ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଭଇଷାଦାନୀ,ପଞ୍ଚାୟତ ସ୍ଥିତ ପାଟଦରା ଠାରେ ମଙ୍ଗଳବାର ଅପରାହ୍ଣ ପ୍ରାୟ ୨ଟାରେ ମାଓବାଦୀଙ୍କ ଗୁଳିରେ ୩ ସିଆରପିଏଫ ଯବାନ ସହିଦ ହେବା ପରେ ରାଜ୍ୟ ପୁଲିସ ଏବଂ ସିଆରପିଏଫରେ ହଲଚଲ ଖେଳିଯାଇଛି। ଏହାକୁ ନେଇ ଉଭୟ ପୁଲିସ ପକ୍ଷରୁ ତନାଘନା ଆରମ୍ଭ ହୋଇଛି। ସିଆରପିଏଫ ଏବଂ ଓଡ଼ିଶା ପୁଲିସ ପକ୍ଷରୁ ଏକ ଉଚ୍ଚସ୍ତରୀୟ ଟିମ୍ ଗୁରୁବାର ଘଟଣାସ୍ଥଳକୁ ପରିଦର୍ଶନ କରିଛନ୍ତି। ମାଓବାଦୀଙ୍କୁ ସେମାନଙ୍କ ଭାଷାରେ ଜବାବ ଦିଆଯିବା ନେଇ ପ୍ରସ୍ତୁତ କରୁଛନ୍ତି। ଗୁଳିର ଜବାବ ଗୁଳିରେ ଦିଆଯିବ ବୋଲି ରାଜ୍ୟ ମୁନିସ ଆଇଜି,ଅପରେସନ,ଅମିତାର ଠାକୁର ଗୁରୁବାର ଦିନ ସାମ୍ବାଦିକମାନଙ୍କୁ ସମ୍ବୋଧନ କରି କହିଛନ୍ତି। ବୁଧବାର ଆଇଜି ଠାକୁର ନୂଆପଡ଼ାରେ ପହଞ୍ଚିବା ପରେ ସନ୍ଧ୍ୟାରେ ଏକ ଟିମ୍ ପାଟଦରା ଘଟଣାସ୍ଥଳକୁ ଯାଇଥିଲେ। ତାଙ୍କ ସହ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ରାକେଶ ପଣ୍ଡିତ,ନୂଆପଡ଼ା ଏସପି ପ୍ରତ୍ୟୁଷ ଦିବାକର,ସିଆରପିଏଫ ଏଡିଜି ନୀତିନ ଅଗ୍ରୱାଲ,ଆଇଜି କେ ମହାନ୍ତି,ଡିଆଇଳି ବିନୋଦ କୁମାର,କମାଣ୍ଡାଣ୍ଟ ରାଜେଶ ବସ୍ତ୍ର ପ୍ରମୁଖ ସାମିଲ ଥିଲେ ।ମାଓବାଦୀମାନେ କିଭଳି,କେଉଁବାଟରେ ବରିଷ୍ଠ ପୁଲିସ ଅଧିକାରୀଙ୍କ ଘଟଣାସ୍ଥଳ ପରିଦର୍ଶନ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ ଆସି ଯବାନଙ୍କୁ ଆକ୍ରମଣ କରିଥିଲେ। ସେ ନେଇ ଅଧିକାରୀମାନେ ଅନୁଧ୍ୟାନ କରିଥିଲେ। ଗୁରୁବାର ମଧ୍ୟାହ୍ନରେ ନୂଆପଡ଼ା ପୁଲିସ ବ୍ୟାରେକସ୍ଥିତ ଡାକବଙ୍ଗଳାରେ ଆଇଜି ଠାକୁର ସାମ୍ବାଦିକମାନଙ୍କୁ ମାଓବାଦୀଙ୍କ କାର୍ଯ୍ୟକଳାପ ଉପରେ ବିଶଦ ବିବରଣୀ ଦେଇଥିଲେ। ମାଓବାଦୀମାନଙ୍କୁ କିପରି
ମୁକାବିଲା କରାଯାଇପାରିବ ସେ ଉପରେ ପ୍ରସ୍ତୁତ କରୁଛି। ପୁଲିସ ରଣକୌଶଳ ପାଟଦରା ଅଞ୍ଚଳରେ ମାଓବାଦୀଙ୍କ ଗତିବିଧିକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ଅଞ୍ଚଳରେ ତିନିଟି କ୍ୟାମ୍ପ ପ୍ରତିଷ୍ଠା କରାଯାଇଛି। ଏହି କ୍ୟାମ୍ପ ନିର୍ମାଣକୁ ମାଓବାଦୀ ବିରୋଧ କରୁଛନ୍ତି। ପୁଲିସ ପକ୍ଷରୁ ରାଜ୍ୟର ପ୍ରାୟ ସମସ୍ତ ସୀମାନ୍ତ ଅଞ୍ଚଳ ସିଲ୍ କରାଯାଇଛି। କେବଳ ଛତିଶଗଡ଼ ମାଓବାଦୀମାନେ ଏହି ଅଞ୍ଚଳ ଦେଇ ପ୍ରବେଶ କରୁଛନ୍ତି। ଏହା ମଧ୍ୟ ବନ୍ଦ କରିଦିଆଯିବ। ଛତିଶଗଡ଼ ଏବଂ ଓଡ଼ିଶା ପୁଲିସ ମିଳିତ ଭାବେ ଏହି ଅଞ୍ଚଳରେ ଅପରେସନ କରିବେ ବୋଲି ଠାକୁର କହିଥିଲେ। ଗତ ଡିସେମ୍ବର ରେ ଥରେ,ଜାନୁଆରୀ ଏବଂ ଏପ୍ରିଲରେ ଦୁଇଥର ଲେଖାଏଁ ମାଓବାଦୀଙ୍କ ସହ ଗୁଳିବିନିମୟ ହୋଇସାରିଛି । ପୁଲିସ ମୁକାବିଲା କରିବାକୁ ସବୁବେଳେ ପ୍ରସ୍ତୁତ ରହିଛି। ମଙ୍ଗଳବାର ଘଟଣା ନିଶ୍ଚିତ ଭାବେ ଦୁଃଖଦ। ଆଗକୁ ଏମିତି ସ୍ଥିତି ଦେଖିବାକୁ ପଡ଼ିବନାହିଁ ବୋଲି ସେ କହିଥିଲେ।