ଖବର ଆଜିର …(ଶୁକ୍ରବାର)

୧-ଭୁବନେଶ୍ୱର:ବିଇଡି,ବିଏଚଇଡି ଓ ଏମ୍ ଇଡି ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି,ମେ’ ୪ରୁ ଆବେଦନ ଆରମ୍ଭ।

୨-ଖରାଛୁଟିରେ ଛାତ୍ରଛାତ୍ରୀଙ୍କୁ ମିଳିବ ଆଇରନ ଓ ଫଲିକ ଏସିଡ୍‌‌ ବଟିକା, ଜୁନ୍‌‌ ୧୬ ଯାଏଁ ଘରକୁ ଯାଇ ଟାବଲେଟ ବଣ୍ଟାଯିବ, ବଟିକା ବାଣ୍ଟିବାକୁ ଶିକ୍ଷକମାନଙ୍କୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ।

୩-ଭୁବନେଶ୍ୱର:ବନ୍ଦେ ଭାରତ ଏକ୍ସପ୍ରେସର ପରୀକ୍ଷାମୂଳକ ଯାତ୍ରା ଆଜି। ଖଡ଼ଗପୁର, ଭଦ୍ରକ, ଯାଜପୁର,କଟକ, ଭୁବନେଶ୍ୱର ଓ ଖୋର୍ଦ୍ଧା ରୋଡରେ ରହଣି।

୪-ଅଧା ଓଡ଼ିଶାକୁ କାଳବୈଶାଖୀ ଆଲର୍ଟ, ୧୫ ଜିଲ୍ଲାରେ ଛେଚିବ,ରାଜଧାନୀରେ କୁଆପଥର ମାଡ଼ ସହ ବର୍ଷା ସମ୍ଭାବନା।

୫-ଭୁବନେଶ୍ୱର: ବିଭିନ୍ନ ବିଭାଗରେ କାର୍ଯ୍ୟରତ ଦ୍ବିତୀୟ, ତୃତୀୟ ଏବଂ ଚତୁର୍ଥ ଶ୍ରେଣୀ ବର୍ଗର ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ସ୍ବତନ୍ତ୍ର ପଦୋନ୍ନତି ନୀତି ଲାଗୁ ହେବ : ହଟିବ ଦରମା ଅସଙ୍ଗତି।

୬-ନିଜକୁ ଭୂତ ସଭାପତି ଦାବି କରୁଥିବା ତନ୍ତ୍ର ସାଧକ ଗିରଫ । ବିପିନ୍ ରାଉତରାୟଙ୍କୁ ବାନ୍ଧିଲା ଖୋର୍ଦ୍ଧା ପୋଲିସ । ଜାମିନ୍ ନାମଞ୍ଜୁର ପରେ ଗଲେ ଜେଲ।

୭-ନିମାପଡ଼ା: ଭୁଲ୍ ତଥ୍ୟ ଦେବା ମହଙ୍ଗା ପଡିଲା, ଡାକ୍ତରଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ।

୮-ବିଜୁବାବୁଙ୍କ ଡାକୋଟା ବିମାନ ଦେଖି ଭାବବିହ୍ଵଳ ହେଲେ ଇଣ୍ଡୋନେସିଆର ରାଷ୍ଟ୍ରଦୂତ ଓ ତାଙ୍କ ଟିମ।

୯-ଭୁବନେଶ୍ୱର: ଦୀର୍ଘ ସମୟଧରି ସେବା ପ୍ରଦାନ ପାଇଁ ୧୬୪ କର୍ମଚାରୀଙ୍କୁ OMC କଲା ପୁରସ୍କୃତ।

୧୦-ଡ. ଅଚ୍ୟୁତ ସାମନ୍ତଙ୍କୁ ସମ୍ମାନଜନକ ଡିଲିଟ୍‌ : ଆସାମର ମହାପୁରୁଷ ଶ୍ରୀମନ୍ତ ଶଙ୍କରଦେବ ବିଶ୍ୱବିଦ୍ୟାଳୟ ପକ୍ଷରୁ କରାଗଲା ସମ୍ମାନିତ।

୧୧-ମନ୍ତ୍ରୀମାନଙ୍କ ବିଭାଗୱାରୀ ସମୀକ୍ଷା ପରେ ବଦଳିବ କି ରାଜ୍ୟ ମନ୍ତ୍ରିମଣ୍ଡଳର ଚେହେରା? ଅଦଳବଦଳ ନେଇ ଚର୍ଚ୍ଚା ଜୋର୍।

୧୨-ଭିଜିଲାନ୍ସ ଜାଲରେ ବଡ଼ମ୍ବା ବ୍ଲକ ନିର୍ବାହୀ ଯନ୍ତ୍ରୀ: ବିଲ ପାସ୍‌ କରାଇଦେବା ପାଇଁ ନେଉଥିଲେ ୩୦ ହଜାର ଲାଞ୍ଚ।

୧୩-ଓଡ଼ିଶାର ୭ଟି ସ୍ଥାନରେ ଖୋଲିବ ଆକାଶବାଣୀର ନୂଆ ଏଫ୍‌‌ଏମ୍‌‌ ଟ୍ରାନ୍ସମିଟର।

୧୪-ଦୁଇ ଦିନିଆ କେନ୍ଦ୍ରାପଡା ଗସ୍ତରେ ଫାଇଭ ଟି ସଚିବ, ନିଜ ହାତ ରନ୍ଧା ପରସିଥିଲେ କାଫେକୁ ଚଳାଉଥିବା ମିଶନ ଶକ୍ତି ମାଆ।

୧୫-IPL 2023; ରାଜସ୍ଥାନ ଠାରୁ ୩୨ ରନ୍‌ରେ ହାରିଲା ଚେନ୍ନାଇ ସୁପର କିଙ୍ଗ୍ସ।

୧୬-ଛତିଶଗଡର ଚାଲିଛି ମନମାନି । ଦୀର୍ଘ ଦିନ ଧରି ଶୁଖିଲା ରହିବା ପରେ ଓଦା ହେଲା ମହାନଦୀର ଶଯ୍ୟା । କଲମା ଗେଟ୍ ଖୋଲିଲା ଛତିଶଗଡ।

୧୭-ଶୋକରେ ବୁଡିଲା ଛତିଶଗଡ, ଦନ୍ତେୱାଡା ନକ୍ସଲ ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କୁ କାନ୍ଧଦେଲେ ମୁଖ୍ୟମନ୍ତ୍ରୀ।

୧୮-ଭାରତୀୟ ନୌସେନା ପାଇଁ ବାହାରିଲା ଚାକିରି, ବେସିକ୍‌ ପେ’ ୫୬,୬୦୦ରୁ ଆରମ୍ଭ,ଏପ୍ରିଲ ୨୯ ତାରିଖରୁ ଏହି ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ।

୧୯-ସୁଦାନରୁ ଦ୍ଵିତୀୟ ପାଳିରେ ଫେରିଲେ ୨୪୬ ଭାରତୀୟ।

୨୦-ମେ ୧୦ରେ ନିର୍ବାଚନ, କର୍ଣ୍ଣାଟକରେ ନିର୍ବାଚନ ପ୍ରଚାର ଜୋରଦାର।

.

Leave A Reply

Your email address will not be published.