ଖବର ଆଜିର ….ତାରିଖ ୧୨/୦୫/୨୦୨୩ ଶୁକ୍ରବାର ।

ଚହଲଙ୍କ ଫିରକି ପରେ ଜୟସଓ୍ଵାଲଙ୍କ ଦୁର୍ଦ୍ଦଷ ବ୍ୟାଟିଂ, କେକେଆରକୁ ୯ ଓ୍ଵିକେଟ୍‌ରେ ହରାଇଲା ରାଜସ୍ଥାନ ।

ଇମ୍ରାନ ଖାନଙ୍କ ଗିରଫଦାରୀ ବେଆଇନ, ତୁରନ୍ତ ମୁକ୍ତ କରାଯାଉ; ପାକିସ୍ତାନ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି ।

ଶେହବାଜ ସରିଫଙ୍କ ଘର ଉପରେ ବୋମାମାଡ଼। ପାକିସ୍ତାନରେ ଉତ୍ୟକ୍ତ ଲୋକଙ୍କ ଉନ୍ମତକାଣ୍ଡ।

’ମୋତେ ଲାଠିରେ ପିଟିଛନ୍ତି, ଆତଙ୍କବାଦୀ ଭଳି ବ୍ୟବହାର କରିଛନ୍ତି; ମୁକ୍ତ ହେବା ପରେ ବର୍ଷିଲେ ଇମରାନ ।

ଜୁନ୍ ୨୨ରେ ଆମେରିକା ଯିବେ ପ୍ରଧାନମନ୍ତ୍ରୀ: ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟି କରିବେ ଆଲୋଚନା ।

ପ୍ରଥମ ଭାରତୀୟ ଭାବେ Gucciର ଗ୍ଲୋବାଲ ଆମ୍ବାସାଡର ହେଲେ ଆଲିଆ ଭଟ୍ଟ ।

ଇତିହାସ ରଚିଲେ ଯଶସ୍ୱୀ ଜୟସ୍ୱାଲ: ଆଇପିଏଲରେ ହାସଲ କଲେ ଦ୍ରୁତତମ ଅର୍ଦ୍ଧଶତକ ।

ଶେଷ ହୋଇଗଲା ମଙ୍କିପକ୍ସ ! ମହାମାରୀ ତାଲିକାରୁ ହଟାଇଲା WHO ।

ସୁପ୍ରିମକୋର୍ଟରେ କେଜ୍ରିୱାଲଙ୍କ ବଡ ବିଜୟ: ଏଣିକି ପ୍ରଶାସନିକ ଅଧିକାରୀଙ୍କ ଉପରେ ରହିବ ଦିଲ୍ଲୀ ସରକାରଙ୍କ ନିୟନ୍ତ୍ରଣ ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଦିଲ୍ଲୀ ସରକାର ଆକ୍ସନରେ : ଦିଲ୍ଲୀ ସରକାର ସେବା ବିଭାଗ ସଚିବ ଆଶିଷ ମୋରେଙ୍କୁ ତାଙ୍କ ପଦରୁ ହଟାଇଲେ ।

ନୀତିଶଙ୍କ ‘ବିରୋଧୀ ଯୋଡ଼’ ମିଶନ: ଉଦ୍ଧବ ଓ ଶରଦ ପାୱାରଙ୍କୁ ଭେଟିଲେ, ମୋଦୀଙ୍କ ବିରୋଧରେ ଏକାଠି ହେବାକୁ ଦେଲେ ଆହ୍ୱାନ ।

ସମଲିଙ୍ଗୀ ବିବାହ ଉପରେ ଶୁଣାଣି ଶେଷ, ରାୟ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ ।

ତାମିଲନାଡୁରେ ୨୦ ହଜାର କୋଟି ପୁଞ୍ଜି ନିବେଶ କରିବ ହ୍ୟୁଣ୍ଡାଇ, ଇ-ଯାନ ଉତ୍ପାଦନ ବଢାଇବା ସହ ଚାର୍ଜିଂ ବୁଥ୍ ସ୍ଥାପନା ମୂଳ ଉଦ୍ଦେଶ୍ୟ ।

ସିସୋଡିଆଙ୍କ ଜାମିନ ଆବେଦନର ରାୟ ସଂରକ୍ଷିତ, ଭିସି ମାଧ୍ୟମରେ ସ୍ତ୍ରୀଙ୍କ ସହ କଥା ହେବାକୁ ହାଇକୋର୍ଟଙ୍କ ଅନୁମତି ।

ଓଡ଼ିଶା ବଜାରରେ ପୁଣି ଧରା ପଡ଼ିଛି ନକଲି ଔଷଧ। ‘ୟୁରିମେକ୍ସ ଡିର ନକଲି ପ୍ରସ୍ତୁତ କରି ଏହାକୁ ବଜାରକୁ ଛଡ଼ା ଯାଇଥିବା ବେଳେ କୋଲକାତାସ୍ଥିତ ସେଣ୍ଟ୍ରାଲ ଡ୍ରଗସ୍‌ ଲାବ୍ରୋଟୋରିରେ ହୋଇଥିବା ପରୀକ୍ଷାରୁ ତାହା ଧରା ପଡ଼ିଛି।

ଗେହଲଟ ସରକାର ବିରୋଧରେ ପାଇଲଟଙ୍କ ୫ ଦିନିଆ ଯାତ୍ରା ଆରମ୍ଭ ।

ଦିଲ୍ଲୀ ପୁଲିସର ଅର୍ଥନୈତିକ ଅପରାଧ ଶାଖା ଭାରତପେ’ର ପୂର୍ବତନ ଏମ୍‌ଡି ଅଶନୀର ଗ୍ରୋଭର, ତାଙ୍କ ପତ୍ନୀ ମାଧୁରୀ ଜୈନଙ୍କ ନାମରେ ଏଫ୍‌ଆଇଆର୍‌ ରୁଜୁ କରିଛି। ଗ୍ରୋଭର ଦମ୍ପତିଙ୍କ ନାମରେ ୮୧ କୋଟି ଟଙ୍କା ‌ହେରଫେର କରିଥିବା ଅଭିଯୋଗ ରହିଛି।

୨୦୨୦ ପାଇଁ ଓଡ଼ିଶା ବିଜ୍ଞାନ ଏକାଡେମି ପୁରସ୍କାର ଘୋଷଣା: ସୁଧାକର ପଣ୍ଡାଙ୍କୁ ‘ବିଜୁ ପଟ୍ଟନାୟକ ପୁରସ୍କାର’ ।

୨୦୨୦ରେ ଉତ୍ତରପୂର୍ବ ଦିଲ୍ଲୀ ଅଞ୍ଚଳରେ ହୋଇଥିବା ଦଙ୍ଗା ମାମଲାରେ ଦିଲ୍ଲୀର ଏକ କୋର୍ଟ ୯ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ସେମାନଙ୍କୁ ୭ ବର୍ଷର ସଶ୍ରମ କରାଦଣ୍ଡାଦେଶ ଶୁଣାଇଛନ୍ତି।

ଉଦ୍ଧବ ଠାକରେଙ୍କ ସରକାରକୁ ପୁନଃ ଅବସ୍ଥାପିତ କରାଯାଇପାରିବନି : ସୁପ୍ରିମକୋର୍ଟ।

ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ନବୀନଙ୍କ ବଡ଼ ବୟାନ; ୨୦୨୪ ନିର୍ବାଚନ ଏକାକୀ ଲଢ଼ିବୁ ।

ଭାରତ ପାକିସ୍ତାନ ନ ଆସିଲେ, ଆମେ ବି ଭାରତ ବିଶ୍ଵକପ୍ ଖେଳିବାକୁ ଯିବୁନି: ପିସିବି ମୁଖ୍ୟଙ୍କ ଚେତାବନୀ ।

ସୁପ୍ରଭାତ ,ଶୁଭ ସକାଳ ।

Leave A Reply

Your email address will not be published.