କଣ୍ଟାବାଞ୍ଜି – ବଲାଙ୍ଗିର ଜିଲ୍ଲାର କଣ୍ଟାବାଞ୍ଜି ଏନଏସିରେ ବହୁତ ବାଦବିବାଦ ପରେ ନିର୍ମାଣ ହେଲା ଚିଲଡ୍ରେନ ପାର୍କ, ନାହିଁ ମାମୁଁ ଠାରୁ କଣା ମାମୁଁ ଭଲି ପାର୍କ ମଧ୍ଯ ନିର୍ମାଣ ସରିଲା କୋଟି କୋଟି ଟଙ୍କା ଖର୍ଚ୍ଚ ପରେ, ଏନଏସି କୁ ହସ୍ତାନ୍ତର ବି ହେଲା କିନ୍ତୁ ଏନଏସି ଏହାର ଭଲ ଭବରେ ତଦାରଖ ଓ ଦେଖ ଭାଲ କରୁନଥିବା ଯୋଗୁଁ ଦାମିକା ସୁନ୍ଦର ଗଛ ଗୁଡିକ ଶୁଖି ଯାଉଛି, ଯାହା ଜାଣିବାକୁ ମିଳିଛି ଯେ ଜନସାଧାରଣଙ୍କୁ ବର୍ତ୍ତମାନ ସୁଦ୍ଧା ଭିତରକୁ ପ୍ରବେଶ କରିବା ପାଇଁ ଦେଉ ନ ଥିବା ଅଭିଯୋଗ ହୋଇଛି, ଜଣେ ଆଇନଜୀବୀ ବୁଲିବାକୁ ଯାଇଥିଲେ ଓ ପାର୍କ ର ଦୁର୍ଦ୍ଦଶାକୁ ଦେଖିବା ପରେ ନନ୍ଦିନୀ କୁ ସୂଚନା ଦେଇ କହିଛନ୍ତି ଯେ ନନ୍ଦିନୀ ସମ୍ବାଦ ପତ୍ରରେ ଖବର ପ୍ରକାଶ ପାଇଲା ପରେ ପାର୍କର ବ୍ୟବସ୍ଥା ହେବ ବୋଲି ଆଶା କରୁଛି ବୋଲି ପ୍ରକାଶ କରିଛନ୍ତି