ବିଭିନ୍ନ ମେଡିକାଲ୍ କଲେଜରେ ନାମଲେଖା ପାଇଁ ଜାତୀୟ ପରୀକ୍ଷା ଏଜେନ୍ସି(ଏନଟିଏ) ପକ୍ଷରୁ ନିଟ୍ ୟୁଜି ପ୍ରବେଶିକା ଆସନ୍ତାକାଲି(ରବିବାର) ଅନୁଷ୍ଠିତ ହେବ । ରାଜ୍ୟର ୫୬ ହଜାର ୮୮୯ ଜଣ ଛାତ୍ରଛାତ୍ରୀ ପ୍ରବେଶିକା ଦେବାକୁ ଥିବାବେଳେ ୨୭ଟି ସହରରେ ୧୨୫ ପରୀକ୍ଷା କେନ୍ଦ୍ର ଚିହ୍ନଟ କରାଯାଇଛି ।
ଓଡ଼ିଶାର ଅନୁଗୋଳ, ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, କଟକ, ରାଉରକେଲା, ସମ୍ୱଲପୁର, ବଲାଙ୍ଗିର, ଭବାନୀପାଟଣା, କେନ୍ଦୁଝର, କୋରାପୁଟ, ମାଲକାନଗିରି, ପାରଳାଖମୁଣ୍ଡି, ଫୁଲବାଣୀ, ରାୟାଗଡା ଆଦି ମୋଟ୍ ୨୭ଟି ସ୍ଥାନରେ ପରୀକ୍ଷା କେନ୍ଦ୍ର ପ୍ରସ୍ତୁତ ହୋଇଛି । ଅପରାହ୍ଣ ୨ଟାରୁ ୫ଟା ୨୦ମିନିଟ୍ ମଧ୍ୟରେ ପ୍ରବେଶୁକା ଅନୁଷ୍ଠିତ ହେବାକୁ ଥିବାବେଳେ ସର୍ବଭାରତୀୟ ସ୍ତରରେ ୨୦ ଲକ୍ଷ ୫୯ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ତେବେ ଭୁବନେଶ୍ୱରରେ ୨୨ଟି ପରୀକ୍ଷା କେନ୍ଦ୍ର ପ୍ରସ୍ତୁତ କରାଯାଇଥିବାବେଳେ ୧୪,୪୮୧ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ ।