ସାନ ଅଢଙ୍ଗା ସରପଞ୍ଚ ଙ୍କ ନାମରେ ଭତ୍ତା ଦୁର୍ନୀତି ଅଭିଯୋଗ 

କେନ୍ଦ୍ରାପଡ଼ା (ପାଟକୁରା):ଗରଦପୁର ବ୍ଲକ ସାନ ଅଢଙ୍ଗା ପଞ୍ଚାୟତ ରେ ଭୁତ ଖାଉଛି ଭତା.ବିଧବା ପାଉଛନ୍ତି ସଧବା ଭତା. ବୟସ ହୋଇନି ମିଳୁଛି ବାର୍ଦ୍ଧକ୍ୟ ଭତା.ବିକଳାଙ୍ଗ ନ ହୋଇ ମଧ୍ୟ ଲୋକ ଙ୍କୁ ବିକଳାଙ୍ଗ ସଜାଇ ତାଙ୍କ ନା ରେ ଉଠୁଛି ଭତା. କିନ୍ତୁ ହିତାଧିକାରୀ ଭତା ଟଙ୍କା ପାଉନାହାନ୍ତି. କାରଣ ମିଳୁଥିବା ଭତା ରେ କେହି ଯୋଗ୍ୟ ହିତାଧିକାରୀ ନାହାନ୍ତି ତେଣୁ ଭୁତ ଖାଉଛି ଲୋକଙ୍କ ଭତା. ସୂଚନା ଅଧିକାର ତଥ୍ୟ(ଆର. ଟି. ଆଈ ) ଖୁଲାସା କରିଛି ସାନ ଅଢଙ୍ଗl ପଞ୍ଚାୟତ ର ଭତା ଦୁର୍ନୀତି ର ସଙ୍ଗିନ ସତ କୁ.ବର୍ଷେ କି ୨ ବର୍ଷ ନୁହଁ ବରଂ 2012 ମସିହା ରୁ ସାନ ଅଢଙ୍ଗା ପଞ୍ଚାୟତ ରେ ଖୋଲିଥିଲା ଭତା ଦୁର୍ନୀତି ର ଫର୍ଦ. ଜଣେ କି ୨ ଜଣ ନୁହଁ ୭୭ ଜଣ ଙ୍କ ନାମ ରେ ଉଠୁଛି ବିଭିନ୍ନ ସରକାରୀ ଯୋଜନା ଅନ୍ତର୍ଗତ ଭତା.ଦଶ ବର୍ଷ ରୁ ଉର୍ଦ୍ଧ ସମୟ ହେବ

 ୭୭ ଜଣ  ଅଯୋଗ୍ୟ ଓ ନକଲି ହିତାଧିକାରୀ ଙ୍କ ନାମ ରେ ଭତା ଉଠୁଛି ହେଲେ ସେମାନେ ଏନେଇ ଅଜ୍ଞ ଥିଲେ.2012 ମସିହା ର ତତ୍କାଳୀନ ସରପଞ୍ଚ ଅଭୟ ମଲ୍ଲ ଙ୍କ ସମୟରେ ଏଭଳି ଚଞ୍ଚକତା ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି. ସଂଯୋଗ ବଶତଃ ଅଭୟ ବର୍ତମାନ ମଧ୍ୟ ସାନଅଢଙ୍ଗା ପଞ୍ଚାୟତ ର ସରପଞ୍ଚ ଅଛନ୍ତି.ଏହି ମହାଘୋଟଲା ବିଷୟରେ ଦସ୍ତାବିଜ ରେ ନାମ ଥିବା ଅଯୋଗ୍ୟ ହିତାଧିକାରୀ ମାନେ କିଛି ଜାଣିନଥାଇ ତାଙ୍କ ନାମ କୁ କେବଳ ବ୍ୟବହାର କରାଯାଇ ଏତେ ବଡ଼ ଦୁର୍ନୀତି ହୋଇଥିବା ଆର୍ଟିଆଇ ତଥ୍ୟ ସୂଚନା ଦେଉଛି. ସରପଞ୍ଚ ଅଭୟ ମଲ ଙ୍କ ନିଜସ୍ୱ ଦସ୍ତଖତ ରେ ଏସବୁ ଭତା ଉଠୁଥିବା ସୂଚନା ମିଳିଛି

.. ତେବେ  ନକଲି ଭତା ଖାତା ତିଆରି କରାଯାଇ ସେଥିରେ ଫର୍ଯୋରୀ ଦସ୍ତକତ କରାଇ ଦଶ ବର୍ଷ ରୁ ଉର୍ଦ୍ଧ ସମୟ ହେବ ପଞ୍ଚାୟତ ର ୭୭ ଜଣ ଲୋକ ଙ୍କ ନା ରେ ଭତା ଉଠାଇ  ସରକାରୀ ଅର୍ଥ କୁ ହରିଲୁଟ   କରି ଦିନରେ ଜହ୍ନ ଦେଖାଉଥିଲେ ସରପଞ୍ଚ ଅଭୟ ମଲ.

.. ପଞ୍ଚାୟତ ବାସି ଓ ସାନଅଢଙ୍ଗା ର କିଛି ୱାର୍ଡ଼ ମେମ୍ବର ଏକାଠି ହୋଇ ସୂଚନା ଅଧିକାର ଆଇନ ବଳରେ ତଥ୍ୟା ମଗାଇ ଥିଲେ.ତଥ୍ୟ ପାଇଲା ପରେ ଏ ସଙ୍ଗିନ ସତ ର ପ୍ରମାଣ ପାଇ ପଞ୍ଚାୟତ ର ଆଲମାରୀ ଓ ଗୁପ୍ତ କୋଠରି ଉପରେ ଚଢ଼ାଉ କରି ଏକାଧିକ ନକଲି ଭତା ଖାତା ପାଇଥିଲେ. ଯେଉଁଥିରେ ପ୍ରତି ମାସରେ ବିଭିନ୍ନ ଖାତାରେ ବିଭିନ୍ନ ପ୍ରକାରର ପ୍ରକାରର ଦସ୍ତଖତ ଥିବା ଦେଖିବାକୁ ମିଳିଛି. ବଞ୍ଚିବା ଲୋକ କୁ ମୃତ ସାଜଯାଇ, ସଧବାକୁ ବିଧବା ସାଜଯାଇ, ଭଲ ମଣିଷ କୁ ବିକଳାଙ୍ଗ ସଜାଯାଇ ଭତା ଉଠିଛି. ଯାହା ଦେଖିଲା ପରେ ଯେ କେହୀ ବି ଏ 420 କାମ ଦେଖି ଅବାକ ହୋଇଯିବ.ଏତେ ବଡ଼ ଦୁର୍ନୀତି କେମିତି ହେଉଥିଲା ଏବେ ପଞ୍ଚାୟତ ବାସି ଙ୍କ ମନରେ ଏ ପ୍ରଶ୍ନ ଉଙ୍କି ମାରିଛି.

ସୂଚନା ଅଧିକାର ଆଇନ ବଳ ରେ ତଥ୍ୟ ପାଇବା ପରେ ପଞ୍ଚାୟତ ଗୁପ୍ତ କୋଠରୀ ରୁ ନକଲି ଭତା ଖାତା ମିଳିବା ପରେ ଏସବୁ କୁ ଜବତ କରି  ସାନଅଢଙ୍ଗା ପଞ୍ଚାୟତ ବାସି ଗରଦପୁର ବିଡ଼ିଓ ଓ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଙ୍କୁ ଏ ମହା ଘୋଟଲା ଓ ଚଞ୍ଚକତା ସମ୍ପର୍କିତ ଲିଖିତ ତଥ୍ୟ ଭିତ୍ତିକ ଅଭିଯୋଗ  କରିଥିଲେ. ଅଭିଯୋଗ କୁ ଭିତ୍ତି କରି ଗରଦପୁର ବ୍ଲକ ପ୍ରଶାସନ ତୁରନ୍ତ ଆକ୍ସନ ନେଇ ଅଯୋଗ୍ୟ ଓ ନକଲି ଭତାଧାରି ଙ୍କ ନାମ ରଦ୍ଦ କରି ଭତା ବନ୍ଦ କରିବାକୁ ନିର୍ଦେଶ ନାମା ଜାରି କରିଥିଲେ. କିନ୍ତୁ  ପ୍ରଶାସନ ନିର୍ଦେଶ କୁ ବେଖାତିର କରି ଏପର୍ଯ୍ୟନ୍ତ ସେହି ନକଲି ହିତାଧିକାରୀ ମାନଙ୍କ ନାମରେ ଭତା ଉଠୁଛି.. ସରକାରୀ ବିଧି ବ୍ୟବସ୍ତା କୁ ଅପବ୍ୟବହାର କରି ଏତେ ବଡ଼ ଚଞ୍ଚକତା କିଭଳି ହେଲା ତାହା ପ୍ରଶ୍ନ ଚି଼ହ୍ନ ସୃଷ୍ଟି କରିଛି. ଦଶ ବର୍ଷ ହେବ ଭତା ଦୁର୍ନୀତି କିପରି ହେଉଥିଲା?

ଦୀର୍ଘ ବର୍ଷ ଯାଏଁ ୭୭ ଜଣ ଙ୍କ ନାମ ରେ ଲକ୍ଷ ଲକ୍ଷ୍ୟ ଟଙ୍କା ର ଭତା ଟଙ୍କା ଉଠାଇ ଚଞ୍ଚକତା କରି  ହରିଲୁଟ କରିଥିଲେ କି ସରପଞ୍ଚ? ପ୍ରଶାସନ କୁ ଆଖି ଠାର ମାରି କିଏ ଦେଖାଇଲା ଲଣ୍ଠନ! ଏ ଅସମାହିତ ପ୍ରଶ୍ନ ର ଉତ୍ତର ମିଳିବା ସମୟ ସାପେକ୍ଷ. ତେବେ ଘଟଣା ସମ୍ପର୍କିତ ସରପଞ୍ଚ  ପ୍ରତିକ୍ରିୟା ଦେଇନଥିବା ବେଳେ ଏନେଇ କେନ୍ଦ୍ରାପଡ଼ା ଅତିରିକ୍ତ ଜିଲ୍ଲପାଳ ଙ୍କୁ ଆମେ ଅବଗତ କରାଇବା ପରେ ଖୁବ ଶୀଘ୍ର ନକଲି ଓ ଅଯୋଗ୍ୟ ହିତାଧିକାରୀ ଙ୍କ ଭତା କୁ ଅଟାଯିବ ଓ ଏଭଳି ଫର୍ଯୋରି ଚାରିସହବିଶ କାମ ରେ ଯେଉଁ ମାନେ ଜଡିତ ସେମାନଙ୍କୁ ଆଇନଗତ ଦଣ୍ଡ ଦିଆଯିବ ବୋଲି ପ୍ରତିକ୍ରିୟା ରଖିଛନ୍ତି ଅତିରିକ୍ତ ଜିଲ୍ଲପାଳ

Reported by

(MANASI MISHRA)

Leave A Reply

Your email address will not be published.