ପାଟଣାଗଡ : ଆଜି ବେଲପଡ଼ା ବ୍ଲକ୍ ପରିସର ରେ ଚାଲିଥିବା ବି ଜେ ପି କର୍ମୀ ଓ ଜିଲ୍ଲାପରିଷଦ ସଭ୍ୟା ଙ୍କ ଆନ୍ଦୋଳନ କୁ ଆସିଥିଲେ ସାଂସଦ ଶ୍ରୀମତୀ ସଙ୍ଗୀତା କୁମାରୀ ସିଂଦେଓ । ଆସି ସେ ଧାରଣା ରେ ବସିଥିବା କର୍ମୀ ଙ୍କ ସହ ପ୍ରଥମେ ବସିଥିଲେ ଓ ତା ବାଦ ବି ଡି ଓ ଙ୍କ ଅଫିସ କୁ ଜାଇ ସବୁ ସମସ୍ୟା ଉପରେ ଆଲୋଚନା କରିଥିଲେ । ବି ଡି ଓ ଙ୍କ ଠୁ ଜାଣିବାକୁ ପାଇଲେ ଜେ ଏହି ବର୍ଷ ରେ ବେଲପଡ଼ା ବ୍ଲକ୍ ରେ ମୋଟ ୪୮୧ ଟି କାମ ହେଉଛି , ଯାହାର ତଦାରଖ କରିବା ପାଇଁ କେବଳ ୫ ଜଣ କନିଷ୍ଟ ଯନ୍ତ୍ରୀ ଅଛନ୍ତି । ତ ଗୋଟେ ଜେ ଇ କୁ ପାଖା ପାଖି ୧୦୦ ଟି କାମ ତଦାରଖ କରିବାକୁ ପଡୁଛି । ଯାହାକି ଗୋଟେ ଗୋଟେ ଜେ ଇ ପକ୍ଷ ରେ ଏତେ କାମ କୁ ଫିଲ୍ଡ କୁ ଯାଇ ସଠିକ୍ ରୂପେ ପରିଦର୍ଶନ କରିବା ଓ ତା ବାଦ ବିଲ କରିବା ସହଜ ନୁହେଁ । ଇଥି ପାଇଁ ଏଠି ଦୁର୍ନୀତି ହେଉଛି ବୋଲି ସେ କହିଥିଲେ । ତା ବାଦ ଯେହେତୁ ବଲାଙ୍ଗୀର ଜିଲ୍ଲା ର ବେଲପଡ଼ା ବ୍ଲକ ରେ ସବୁଠୁ ଅଧିକ ଲୋକ ଦାଦନ ଖଟିବାକୁ ଯାଇଛନ୍ତି ତ ମନରେଗା ରେ କାମ କରୁଥିବା ଲୋକ କୁ ଠିକ୍ ସମୟ ରେ ପଇସା ଦିଆ ଯାଉ ଓ ଲୋକଙ୍କୁ କାମ ମିଲୁ ବୋଲି ସେ କହିଥିଲେ । ଯେତେ ବେଳେ ସେ ଜାଣିବାକୁ ପାଇଥିଲେ ଜେ , ଜିଲ୍ଲା ପରିଷଦ ମାନେ ଯେଉଁ ପ୍ରପୋଜାଲ ଦେଇଥିଲେ ତାହା ବଦଳି ଯାଇଛି ଓ ଯେଉଁ ପ୍ରୋପୋଜାଲ ବି ଡି ଓ ଦେଇଥିଲେ ତାହା ହେଇଛି । ଏଥିରେ ସାଂସଦ ଶ୍ରୀମତୀ ସଙ୍ଗୀତା ସିଂଦେଓ ବି ଡି ଓ ଙ୍କୁ ପଞ୍ଚାୟତି ରାଜ ବିଭାଗ ର ଆପଣ ହତ୍ୟା କରି ଦେଇଛନ୍ତି ବୋଲି କହିଥିଲେ. ବିଡ଼ିଓ ଙ୍କ ଦୁର୍ନୀତି ର ଅନେକ କଥା କୁ ନେଇ ସାଂସଦ ବିରକ୍ତି ପ୍ରକାଶ କରିଥିଲେ. ପରେ ବିଡ଼ିଓ ସମସ୍ତ ପ୍ରତିନିଧି ଙ୍କୁ ସମ୍ମାନ ଦେବାସହ ସରକାରୀ ଅନୁଦାନ ର ଉଚିତ ବିନିଯୋଗ ପାଇଁ ଲିଖିତ ପ୍ରତିଶୃତି ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା. କିନ୍ତୁ ଶ୍ରୀ ସିଂଦେଓ ନିର୍ବାଚନ ପରାଜୟ ର ଦୀର୍ଘ 4ବର୍ଷ ପରେ ଆକଟିଭ ମୁଡ଼ କୁ ଆସିଥିବା ଦେଖି ବିଜେପି କର୍ମୀ ମହାଲରେ ଉତ୍ସାହ ଦେଖିବାକୁ ମିଳିଥିଲା. ବହୁତ ଦିନର ନୀରବତା ପରେ ଆଗରୁ ଯେମିତି ଶ୍ରୀ ସିଂଦେଓ ଆନ୍ଦୋଳନାତ୍ମକ ରୂପ ଦେଖାଉଥିଲେ. ସେମିତି ଆକାର ରେ ପୁଣି ବେଲପଡା ବ୍ଲକ ପରିସରରେ ଦେଖିବାକୁ ମିଳିଥିଲା ଶ୍ରୀ ସିଂଦେଓ ଙ୍କୁ ଫଳରେ ପାଟଣାଗଡ ଉପଖଣ୍ଡ ରେ ବିରୋଧୀ ଶୂନ୍ୟ ହୋଇଯାଇଥିବାର ସୁଯୋଗ ନେଇ ଦୁର୍ନୀତି ବୃଦ୍ଧି ପାଉଥିବା ର ଅନେକ ଅଭିଯୋଗ ରହିଥିଲା. ଗୋଟେପଟେ ବର୍ତମାନ ବିଧାୟକ ଙ୍କ ପ୍ରତି ଜନ ଅସନ୍ତୋଷ ବୃଦ୍ଧି ପାଉଥିବା ବେଳେ ପୂର୍ବତନ ବିଧାୟକ ଙ୍କ ଦୁର୍ନୀତି ବିରୋଧୀ ଆନ୍ଦୋଳନ କେଉଁ ରୂପ ନେବ ତାହା ଆଗାମୀଦିନ ରେ ଜଣା ପଡିବ.