ବ୍ୟାପକ ସୁରକ୍ଷା ଓ ସ୍ଵାଗତ:ଜନ ସାଧାରଣଙ୍କ ଦୀର୍ଘ ବର୍ଷ ଅପେକ୍ଷାର ଅନ୍ତ ଘଟିଲା।
ଜଳେଶ୍ଵର -, ଆଜି ଭୋର୍ ୬୦ ନମ୍ବର ଜାତୀୟ ରାଜପଥର ଓଡ଼ିଶା ର ସୀମାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସାହାସ ଓ ଅଦ୍ୟମ ବୀରତ୍ୱର ଶ୍ରେଷ୍ଠ ସନ୍ତକ ଡାକୋଟାକୁ ଓଡ଼ିଶା ଅପେକ୍ଷା କରିଥିଲେ। ଆଜି ତାହାର ଅନ୍ତ ଘଟିଛି। ଡାକୋଟା ର ଯନ୍ତ୍ରାଂଶ ୩ ଟି ବଡ଼ ବଡ଼ ଟ୍ରଲର ରେ ପହଞ୍ଚିବା ପରେ ପୋଲିସ ବିଭାଗ ତରଫରୁ ବ୍ୟାପକ ସୁରକ୍ଷା ଓ ଜଳେଶ୍ଵରବାସୀଙ୍କ ପକ୍ଷରୁ ସ୍ଵାଗତ କରା ଯାଇଥିଲା। କେବଳ କିମ୍ବଦନ୍ତୀ ନୁହେଁ, ଡାକୋଟା ର ସଂରକ୍ଷଣ ଓ ପ୍ରଦର୍ଶନୀ ଏକ ଇତିହାସ ସୃଷ୍ଟି କରିବାକୁ ଯାଉଛି ବୋଲି ପରିବହନ ଦାୟିତ୍ଵ ରେ ଥିବା ୫ ଜଣ ଇଂଜିନିୟର ଏଠାରେ କହିଛନ୍ତି ।
ପୂର୍ବ ସୂଚନା ଅନୁଯାୟୀ ରାତି ୩ ଟାରେ ଡାକୋଟା ର ସମସ୍ତ ଯନ୍ତ୍ରାଂଶ ଧରି ଆସୁଥିବା ୩ ଟି ବଡ଼ ବଡ଼ ଟ୍ରଲର ରାଜ୍ୟ ଉପାନ୍ତ ସୀମାରେ ପହଞ୍ଚିବାକୁ ଥିବା ରୁ ବହୁ ବିଜୁ ପ୍ରେମୀ ବ୍ୟକ୍ତି ସ୍ଵାଗତ ଲାଗି ଅପେକ୍ଷା କରିଥିଲେ।କିନ୍ତୁ ସବୁ ପ୍ରତୀକ୍ଷା ର ଅନ୍ତ ଘଟାଇ ଭୋର୍ ୬ ଟା ୪୦ ରେ ପଶ୍ଚିମବଙ୍ଗ ପୋଲିସ ର ସୁରକ୍ଷା ରେ ଏହି ଯନ୍ତ୍ରାଂଶ ପହଞ୍ଚିବା ପରେ କଟକ ର ଷଷ୍ଠ ବାଟାଲିୟନ୍ ର ସହକାରୀ କମେଣ୍ଡେଣ୍ଟ ରମେଶ ଚନ୍ଦ୍ର ଖଟୁଆ ଓ ବାଲେଶ୍ଵର ଜିଲ୍ଲା ପୁଲିସ ପକ୍ଷରୁ ସୁରକ୍ଷା ଦାୟିତ୍ବ ରେ ଆସିଥିବା ପ୍ରତାପ ଚନ୍ଦ୍ର କର ଏ ସବୁକୁ ଆଗକୁ କଡାଇ ନେଇଥିଲେ।ବାଲେଶ୍ଵର ଆରଟିଓ ରଶ୍ମିରଞ୍ଜନ ଦଳ ବେହେରା, ଜାତୀୟ ରାଜପଥ ପ୍ରାଧିକରଣ ପ୍ରକଳ୍ପ ମୁଖ୍ୟ ସଞ୍ଜୟ ଘୋଟକ, ଲକ୍ଷ୍ମଣନାଥ ଟୋଲ ପ୍ଲାଜା ଅଧିକାରୀ ଶଶି ଭୂଷଣ କୁମାର ମଧ୍ୟ ସେମାନଙ୍କୁ ସହଯୋଗ କରିଥିଲେ। ବିମାନର ଯନ୍ତ୍ରାଂଶ ପ୍ରଶସ୍ତ ହୋଇ ଥିବାରୁ ଟୋଲ ପ୍ଲାଜା ବାଡ଼ ଖୋଲିବାକୁ ପଡ଼ିଥିଲା।ଉପାନ୍ତରରେ ଅପେକ୍ଷା କରିଥିବା ବହୁ ବ୍ୟକ୍ତି ଡାକୋଟା ବହନକାରୀ ୩ ଟ୍ରଲରକୁ ଆଇନଜୀବୀ ରାମଚନ୍ଦ୍ର ଜେନା ଓ ଡ଼.ଅଜିତ କୁମାର ମହାନ୍ତି, ପୂର୍ବତନ ପ୍ରଶାସକ ଶରତ ଚନ୍ଦ୍ର ପରିଡା, ବରିଷ୍ଠ ସାମ୍ୱାଦିକ ଅବନୀ ଚାନ୍ଦ, ଇଂଜିନିୟର ରାମଚନ୍ଦ୍ର ସାହୁ, ସାମ୍ବାଦିକ ଗୈାର ଗୋପାଳ ସେନ୍, ଦୁର୍ଗା ଶଙ୍କର ଗିରି ପ୍ରମୁଖ ସ୍ଵାଗତ କରିଥିଲେ। ବିଜୁବାବୁ ଙ୍କ ସ୍ମୃତି ସହ ଜଡ଼ିତ ତଥା ବିଭିନ୍ନ ତଥ୍ୟ ସେମାନେ କହିଥିଲେ।କିନ୍ତୁ ଏହି ୩ ଟ୍ରଲର ରେ ଯାଉଥିବା ଯନ୍ତ୍ରାଂଶ ଗୁଡ଼ିକୁ ପୁଣି ବିନା ନିହାଣ ମୁନ ରେ ଓ ଆଧୁନିକ ଜ୍ଞାନ କୌଶଳ ରେ ବିଜୁ ପଟ୍ଟନାୟକ ବିମାନ ବନ୍ଦର ଠାରେ ଯୋଡ଼ାଯିବ। ଏରୋ ସ୍ପେସ ର ଯନ୍ତ୍ରୀ କରୁଣାକର ପଣ୍ଡା, ହୃଷୀକେଶ ଜେନା, ଦିନେଶ ବିଶ୍ୱାସ, ନଗେନ୍ଦ୍ର କୁମାର ଓ ଚନ୍ଦନ କୁମାର ପଣ୍ଡିତ ପ୍ରମୁଖ ବିଜୁ ବାବୁ ଙ୍କ ସ୍ମୃତି କୁ ଦୀର୍ଘ ଦିନ ଓଡ଼ିଶା ରେ ରଖାଯିବା ଓ ଡାକୋଟା ସହିତ ଥିବା ଦେଶ ର ବିଭିନ୍ନ କିମ୍ବଦନ୍ତୀ କୁ ଉଦ୍ଜିବିତ କରିବା ପାଇଁ ଏପରି ଏକ ପ୍ରଚେଷ୍ଟା କରାଯାଇଛି ବୋଲି କହିଥିଲେ। ଦୀର୍ଘ ଲମ୍ବ ଓ ପ୍ରସ୍ଥ ହୋଇ ଥିବାରୁ ଡାକୋଟା କୁ ନେଲା ବେଳେ ବହୁ ସତର୍କତା ଅବଲମ୍ବନ କରାଯାଉଛି ବୋଲି ସେମାନେ ପ୍ରକାଶ କରିଥିଲେ ।
Next Post