ସନାତନ ତାଙ୍କର ଭୁବନଶ୍ୱେର ଘର ସମେତ ୧୦ଟି ସ୍ଥାନରେ ଆୟକର ବିଭାଗ ଚଢାଉ ଜାରି ରଖିଛି । ସନା ମହାକୁଡ କେନ୍ଦୁଝରର ଖଣି ଅଞ୍ଚଳରେ ବେଶ ପ୍ରଭାବଶାଳୀ । କୁହାଯାଏ, ସନାଙ୍କ ବିନା ନିର୍ଦ୍ଦେଶରେ ଖଣି ଅଞ୍ଚଳରେ ପତ୍ର ବି ହଲେନି । ଜିଲ୍ଲା ରାଜନୀତିରେ ତାଙ୍କର ଅଖଣ୍ଡ ପ୍ରଭାବ ରହିଛି ।
ସନା ମହାକୁଡ ୨୦୧୪ରୁ ୨୦୧୯ ଯାଏଁ ଚମ୍ପୁଆ ବିଧାନସଭାରୁ ସ୍ୱାଧୀନ ବିଧାୟକ ଥିଲେ । ଏହି ନିର୍ବାଚନରେ ବିଜେଡି ଟିକେଟ ପାଇ ମଧ୍ୟ ତାଙ୍କ ଠାରୁ ହାରିଥିବା ହାସ୍ୟ ଅଭିନେତା ପପୁ ପମପମ ସେତେବେଳେ କହିଥିଲେ, ଚମ୍ପୁଆରେ ନବୀନ ପଟ୍ଟନାୟକ ମଧ୍ୟ ସନାଙ୍କଠାରୁ ହାରିଯାଇପାରନ୍ତି , ଯାହା ଚର୍ଚ୍ଚା ସୃଷ୍ଟି କରିଥିଲା । ପୂର୍ବରୁ ଏଭଳି କିଛି ଘଟିଛି ଯାହାକୁ ନେଇ ଚର୍ଚ୍ଚାରେ ରହିଆସିଛନ୍ତି ସନାତନ ମହାକୁଡ ଆଉ ନିଜର ଦବଦବା ବି ଜାହିର କରିଛନ୍ତି ।ତେବେ କିଛିଦିନ ପୂର୍ବରୁ ତାଙ୍କ ଫ୍ରିଜ ହୋଇଥିବା ଟଙ୍କା ରିଲିଜ କରାଯାଇଥିବାବେଳେ ପୁଣି ଆୟକର ବିଭାଗର ଚଢାଉକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଆଗକୁ ନିର୍ବାଚନ ଥିବାରୁ ଏହା ପଛରେ ରାଜନୈତିକ ଉଦ୍ଦେଶ୍ୟ ଥିବା ବି କୁହାଯାଉଛି ।