ଦୁର୍ଗମ ଅଞ୍ଚଳରେ ବସୁଧା ଯୋଜନା ବାଟବଣା

କେନ୍ଦ୍ର ଓ ରାଜ୍ୟ ସରକାର  ପ୍ରତେକ ପଂଚାୟତରେ ଜନସାଧାରଣଙ୍କ ପାଇଁ ପାନୀୟ ଜଲର ବ୍ୟବସ୍ଥା ନେଇ ୫୦ ହଜାର ଲିଟର କ୍ଷମତା ବିଶିଷ୍ଟ ବସୁଧା ଯୋଜନା ମାଧ୍ୟମରେ ପାଣି ଟାଙ୍କି ନିର୍ମାଣ କରି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ହେଲେ ବିଶୁଦ୍ଧ ପାନୀୟ ଜଳ ପାଇବାରେ ବଞ୍ଚିତ ବୋଡ଼େନ ବ୍ଲକ ଅଲଟିଆ ପଡ଼ା ବାସି। ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ୍ ଅନ୍ତର୍ଗତ ଭଇସାଦାନ ଗ୍ରାମପଞ୍ଚାୟତ ଦୁର୍ଗମ ଅଲ୍ଟିଆପଡ଼ାରେ ଆଜକୁ ୫୦ ବର୍ଷ ହେବ ପ୍ରାୟ ୩୦ ରୁ ଅଧିକ ଆଦିବାସୀ ଗଣ ସଂପ୍ରଦାୟର ଲୋକେ ବାସ କରୁଥିବା ବେଳେ ତାଙ୍କ ପାଇଁ ବିପର୍ଯ୍ୟସ୍ଥ ହୋଇପଡିଛି ପାନୀୟ ଜଳର ବ୍ୟବସ୍ଥା। ବର୍ଷ ବର୍ଷ ଧରି ନାଳା ପାଣି ଉପରେ ଭରସା କରୁଛନ୍ତି ଦୁର୍ଗମ ବାସି। ବାଟବଣା ହେଉଛି ପାନିୟ ଜଳର ବ୍ୟବସ୍ଥା। କେବଳ ପାଣି ଟାଙ୍କି ନିର୍ମାଣ କରି ସରକାରଙ୍କ ଲକ୍ଷଲକ୍ଷ ଟଙ୍କା ଆତ୍ମସାତ କରୁଥିବା ମନେ ହେଉଛି। ପ୍ରକାଶ ଯେ,ଏହି ଗ୍ରାମରେ ଜନସାଧାରଣଙ୍କ ପାଇଁ ପାନୀୟ ଜଲର ବ୍ୟବସ୍ଥା ନେଇ ପଂଚାୟତରେ ବସୁଧା ଯୋଜନାରୁ ୫୦ ହଜାର ଲିଟର କ୍ଷମତା ବିଶିଷ୍ଟ ପାଣି ଟାଙ୍କି ନିର୍ମାଣ ହୋଇଛି। ହେଲେ ନିର୍ମାଣ ସରିଲା ପରେ ମାତ୍ର କିଛି ମାସ ପାଣି ଯୋଗାଣ ହୋଇଥିଲା ବେଳେ ଲୋକେ ଖୁସି ହୋଇଥିଲେ। କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ପାଣି ପାଇବାରେ ବଞ୍ଚିତ। ପଂଚାୟତ ପ୍ରତିନିଧି ରୁ ବ୍ଲକ ପ୍ରଶାସନକୁ ବାରମ୍ବାର ଅଭିଯୋଗ କଲେ ମଧ୍ଯ କୌଣସି ସୁଫଲ ମିଲୁନଥିବା ଗ୍ରାମର ବୁଦ୍ଧି ଜିବି ମାନେ ଅସନ୍ତୁଷ୍ଟ ପ୍ରକାଶ କରୁଛନ୍ତି। ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି କେବଲ ଠିକା ପୋସାନିତି ଚଲାଇଥିବା ମନେ ହେଉଛି ବୋଲି ଲୋକେ ଅସନ୍ତୁଷ୍ଟ ପ୍ରକାଶ କରୁଥିବା ବେଲେ ଆଜିବି ପାଣି ପାଇଁ ହଇରାଣ ହରକତ ହେଉଛନ୍ତି ଦୁର୍ଗମ ବାସି। ଅନ୍ୟପକ୍ଷରେ ପାଣି ପାଇପ ଗୁଡିକ ବିଭିନ୍ନ ସ୍ଥାନରେ ଭାଙ୍ଗି ଫାଟି ପଡିଥିବା ବେଲେ କିଛି ସ୍ଥାନର ପାଣି ପାଇପ ଗୁଡିକ ଉପୁଡି ପଡିଛି। ଯାହା ଫଳର ଲୋକେ ପାଣି ପାଇ ପାରୁନ ଥିବା ଅଭିଯୋଗ କରୁଛନ୍ତି। ଯଦଦ୍ଵାରା କି ମହିଳା ମାନେ ଏକ କିଲୋମିଟର ଦୂରରେ ଅସୁରକ୍ଷିତ ଭାବରେ ଥିବା ଏକ ନାଲାରୁ ଗାତ ଖୋଲି ବହୁକଷ୍ଟରେ ପାଣି ସଂଘ୍ରହ କରିସେହି ପାଣିକୁ ବ୍ୟବହାର କରୁଥିବାରୁ ଅନେକ ରୋଗରେ  ଆକ୍ରାନ୍ତ ହେଉଛନ୍ତି। ଏନେଇ ବ୍ଲକ ତଥା ଜିଲ୍ଲା ପ୍ରଶାସନ ତୁରନ୍ତ ଦୁଷ୍ଟି ଦେଇ ଉଚିତ୍ ପଦକ୍ଷେପ ଗ୍ରହଣ କରି ପାନିୟ ଜଳ ଯୋଗାଣ କରିବାକୁ ଦାବୀ କରୁଛନ୍ତି । 

Leave A Reply

Your email address will not be published.