିଶ ବ୍ଲକ ସଦର ଥାନା ଅନ୍ତର୍ଗତ ଅଢଙ୍ଗା ଗ୍ରାମ ର ଜଣେ ଆଗଧାଡିର ଗଣ ମାଧ୍ୟମ ପ୍ରତିନିଧି ପ୍ରତୀକ ମିଶ୍ର ଓ ତାଙ୍କ ମା ମାନସୀ ମିଶ୍ର ଯେ କି ଜଣେ ଛାପା ଗଣମାଧ୍ୟମ ପ୍ରତିନିଧି ଅଟନ୍ତି ତାଙ୍କ ଉପର କୁ ସେହି ଗ୍ରାମ ର ସଂଗ୍ରାମ ମିଶ୍ର ଓ ଲଷ୍ମୀପ୍ରିୟା ମିଶ୍ର ଇଟା ବୋଲୁଅ ଫୋଫାଡ଼ି ଠେଙ୍ଗା ସାହାଯ୍ୟ ରେ ମରଣାନ୍ତକ ଆକ୍ରମଣ କରିଛନ୍ତି.
ପୂର୍ବରୁ ଦୁଇ ବର୍ଷ ପୂର୍ବେ ସଂଗ୍ରାମ ମିଶ୍ର ଙ୍କ ପରିବାର ଲୋକ ପ୍ରତୀକ ଙ୍କ ଘରୁ କିଛି ଇଲୋକ୍ଟ୍ରୋନିକ ସାମଗ୍ରୀ ଚୋରି କରିଥିଲେ.ଏନେଇ ସେମାନେ ଦେଖି ପ୍ରତିବାଦ କରିବାରୁ ସଂଗ୍ରାମ ମିଶ୍ର ଙ୍କ ସାନ ଭାଇ ସାଗର ମିଶ୍ର, ବାପା କୈଳାସ ମିଶ୍ର ଓ ମା ଭାରତୀ ମିଶ୍ର ପ୍ରତୀକ ଙ୍କ ପରିବାର କୁ ଆଉଥରେ ମଧ୍ୟ ଏହି ଭଳି ଆକ୍ରମଣ କରିଥିଲେ ଓ ଏନେଇ ଅଦଲତ ରେ ଏକ ମାମଲା ଜାରି ରହିଛି. କିଛି ଦିନ ତଳେ ମଧ୍ୟ ସାଗର ମିଶ୍ର ପ୍ରତୀକ ଙ୍କ ମା ଙ୍କ ଉପରକୁ ଇଟା ମାଡ଼ କରି କାନ ଫଟାଇ ଦେଇଥିବା ଅଭିଯୋଗ ହୋଇ ଏକ ମାମଲା ରୁଜ୍ଜୁ ହୋଇଥିଲା. ଦୁଇ ପାରିବର ଭିତରେ ଏଭଳି ତିକ୍ତତା ଲାଗିରହିଥିବା ବେଳେ ଆଜି ଦିନ ବାରଟା ବେଳେ ପ୍ରତୀକ ଖବର ସଂଗ୍ରହ କରି ଘରକୁ ଫେରୁଥିବା ବେଳେ ଦେଖିଲେ ଯେ ତାଙ୍କ ନିଜ ବାଡ଼ି ପଟେ ସଂଗ୍ରାମ ମିଶ୍ର, ଲଷ୍ମୀପ୍ରିୟା ମିଶ୍ର ଓ ଜଣେ ପୂର୍ବତନ ଲୋକ ପ୍ରତିନିଧି ଓ ଆଉ ଜଣେ ବ୍ୟକ୍ତି ବସି କିଛି ବାର୍ତାଳାପ କରୁଥିବା ସମୟରେ ପ୍ରତୀକ ସେହି ଲୋକ ପ୍ରତିନିଧି ଙ୍କ ପାଖକୁ ଯାଇ କିଛି ବାର୍ତାଳାପ କରିଥିଲେ. କିନ୍ତୁ ପୂର୍ବ ଆକ୍ରୋଶ କୁ କେନ୍ଦ୍ର କରି ହଟାତ ସଂଗ୍ରାମ ମିଶ୍ର ଓ ତାଙ୍କ ସ୍ତ୍ରୀ ଲଷ୍ମୀପ୍ରିୟା ମିଶ୍ର ଅତର୍କିତ ଭାବେ ପ୍ରତୀକ ଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହ ତାଙ୍କ ମା ଙ୍କୁ ଧକ୍କା ପକାଇ ଅଶ୍ଳୀଳ ବ୍ୟବହାର କରିଥିଲେ.
ଘଟଣା ର ଭିଡିଓ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବା ସହ ଦୁର୍ଦାନ୍ତ ଅଭିଯୁକ୍ତ ସଂଗ୍ରାମ ମିଶ୍ର ର କଳା କାରନାମା ପଦାରେ ପଡିଛି.
ତେବେ ସଂଗ୍ରାମ ର ଔଦ୍ଧତ୍ୟ ର ଭିଜୁଆଲ ଦେଖି ସ୍ଥାନୀୟ ଅଞ୍ଚଳ ରେ ଏକ ଚାଞ୍ଚଲ୍ୟକର ପରିବେଶ ସୃଷ୍ଟି ହୋଇଛି.
ତେବେ ଏନେଇ ଚାନ୍ଦୋଳ ଫାଣ୍ଡି ଓ କେନ୍ଦ୍ରାପଡ଼ା ସଦର ଥାନା ରେ ଅଭିଯୋଗ କରିଛନ୍ତି ସାମ୍ବାଦିକ. ଯାହାକୁ ନେଇ ପୋଲିସ କି ପଦକ୍ଷପ ନେଉଛି ତାହା ଦେଖିବାକୁ ବାକି ରହିଛି