କଣ୍ଟାବାଞ୍ଜି ୧୫/୭: ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଝରଣୀ ଗାଁର ମମିତା ମେହେର କଳାହାଣ୍ଡି ଜିଲ୍ଲାର ମହାଲିଙ୍ଗ କଲେଜରେ ଅଧ୍ୟକ୍ଷା ଭାବେ କାମ କରୁଥିଲେ, କରୋନା କଟକଣା ଜାରି ହେବା ପରେ ମମିତା ନିଜ ଘର ଝରଣୀକୁ ଚାଲି ଯାଇଥିଲେ, କିନ୍ତୁ ୨୦୨୧ ସେପ୍ଟେମ୍ବର ମାସରେ ମମିତାଙ୍କର ସହଯୋଗୀ ଶିକ୍ଷକ ଜଣେ ମମିତାକୁ ଅକ୍ଟୋବର ୮ ତାରିଖ ଦିନ ମିଟିଙ୍ଗ ଅଛି ବୋଲି ଆସିବାକୁ କହିଥିଲେ, ପରବର୍ତ୍ତୀ ସମୟରେ ପୁଣି ଥରେ ଫୋନ କରି କହିଲେ ଯେ ୮ ତାରିଖ ଦିନର ମିଟିଙ୍ଗକୁ ୯ ତାରିଖକୁ ଧାର୍ଯ୍ୟ କରାଯାଇଛି ଆଉ ତୁମେ ୮ ତାରିଖ ଦିନ ଆସିବ ବୋଲି କୁହାଗଲା, ତେଣୁକରି ମମିତା ୮ ତାରିଖ ଦିନ ସକାଳୁ କଣ୍ଟାବାଞ୍ଜି ବସଷ୍ଟାଣ୍ଡରେ ବସ ବସି ଚାନ୍ଦୋତରା ଛକ ପର୍ଯ୍ୟନ୍ତ ବସରେ ଗଲେ ଓ ସେଠାରେ ଗୋବିନ୍ଦ ସାହୁ ପୂର୍ବରୁ ଛକି ରହିଥିଲା ଓ ନିଜ କାରରେ ବସାଇ ଭବାନୀପାଟଣା ରାସ୍ତାରେ ନେଇ ଗଲା, ସେବେଠାରୁ ମମିତାଙ୍କ ଖୋଜ ଖବର ଆଉ ମିଳିଲା ନାହିଁ, କଳାହାଣ୍ଡି ଜିଲ୍ଲାର ପୋଲିସ ନିକଟରେ ମମିତାଙ୍କ ପରିବାର ଲୋକେ ଯେତେ ଅଭିଯୋଗ କଲେ ସୁଦ୍ଧା କୌଣସି ସନ୍ଧାନ ମିଳୁନଥିଲା କି ମାମଲା ରୁଜୁ କରାଯାଉ ନଥିଲା, ପଲ୍ଲୀରୁ ଦିଲ୍ଲୀ ଯେତେବେଳେ ଚହଳ ପଡ଼ିଲା ତେବେ ବଲାଙ୍ଗିର ପୋଲିସ ହସ୍ତକ୍ଷେପ ପରେ ଘଟଣା ପଦାକୁ ଆସିଥିଲା, ଓ ମୁଖ୍ୟ ଆରୋପି ଭାବେ ମହାଲିଙ୍ଗ କଲେଜର ପ୍ରବନ୍ଧକ ଗୋବିନ୍ଦ ସାହୁ ଓ ତାର ସହଯୋଗୀ ରାଧେ ଚଣ୍ଡିକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା, ଜୁନ ୨୮ ତାରିଖ ଦିନ ସ୍ତ୍ରୀ ଓ ପୁଅର ଚିକିତ୍ସା ବାବଦକୁ କେନ୍ଦ୍ର କରି ମାନ୍ୟବର ଉଚ୍ଚନ୍ୟାୟାଳୟ ଗୋବିନ୍ଦ ସାହୁକୁ ଆନ୍ତରୀଣ ଜାମିନ ମଞ୍ଜୁର କରିଥିଲେ ଜୁଲାଇ ୮ ତାରିଖ ଦିନ ମାନ୍ୟବର ଉଚ୍ଚନ୍ୟାୟାଳୟଙ୍କ ନିଷ୍ପତ୍ତି ଅନୁଯାୟୀ କଣ୍ଟାବାଞ୍ଜି ଏଡିଜେ କୋର୍ଟ ସର୍ତ୍ତ ମୂଳକ ଆନ୍ତରୀଣ ଜାମିନ ପ୍ରଦାନ କରିଥିଲେ, ୫୦ ହଜାର ଟଙ୍କାର ଦୁଇଟି ଜିମାନତ ୬ ଟି ସର୍ତ୍ତରେ ଜାମିନ ମିଳିଥିଲା, ଗତ ୧୩ ତାରିଖ ଦିନ ଗୋବିନ୍ଦ ସାହୁଙ୍କ ଓକିଲ ଦୁର୍ଗାପ୍ରସାଦ ପାଢି ପୁଣି ଗୋଟିଏ ଆବେଦନ କରିଥିଲେ କଣ୍ଟାବାଞ୍ଜି ଏଡିଜେଙ୍କ ନିକଟରେ, ଗୋବିନ୍ଦ ସାହୁ ତାର ସ୍ତ୍ରୀ ଓ ପୁଅକୁ ଚିକିତ୍ସା କରେଇବା ପାଇଁ ରାଜ୍ୟ ବାହାରକୁ ଯିବାକୁ ଅନୁମତି ନିମନ୍ତେ ଆବେଦନ କରିଥିଲେ, ଆଜି ଆବେଦନର ବିଚାର କରି କଣ୍ଟାବାଞ୍ଜି ଏଡିଜେ ରାୟ ପ୍ରକାଶ କରିଛନ୍ତି ଯେ ଗୋବିନ୍ଦ ସାହୁ ତାର ସ୍ତ୍ରୀକୁ ବିଶାଖାପାଟଣା ନେଇ ପାରିବ ଓ ପୁଅକୁ ଭୁବନେଶ୍ବର ନେଇ ପାରିବ ବୋଲି ଅନୁମତି ପ୍ରଦାନ କରିଛନ୍ତି କଣ୍ଟାବାଞ୍ଜି ଏଡିଜେ, କୌଣସି ଗୁରୁତ୍ୱପୂର୍ଣ୍ଣ ଗୁପ୍ତ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁର ସହ ସଂଗ୍ରାମ କରୁନାହାନ୍ତି ତ ଗୋବିନ୍ଦଙ୍କ ସ୍ତ୍ରୀ..? ଯାହା ଫଳରେ ଗୋବିନ୍ଦକୁ ଆନ୍ତରୀଣ ଜାମିନ ମିଳିଛି, ସେତେବେଳେ ବିଭିନ୍ନ ମହଲରେ ଅଭିଯୋଗ ହେଉଥିଲା ଯେ ମହାଲିଙ୍ଗ କଲେଜରେ ସେକ୍ସ ରକେଟ ଚାଲୁଥିବା ନେଇ ବିଭିନ୍ନ ରାଜନୈତିକ ଦଳ ଓ ଅନେକ ସମାଜସେବୀ ସଂଗଠନ ମାନେ ଅଭିଯୋଗ କରି କହିଥିଲେ ଯେ ସେକ୍ସ ଏସମ୍ପର୍କର ଏକ ଭିଡିଓ କ୍ଲିପ ମମିତାଙ୍କ ପେଣ୍ଡ୍ରାବରେ ରଖିଥିଲେ ଘଟଣା ପଦାକୁ ନଯିବା ନେଇ ମମିତାକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ ମମିତାଙ୍କ ମାତାପିତା, ତେଣୁକରି ଚିକିତ୍ସା ସମ୍ବନ୍ଧୀୟ ଆନ୍ତରୀଣ ଜାମିନକୁ ନେଇ ବିଭିନ୍ନ ମହଲରେ ନାନା ପ୍ରକାର କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଛି,