ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅନ୍ତର୍ଗତ ଜାଫରପୁର ଗ୍ରାମରେ ନୃଶଂସ ପୁଅ । ଜୀଅନ୍ତା ଜାଳିଦେଲା ପୁଅ। ମୃତ ମହିଳାଜଣକ ହେଲେ ଜାଫରପୁର ପଞ୍ଚାୟତ ଜଗବନ୍ଧୁ ମାଲିକଙ୍କ ସ୍ତ୍ରୀ ସଞ୍ଜୁଲତା ମାଲିକ । ତାଙ୍କୁ ହତ୍ୟା କରି ବଡ଼ ପୁଅ ବିପିନ ଫେରାର ହୋଇ ଯାଇଥିବା ଜଣାଯାଇଛି .ବିପିନ ଦେଢ ବର୍ଷ ହେଲା ଅନ୍ୟ ଜାତିରେ ବିବାହ କରିଥିବାରୁ ପାରିବାରିକ କଳହ ଲାଗି ରହିଥିଲା। ପ୍ରଥମେ ଅଲଗା ରହୁଥିବା ବିପିନ କିଛି ଦିନ ହେବ ପତ୍ନୀ ସହ ଆସି ଘରେ ରହୁଥିଲେ। ଏହାପରେ ସେ ନିଜର ବ୍ୟବସାୟ ଆରମ୍ଭ କରିବାକୁ ମା’ଙ୍କୁ ଦେଢ ଲକ୍ଷ ଟଙ୍କା ମାଗିଥିଲେ। ମାତ୍ର ଏଥିନିମନ୍ତେ ତାଙ୍କ ମା’ ମନା କରି ଦେବାରୁ ଉଭୟଙ୍କ ମଧ୍ୟରେ ତିକ୍ତତା ଲାଗି ରହିଥିଲା।