ଖବର ଆଜିର ତାରିଖ ୧୦/୦୫/୨୩, ବୁଧବାର
୧-ଆଜି ଝାରସୁଗୁଡା ଭୋଟ୍ । ବିଧାୟକ ବାଛିବେ ୨ ଲକ୍ଷରୁ ଅଧିକ ଭୋଟର । ମତଦାନ ପାଇଁ ପ୍ରସ୍ତୁତ ବୁଥ୍ ଓ ପୋଲିଂ ପାର୍ଟି।
୨-ଭୁବନେଶ୍ୱର:୪୦ ଡିଗ୍ରୀ ଉପରେ ୧୮ ସହର, ବୈ।ଦ୍ଧରେ ପାରଦ ଟପିଲା ୪୨.୫ ଡିଗ୍ରୀ।
୩-ଆଜିଠୁ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ, କେତେକ ସରକାରୀ ବୈଠକରେ ଯୋଗ ଦେବେ।
୪-ଭୁବନେଶ୍ୱର:୨୧ ପ୍ରକାର ଭିନ୍ନକ୍ଷମଙ୍କ ସମସ୍ୟା ସମାଧାନ ଦିଗରେ ରାଜ୍ୟ ସରକାରଙ୍କ ସମସ୍ତ ପ୍ରୟାସ ଜାରି ରହିବ: ମୁଖ୍ୟସଚିବ।
୫-ନବୀନ ନିବାସରେ ନୀତୀଶ କୁମାର,ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଭେଟିବା ପରେ ଏକାଠି ପ୍ରତିକ୍ରିୟା ଜଣାଇଲେ ଉଭୟ ମୁଖ୍ୟମନ୍ତ୍ରୀ, ଆମେ ପୁରୁଣା ବନ୍ଧୁ।
୬-ଓଡିଶାରେ ୫୧ ହଜାର ୨୬୦ ନକଲି ସିମ୍ କାର୍ଡ ବାତିଲ।୨,୪୧୭ ବିକ୍ରେତା କଳା ତାଲିକାଭୁକ୍ତ।
୭-ସୁବର୍ଣ୍ଣପୁର:ଭିଜିଲାନ୍ସ ଜାଲରେ ତରଭା ସବରେଜଷ୍ଟ୍ରି ଅଫିସର ମୁଖ୍ୟ କିରାଣୀ, ୨୪ ହଜାର ଟଙ୍କା ନେଉଥିଲେ ଲାଞ୍ଚ।
୮-ଦୁଇ ଦିନିଆ ଗଜପତି ଜିଲ୍ଲା ଗସ୍ତରେ 5T ସଚିବ ଭି.କେ ପାଣ୍ଡିଆନ।
୯-କଣାସ ସରକାରୀ ହାଇସ୍କୁଲର ୭୫ ବର୍ଷ ପୂର୍ତ୍ତି ଉତ୍ସବରେ ଯୋଗ ଦେଲେ କିଟ କିସର ପ୍ରତିଷ୍ଠାତା ଡ଼ଃ ଅଚ୍ଯୁତ ସାମନ୍ତ।
୧୦-ପୁରୀରେ ହେବ ବିହାର ଭବନ; ଦେଢ ଏକର ଜମି ଯୋଗାଇଦେବେ ଓଡ଼ିଶା ସରକାର।
୧୧-କଳାହାଣ୍ଡି:ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ; ଏନକାଉଣ୍ଟରରେ ୩ ମାଓବାଦୀ ନିହତ।
୧୨-ବ୍ରହ୍ମପୁରରୁ ଜୟପୁର ବିଜୁ ଏକ୍ସପ୍ରେସ ୱେ-୨ର ନିର୍ମାଣ ଖୁବଶୀଘ୍ର । ତିନି ବର୍ଷରେ ସରିବ କାମ । ୩୦୫ କିଲୋମିଟର ଏହି ସଡକରେ ପାହାଡ ଖୋଳା ଯାଇ ନିର୍ମାଣ କରାଯିବ ଟନେଲ୍।
୧୩-ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ରାଜ୍ୟକୁ ସବସିଡି ଯୋଗାଣ ପ୍ରସଙ୍ଗ, ମିଳିଛି ୨୦୮୪.୯୦ କୋଟି।
୧୪-ସୂର୍ଯ୍ୟଙ୍କ ପ୍ରହାରରେ ଧରାଶାୟୀ ବାଙ୍ଗାଲୋର, ସହଜ ବିଜୟ ସହ ପଏଣ୍ଟ ଟେବୁଲ୍ର ତୃତୀୟ ସ୍ଥାନରେ ରୋହିତ ବାହିନୀ।
୧୫-ରିଲିଜ ହେଲା ବହୁ ପ୍ରତିକ୍ଷିତ ଫିଲ୍ମ ଆଦିପୁରୁଷର ପ୍ରଥମ ଟ୍ରେଲର: ୪ ଘଂଟାରେ ୪ ମିଲିୟନ ଭ୍ୟୁ ସହ ଫିଲ୍ମ କଲା ନୂଆ ରେକର୍ଡ।
୧୬-ଭୋପାଳ:ପୋଲ ତଳକୁ ବସ୍ ଖସିବା ଘଟଣା ; ମୃତ୍ୟୁ ସଂଖ୍ୟା ୨୨କୁ ବୃଦ୍ଧି।
୧୭-ପାକିସ୍ତାନ କ୍ରିକେଟ ବୋର୍ଡକୁ ଝଟକା : ଶ୍ରୀଲଙ୍କାରେ ଖେଳାଯିବ ଏସିଆ କପ୍ !।
୧୮-ପାକିସ୍ତାନରେ ହଟଚମଟ । ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଗିରଫ । ଜୋର ଜବରଦସ୍ତ ଉଠାଇ ନେଲା ଅର୍ଦ୍ଧ ସାମରିକ ବାହିନୀ।
୧୯-ସୁପ୍ରିମକୋର୍ଟରେ ପହଁଚିଲା ଦ କେରଳ ଷ୍ଟୋରୀ: ପଶ୍ଚିମବଙ୍ଗରୁ ବ୍ୟାନ କଟକଣା ହଟାଇବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ଫିଲ୍ମର ନିର୍ମାତା।
୨୦-ଇମ୍ରାନଙ୍କ ଗିରଫଦାରୀ ପରେ ଜଳୁଛି ପାକିସ୍ତାନ: ସାରା ଦେଶରେ ୧୪୪ ଧାରା ଲାଗୁ।
. 🙏 ସୁପ୍ରଭାତ, ଗୁଡମର୍ଣିଂ 🙏