ଦୁବାଇ,ସିଙ୍ଗାପୁର ହେଉକି ବ୍ୟାଙ୍କକ୍ । ଏଥର ଆପଣଙ୍କୁ ଆଉ ଫ୍ଲାଇଟ ବଦଳାଇବା ପାଇଁ ପଡିବନି । ଭୁବନେଶ୍ବର ବିମାନବନ୍ଦରରୁ ସିଧା ଯାଇ ପଂହଁଚିବେ ଦୁବାଇ । ଏବଂ ଏହା ସହ ବ୍ୟାଙ୍କକ୍ ଏବଂ ସିଙ୍ଗାପୁର । କରୋନା ପାଇଁ ୨ ବର୍ଷ ଧରି ଅନ୍ତର୍ଜତୀୟ ବିମାନ ଚଳାଚଳ ବନ୍ଦ ରହିଥିଲା ବେଳେ ମେ ୧୫ରେ ଆରମ୍ଭ ହେବ ବିମାନ ଯାତ୍ରୀଙ୍କ ପାଇଁ ନୂଆ ସେବା । ଜୁନ ୩ରୁ ବ୍ୟାଙ୍କକ୍ ଓ ସିଙ୍ଗାପୁର ପାଇଁ ମଧ୍ୟ ଆରମ୍ଭ ହେବ ଏହି ସେବା । ସିଂଙ୍ଗାପୁର ଓ ବ୍ୟାଙ୍କକ୍ ଯିବା ପାଇଁ ୧୫,୦୦୦ ଏବଂ ଦୁବାଇ ପାଇଁ ୨୦,୦୦୦ ଟଙ୍କା ଆପଣଙ୍କୁ ଦେବାକୁ ପଡିବ । ସପ୍ତାହରେ ସୋମବାର, ବୁଧବାର, ଶୁକ୍ରବାର ୩ ଦିନ ଦୁବାଇକୁ ଉଡିବ ବିମାନ । ମଙ୍ଗଳବାର, ଓ ଶନିବାର ଦୁଇ ଦିନ ବ୍ୟାଙ୍କକ୍ ଓ ସିଙ୍ଗାପୁରକୁ ଉଡିବ ବିମାନ ।