ପୋଷା କୁକୁରଙ୍କ ପାଇଁ ଆସିଲା କଠୋର ନିୟମ ।

ରାସ୍ତାରେ ପୋଷା କୁକୁର ମଳତ୍ୟାଗ କଲେ ତାକୁ ସଫା କରିବେ କୁକୁର ମାଲିକ । ବିଏମସି ପକ୍ଷରୁ ପୋଷା କୁକୁରଙ୍କ ମାଲିକଙ୍କ ପାଇଁ ଏଭଳି କିଛି ଶକ୍ତ ନିୟମ ରଖାଯାଇଛି । ବାଇ ଲ’ ପ୍ରସ୍ତୁତ କରି ରାଜ୍ୟ ସରକାରଙ୍କ ପାଖକୁ ପଠାଇଛି ବିଏମସି । କେବଳ ସେତିକି ନୁହେଁ, କୁକୁର ପୋଷୁଥିବା ବ୍ୟକ୍ତି କୁକୁରକୁ କିଭଳି ରଖିଛନ୍ତି, ତାର ଯତ୍ନ ଠିକ ଭାବେ ନେଉଛନ୍ତି କି ନାହିଁ ସେନେଇ ଅତର୍କିତ ଭାବେ ଘରକୁ ଯାଇ ଯାଞ୍ଚ କରିବ ବିଏମସି ଟିମ୍ .କୁକୁର ବୟସ୍କ ହୋଇଗଲେ କୁକୁର ମାଲିକ ତାକୁ ଘରୁ ବାହାର କରିଦେଉଥିବା ଅନେକ ନଜିର ରହିଛି । ତେବେ ଏସବୁ କରୁଥିବା କୁକୁର ମାଲିକଙ୍କ ଉପରେ ନଜର ରଖିବା ପାଇଁ କୁକୁରର ପଞ୍ଜିକରଣ କରିବାକୁ ନିଷ୍ପତି ନେଇଛି ବିଏମସି । ପଞ୍ଜିକରଣ ବାବଦକୁ କୁକୁର ମାଲିକଙ୍କୁ ୫୦୦ ଟଙ୍କା ଦେବାକୁ ପଡିବ । ଏହାପରେ କୁକୁର ବେଲ୍ଟରେ ଗୋଟିଏ ଚିପ୍ ଲଗାଯିବ । ବିଏମସିର ନିୟମକୁ ଅନେକ ସ୍ୱାଗତ କରୁଥିବାବେଳେ ଏସବୁ କାର୍ଯ୍ୟକାରୀ କରିବା ପାଇଁ ଓଡିଶାରେ କୌଣସି ଭିତ୍ତିଭୂମି ନଥିବା କହିଛନ୍ତି ପଶୁ ପ୍ରେମୀ ।

Leave A Reply

Your email address will not be published.